ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପତ୍ନୀହନ୍ତା କୁ ଆଜୀବନ କାରାଦଣ୍ଡ  ୧୦ ହଜାର ଟଙ୍କା ଜରିମାନା 

ପତ୍ନୀହନ୍ତା କୁ ଆଜୀବନ କାରାଦଣ୍ଡ 

୧୦ ହଜାର ଟଙ୍କା ଜରିମାନା 

ଗତ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖ ରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅର୍ନ୍ତଗତ ନୂଆ ଗାଁ ର ଦୁର୍ଜନ ସୁନାନୀ ତାଙ୍କ ସ୍ତ୍ରୀ ଦେବକୀ ରାଉତ ଙ୍କୁ ଯୌତୁକ ପାଇଁ ଦଉଡ଼ି ରେ ତଣ୍ଟି ଚିପି ହତ୍ୟା କରିଥିଲା।ଏହି ଘଟଣା ନେଇ ଦେବକୀ ର କାକା କୁବେର ରାଉତ ଆମପାଣି ଥାନା ରେ ଅଭିଯୋଗ କରିଥିଲେ। ଏନେଇ କେଶ ନମ୍ବର ୫୨/୨୦୧୮ ଦଫା ୩୦୨ ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଦୁର୍ଜନ ସୁନାନୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲ ପୋଲିସ। ଆଜି ଉକ୍ତ ମାମଲା ର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଧର୍ମଗଡ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଧାରା ୩୦୨ ଅନୁସାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ସରକାର ଙ୍କ ପକ୍ଷରୁ ସରକାରୀ ଓକିଲ ପୂର୍ଣ୍ଣ ଚନ୍ଦ୍ର ନାଗ ଏହି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାତି ଅଧରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ

ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଠିକଟା ତହସିଲଦାର ତଥା ସବ-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କ ସମ୍ପତ୍ତିର ହିସାବ

Sunil Chandra Nayak

ଜଗତସିଂହପୁର ତହସିଲଦାର ଜବତ କଲେ ଦୁଇଟି ହାଇୱା

Leave a Comment

error: Content is protected !!