ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ , ଚୋରା ଚାଳଣ ବେଳେ ବନପାଳଙ୍କ ଦ୍ଵାରା ଜବତ

ଗୋଳାମୁଣ୍ଡା ତା ୩୦/୪/ନିର୍ଭୟ ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା କେଗାଁ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ରଙ୍ଗସାପାଲି ସେକ୍ସନର ବାଗବାହାଲଠାରେ କେନ୍ଦୁପତ୍ର ଚୋରା ଚାଲାଣ ବେଲେ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଜବତ ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ଜାମଝରଣ ଗ୍ରାମର ଲକ୍ଷ୍ମଣ ପୁଝାରି ବେସରକାରୀ କମ୍ପାନୀରେ ଦୀର୍ଘ ଦୁଇ ବର୍ଷ ଧରି କାମ କରିଆସୁଥିଲେ । ସେ ବେସରକାରୀ ଜମି ଗୁଡିକରେ ଥିବା କେନ୍ଦୁପତ୍ର କିଣି କମ୍ପାନୀକୁ ଚାଲାଣ କରୁଥିଲେ । ଏ ଅଞ୍ଚଳରେ ମହଜୁଦ ପରିମାଣରେ କେନ୍ଦୁପତ୍ର ନ ମିଳିବା ହେତୁ ରେଙ୍ଗସାପାଳି ରିଜର୍ଭରେ ଥିବା କେନ୍ଦୁପତ୍ର ତୋଳାଳୀଙ୍କ ଠାରୁ କେନ୍ଦୁପତ୍ର କିଣି ପିକ ଅପ ଭ୍ୟାନରେ ନିଜ ଘରକୁ ଅଣୁଥିଲେ । କେନ୍ଦୁପତ୍ର ବିଭାଗୀୟ ବନପାଳ ସ୍ମୃତିସ୍ମିତା ବଗର୍ତ୍ତି ଏବଂ ସମସ୍ତ ଚେକର, ସର୍କଲ ଚେକର, ମୁନ୍ସୀ ଓ ଚପରାସି ଙ୍କ ମିଳିତ ଉଦ୍ୟମରେ ପିକ ଅପ ଭ୍ୟାନକୁ କାବୁ କରି କେନ୍ଦୁପତ୍ର ଜବତ କରିଥିଲେ,ହେଲେ କେଗାଁ ରେଞ୍ଜର ଜୟନାରାୟଣ ଯୋଶୀ ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ଶ୍ରୀମତୀ ବଗର୍ତ୍ତି ଏପରି ଭୁଲ କାମ ନ କରିବା ପାଇଁ ଏକ ଚୁକ୍ତିନାମା କରି ଲକ୍ଷ୍ମଣ ପୁଝାରିଙ୍କୁ ଛାଡ଼ିଦେଇଥିବା ସ୍ଥାନୀୟ ଲୋକେ କ୍ଷଭ ପ୍ରକାଶ କରିଛନ୍ତି। ଏ ନେଇ କେନ୍ଦୁପତ୍ର ବିଭାଗୀୟ ବନପାଳ ସ୍ମୃତିସ୍ମିତା ବଗର୍ତ୍ତିଙ୍କୁ ପଚାରିବାରୁ ରେଞ୍ଜର ଜୟନାରାୟଣ ଯୋଶୀ ଙ୍କ ଆଦେଶ କ୍ରମେ ଛାଡ଼ିଦେଇଥିବା କଥା ଗଣମାଧ୍ୟମ ଠାରେ ବନପାଳ ବଗର୍ତ୍ତି ପ୍ରକାଶ କରିଥିଲେ । ପରେ କେଗାଁ କେନ୍ଦୁପତ୍ର ରେଞ୍ଜର ଜୟ ନାରାୟଣ ମିଶ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ସେ ମଧ୍ୟ କଳାହାଣ୍ଡି ଡ଼ିଏଫଓଙ୍କ ନିର୍ଦେଶକୁ ମାନି ଛାଡି ଦେଇଥିବା କଥା ଶ୍ରୀ ଯୋଶୀ ଫୋନଯୋଗେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରକାଶ କରିଥିଲେ । ପୂର୍ବରୁ ଏପରି କେନ୍ଦୁପତ୍ର ଚୋରାଚାଲାଣ ଅନେକ ଥର ହେବା ସତ୍ତ୍ୱେ ବାରମ୍ବାର ଛାଡ଼ିଦେଉଥିବା ବିଭାଗୀୟ ଅଧିକାରୀଙ୍କ ଉପରେ ସନ୍ଧେହ ଉପୁଜିଛି । ବନପାଳ ଠାରୁ ରେଞ୍ଜର ଓ ଡିଏଫଓଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାଇଭେଟ କମ୍ପାନୀ ସହିତ ମଧୁଚନ୍ଦ୍ରିକା ଥାଇପାରେ ବୋଲି ଅଞ୍ଚଳରେ ଜୋର ଚର୍ଚ୍ଚା ଧରିଛି । ଏ ପଟେ ଚୋରାଚାଲାଣ କରୁଥିବା ଅଭିଯୁକ୍ତ ଲକ୍ଷ୍ମଣ ପୁଝାରି ସେହି ଚୋରା ଚାଲାଣ କେନ୍ଦୁପତ୍ରକୁ ଫୋଡି ରେ ଶିଶୁମାନେ କାମ କରୁଥିବା ଅଭିଯୋଗ ଆଣିଛନ୍ତି । ଏ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

ଭିଜିଲାନ୍ସ ଜାଲରେ କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ କୁଦର ସାହି ଓ ପିଠାକୁଟୁଣୀ ଗାଁ ରେ ଚଢ଼ାଉ ;୫,୫୦୦ ଲିଟର ମଦ ,ପୋଚ,ରନ୍ଧା ସାମଗ୍ରୀ,୨୬୫ ଲିଟର ଦେଶୀମଦ ଜବତ ସମେତ ୨ ଜଣଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!