ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ମଦ ସହ ଜଣେ ଗିରଫ

ନକଲି ମଦ ସହ ଜଣେ ଗିରଫ

  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସାଲେପଡା ଗାଁରେ ନକଲି ବିଦେଶୀ ମଦକାରଖାନା ଉପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ l ଏହି ଚଢ଼ାଉରେ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଡୁଆଝର ସାଲେପଡା ଗାଁର ସୁନୀଲ ମେହେର lଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ନୂଆପଡା ଅବକାରୀ ଅଧିକ୍ଷକ ସଙ୍ଘମିତ୍ରା ପ୍ରଧାନଙ୍କ ନିର୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ଡୁଆଝର ସାଲେପଡା ଠାରେ ବହୁଦିନ ଧରି ବିଦେଶୀ ମଦ ତିଆରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ବେଳେ ସୁନୀଲ କୁମାର ମେହେର (୨୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି । ନକଲି ବିଦେଶୀ ମଦ ୧୮୦ ଏମଏଲ ୪୮ ବୋତଲ, ଖାଲି ବୋତଲ ମେକଡଲ ନଂ ୧ ୭୫୦ ଏମଏଲ ୨୦ ବୋତଲ ଠିପି ୨୬୩୬ ଗୋଟି, ଖୋଲା ବୋତଲ ୧୮, ୧୮୦ ଏମ ଏଲ ୧୩ ବୋତଲ, ଖାଲି ବୋତଲ ଆଇ ବି ୧୮୦ ଏମ ଏଲ ୭୮ ବୋତଲ, ଆର ଏସ ୧୮୦ ଏମ ଏଲ ୮୭ ବୋତଲ, ଷ୍ଟ୍ରେଲିଙ୍ଗ ରିଜବ ୨୮୦ ଗୋଟି, ଆଇ ବି ଠିପି ୬୦୦, ସରକାରୀ ଲେବଲ ୧୯୫୦ ଗୋଟି, ଓ ଭିଭୋ ମୋବାଇଲ ଗୋଟିଏ, ସମ୍ପୃକ ଯୁବକଙ୍କ ଠାରୁ ଜବତ ହୋଇଛି ମୋଟ ନକଲି ମଦ ୮ ଲିଟର ୬୪୦ ଜବତ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀମତୀ ପ୍ରଧାନ ପ୍ରକାଶ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା 

masiha

ଅଜଣା ଗାଡି ଧକ୍କା ରେ ଭିନ୍ନକ୍ଷମ ବୃଦ୍ଧ ଙ୍କ ମୃତ୍ୟୁ

masiha

ନକଲି ସୁନା ଶଙ୍ଖ କାରବାର ରେ ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ ,୨୬୮୦୦୦ନଗଦ ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!