ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ବ୍ୟାଙ୍କ ସେବା ଲୋକାର୍ପିତ

ଆମ ବ୍ୟାଙ୍କ ସେବା ଲୋକାର୍ପିତ

ପାପଡାହାଣ୍ଡି,29/2, ମନିସ — ପାପଡାହାଣ୍ଡି ବ୍ଲକ ପାତ୍ରୀ ଓ ମାନିଗାଁ ପଞ୍ଚାୟତ କାର୍ଯ୍ୟ|ଳୟ ଠାରେ ଗୁରୁବାର ସନ୍ଧ୍ୟାରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ହୋଇଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଦ୍ଵାରା ଆମ ବ୍ୟାଙ୍କ ସେବା କୁ ଉଦଘାଟନ କରିଥିଲେ | ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା,ବିଡିଓ କପିଳଦେବ ସାହୁ , , ଜିଲା ପରିଷଦ ସଭ୍ୟ ୟଶବନ୍ତ ନାୟକ ଉପସ୍ଥିତ ଥିଲେ | ଏହି ସଭାରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ | ଏହି ଅବସରରେ ବ୍ୟାଙ୍କର ସୁବିଧା ସୁଯୋଗ ସମ୍ପର୍କରେ ଅତିଥି ଆଲୋକପାତ କରିଥିଲେ | ଲୋକେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲେଣ ଦେଣ ସହ 2 ଲକ୍ଷ ଟଙ୍କା ରଣ ନେଇପାରିବେ ଏତଦ ବ୍ୟାତିତ ଅଙ୍ଗୁଳି ଟିପ ନେଇ ଟଙ୍କା ଉଠାଇ ପାରିବେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜେ କ କାଗଜ କଳ ରେ 53 ତମ ଜାତୀୟ ନିରାପତ୍ତା ସପ୍ତାହ ପାଳନ

masiha

ବାଲିଗୁଡାରେ ଗ୍ରୀଷ୍ମ ପ୍ରବାହ ବଢୁଛି : ୪୨ ଡିଗ୍ରୀ ପାର କଲା ପାରଦ : ବିଦ୍ୟୁତ ର ଲୁଚକାଳି ଖେଳ ରେ ଜନ ଅସନ୍ତୋଷ

ପରିବର୍ତ୍ତିତ ସମାଜକୁ ସୁଧାରିବାରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଇସ୍ପାତ୍ ସାହିତ୍ୟ ସଂସଦର ୫୬ ତମ ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!