ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାରିବାରିକ ଗଣ୍ଡଗୋଳରୁ ମରଣାତ୍ମକ ଆକ୍ରମଣ, ୨ ଗିରଫ 

ପାରିବାରିକ ଗଣ୍ଡଗୋଳରୁ ମରଣାତ୍ମକ ଆକ୍ରମଣ, ୨ ଗିରଫ 

ଡାବୁଗାଁ, ୧୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ପାରିବାରିକ ଗଣ୍ଡଗୋଳରୁ ମରଣାତ୍ମକ ଆକ୍ରମଣ ଅଭିଯୋଗରେ ୨ ଜଣ ଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଦୟାଗୁଡା ଗ୍ରାମରେ ୧୦.୧୦. ୨୫ ଦିନ ରାତ୍ର ପ୍ରାୟ ୮ ଘ ସମୟରେ ରୂପା ଭତ୍ରା ଓ ତାଙ୍କ ପୁଅ ଯୋଗେଶ ଭତ୍ରା ନିଜର ପାରିବାରିକ ଗଣ୍ଡଗୋଳ ଓ ଶତ୍ରୁତାକୁ ନେଇ ସାନଭାଇ ଲକ୍ଷ୍ମୀଧର ଭତ୍ରାଙ୍କୁ ହଠାତ ମରଣାତ୍ମକ ଆକ୍ରମଣ କରିଥିଲେ | ଫଳରେ ଲକ୍ଷ୍ମୀଧର ଆହତ ହୋଇ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରଯାଇଥିଲା | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ପରେ ଉନ୍ନତ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସପିଟାଲ କୁ ସ୍ଥାନାନ୍ତର କରାଯାଉଛି | ଲକ୍ଷ୍ମୀଧର ବର୍ତ୍ତମାନ ସେଠାରେ ଚିକିତ୍ସିତ ହେଉଛନ୍ତି | ଏନେଇ ଲକ୍ଷ୍ମୀଧର ଙ୍କ ସ୍ତ୍ରୀ ଗୁରୁବାରୀ ମାଝି ୧୨.୧୦.୨୫ ଦିନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସନଂ ୨୦୫/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା | ସୋମବାର ୨ ଅଭିଯୁକ୍ତ ରୂପା ଭତ୍ରା (୪୫) ଓ ତାଙ୍କ ପୁଅ ଯୋଗେଶ ଭତ୍ରା (୧୯) ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ବୋଲି ଦଦନ୍ତକାରୀ ଅଧିକାରୀ ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗ, ଯୁବକ କୋର୍ଟ ଚାଲାଣ

masiha

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ୧୦୬୬ ମୋବାଇଲ ସହ ନକଲି ଅଳଙ୍କାର ଜବତ, ୨୧ ଗିରଫ

Sunil Chandra Nayak

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର 

Sunil Chandra Nayak

Leave a Comment

error: Content is protected !!