ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ତାଲିମ 

ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ତାଲିମ 

ଡାବୁଗାଁ, ୧୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ଏକ ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ଜଳ ଜୀବନ ଏବଂ ବସୁଧା ଯୋଜନା, ଜଳ ଜୀବନ ମିଶନ ର ଉପାଦାନ, ଜଳ ଯୋଗାଣ ଯୋଜନାର ପ୍ରକାର, ଗ୍ରାମୀଣ ପାଇପ ଯୋଗେ ଜଳ ଯୋଗାଣ ପାଇଁ ଉପଯୁଥିବା ସମସ୍ୟା ଓ ବିପଦ, ଜଳ ଯୋଗାଣର ପରିଚାଳନା, ପାଇପ ଜଳ ଯୋଗାଣ ଆମ ଘରେ କିପରି ପହଞ୍ଚେ, ପାନୀୟ ଜଳ କିପରି ଦୂଷିତ ହୁଏ, ଜଳର ରାସାୟନିକ ପ୍ରଦୂଷଣ, ଗ୍ରାମ୍ୟ ଜଳ ଓ ପରିମଳ କମିଟି ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ସରପଞ୍ଚ ୬ ଜଣ, ୱାର୍ଡ ସଭ୍ୟ ୧୪ ଜଣ ଓ ଅଙ୍ଗନୱାଡି କର୍ମୀ ୫୦ ଜଣ ମୋଟ ୭୦ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରଜ ଦୋଳିରେ ମାହୁଲ ହେଲେ ଗ୍ରାମବାସୀ

Sunil Chandra Nayak

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ

masiha

ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!