ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି 

ପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି 

ବସ୍ତା,06/04 :ବସ୍ତା ଥାନା ଅମର୍ଦାରୋଡ ପୋଲିସ ଫାଣ୍ଡି ଅଧିନସ୍ଥ ପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ଶନିବାର ସକାଳ ସମୟରେ ଅମର୍ଦାରୋଡ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ ସମୟରେ ବିଦ୍ୟାଳୟ ବନ୍ଦ କରି ଶିକ୍ଷକମାନେ ଘରକୁ ଯାଇଥିବା ବେଳେ ଆଜି ସକାଳ ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ବିଦ୍ୟାଳୟ ର 4 ଟି ରୁମରେ ତାଲା ଭଂଗାଯାଇଥିବାର ଦେଖି ଚୋରି ଜାଣିବାକୁ ପାଇଥିଲେ l ତେବେ ଏହି ବିଦ୍ୟାଳୟ ର ଦୁଇଟି ବହୁମୂଲ୍ୟ ପାନାସନିକ ଏଲସିଡି ଚୋରି ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ କିସ୍କୁ ଅମର୍ଦାରୋଡ଼ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିବା ଜଣାଯାଇଛି l ତେବେ ଏହାର ନକଲ ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଯାଇଛି ବୋଲି ସୂଚନା ମିଳିଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିପୁଳ ପରିମାଣର ଦେଶୀ ମଦ ଜବତ, ୦୪ ଗିରଫ

masiha

ସ୍ଵାମୀ ମାଡରେ ସ୍ତ୍ରୀ ମୃତ

Sunil Chandra Nayak

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା…. କଟାମୁଣ୍ଡ ଉଦ୍ଧାର

masiha

Leave a Comment

error: Content is protected !!