ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହରିଶଙ୍କର ରୋଡ ରେଳ ଷ୍ଟେସନ ଠାରୁ ଗଞ୍ଜେଇ ଜବତ ସହ ଦୁଇ ଜଣ ମହିଳା ଗିରଫ

ଖପ୍ରାଖୋଲ // ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ଼ ରେଳଷ୍ଟେସନରୁ ଆଜି ଅପରାହ୍ନ ସମୟରେ ଲାଠୋର ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ସହ ଦୁଇ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ରାଜ୍ୟର ଜଣେ ବୃଦ୍ଧା ମହିଳା ଏବଂ ଜଣେ ଯୁବତୀ ଏକ ବ୍ୟାଗରେ ପାଖାପାଖି ୬ କେଜି ଗଞ୍ଜେଇ ଆଜି ଅପରାହ୍ନରେ ବିଶାଖାପାଟଣା-ଦିଲ୍ଲୀ ସମତା ସୁପରଫାଷ୍ଟ ଏକ୍ସପ୍ରେସରେ ନେଉଥିବା ବେଳେ ଲାଠୋର ପୋଲିସ କୌଣସି ସୂତ୍ରରୁ ଖବର ପାଇ ସଦଳବଳେ ଷ୍ଟେସନରେ ପହଞ୍ଚି ସମ୍ପୃକ୍ତ ଦୁଇ ମହିଳାଙ୍କୁ ପଚରାଉଚରା କରିଥିଲେ । ଏଥିରେ ଯୁବତୀ ଜଣକ ଉତ୍‌କ୍ଷିପ୍ତ ହୋଇ ପୋଲିସକୁ ଅପବ୍ୟବହାର କରିବା ସହ ରେଳ ଧାରଣାରୁ ପଥର ଉଠାଇ ମାରିବାକୁ ଉଦ୍ୟମ କରୁଥିଲା । ଲାଠୋର ପୋଲିସ ପାଖରେ ମହିଳା ପୋଲିସ କର୍ମଚାରୀ ଅଭାବ ହେତୁ ନାକେ ଦମ ହେବାକୁ ପଡିଥିଲା । ପରେ ଜନସାଧାରଣଙ୍କ ସହଯୋଗରେ ସ୍ଥାନୀୟ ଦୁଇଜଣ ମହିଳା ବାହାରି ପୋଲିସକୁ ସହଯୋଗ କରିବାରୁ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଗିରଫ କରିବାରେ ପୋଲିସ ପାଇଁ ସହଜ ହୋଇଥିଲା । ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କୁ ଥାନାକୁ ଆଣି ପୋଲିସ ପଚରା ଉଚରା କରିଥିବା ବେଳେ ସେମାନେ ତାଙ୍କ ନାମ କହୁନଥିଲେ । ସେ ସମୟରେ ଥାନା ଭିତରେ ମଧ୍ୟ ପାଟିତୁଣ୍ଡ କରୁଥିବା ଦେଖାଯାଇଥିଲା । ତେବେ ଦୀର୍ଘ ଦିନରୁ ହରିଶଙ୍କର ରୋଡ଼ ରେଳ ଷ୍ଟେସନରେ ରେଳ ପୋଲିସ ବଳ ନିଯୁକ୍ତି ଦେବାପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ କେହି କଥାକୁ କର୍ଣ୍ଣପାତ କରୁନଥିବା ହେତୁ ଲୋକାଲ ପୋଲିସକୁ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସାଧାରଣରେ ଆଲୋଚାନ ହେଉଛି । ଏନେଇ ଲାଠୋର ଥାନାଧିକାରୀ ଝସକେତନ ଭୋଇଙ୍କୁ ପଚାରିବାରୁ ଆମେ ଦୁଇ ଜଣ ମହିଳାଙ୍କ ବିରୁଦ୍ଧରେ ଲାଠୋର ଥାନା କେସ ନଂ ୭୦/୨୦୨୩ରେ ଏକ ମାମଲା ଋଜୁ କରି ଅଧିକ ତଦନ୍ତ ଜାରି ରଖିଛୁ ବୋଲି ପ୍ରକାଶ କରିଥିଲେ । ହରିଶଙ୍କର ରୋଡ଼ ରେଳ ଷ୍ଟେସନର ପ୍ରତ୍ୟେହ ବିଭିନ୍ନ ଟ୍ରେନରେ ଗଞ୍ଜେଇ ଚାଲାଣ ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଅଛି । ଏଥିପ୍ରତି ରେଳ ବିଭାଗ ଏବଂ ଓଡିଶା ପୋଲିସ ଯତ୍ନବାନ ହେବାକୁ ସାଧାରଣରେ ଦାବୀ ହେଉଛି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

Sunil Chandra Nayak

ପୁଲିସ ଓ ଅବକାରୀ ବିଭାଗ ର ମିଳିତ ଚଢାଉ ୫୯ ଲିଟର ଦେଶୀ ରନ୍ଧା ମଦ ଜବତ ୨ ଗିରଫ

masiha

ଚୋରି ବାଇକକୁ ସ୍କ୍ର।ପ କରି ଚାଲାଣ କରୁଥିବା ଅଭିଯୋଗର ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!