ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ୭୭ ତମ ସ୍ବାଧିନତା ଦିବସ ପାଳନ ପାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ତରଫରୁ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ନିର୍ଦିଷ୍ଟ କାରଣ ନ ଦର୍ଶାଇ ବାତିଲ କରିବା ନେଇ ପ୍ରତିଯୋଗୀଙ୍କ ତରଫରୁ ପ୍ରତିବାଦ

ମୟୂରଭଞ୍ଜ- ୮/୮ ( ମସିହା)ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପୂର୍ବରୁ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବୈଠକରେ ଚିଠି ନଂ ୪୨/ ୨୦/୭/୨୦୨୩ ତାରିଖ ଅନୁଯାୟୀ ନିଷ୍ପତ୍ତି ହୋଇଥିଲା । ସେହି ଆଧାରରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପତ୍ର ସଂଖ୍ୟା ୩୦/୨୪/୭/୨୦୨୩ ରିଖ ଅନୁସାରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରୁ ମନୋନୀତ ୨୦ ଜଣ ଛାତ୍ରୀ ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ପ୍ରବନ୍ଧ, ବକ୍ତୃତା, ସଂଗୀତ ପ୍ରତିଯୋଗୀତାର ଭାଗ ନେଇ ଚୟନ ପ୍ରକିୟାରେ କମିଟିରେ ଥିବା ଜଜ୍ ମାନଙ୍କ ଦ୍ବାରା ବିଜୟୀ ଘୋଷଣା କରାଯାଇଥିଲା । କିନ୍ତୁ ପରିତାପର ବିଷୟ ପୁନଃ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠି ସଂଖ୍ୟା ନମ୍ବର ୪୦୬୩ ତା ୪/୮/୨୦୨୩ ରିଖ ନିର୍ଦ୍ଦେଶରେ କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ କରିବା ସହ ପୁନଃ ପ୍ରତିଯୋଗିତା ଅନୁଷ୍ଠିତ ହେବବୋଲି ଦର୍ଶାଯାଇଛି ।କମିଟି ତରଫରୁ କୁହାଯାଉଛି ଅଧିକାଂଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନାହାନ୍ତି । ତେଣୁ ଆଉଥରେ କରାଯାଉଛି । କିନ୍ତୁ ଉପ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନିଷ୍ପତ୍ତି ହୋଇଥିଲା ଅନ୍ୟୁନ ୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନ କଲେ ପ୍ରତିଯୋଗିତା ବାତିଲ କରାଯିବ । କିନ୍ତୁ ପ୍ରତି ଯୋଗୀମାନେ ଗଣମାଧ୍ୟମକୁ କହିଥିଲେ ଆମ୍ଭେ ୮ ଜଣ ପ୍ରତିଯୋଗିତାରେ ନିୟମ ଅନୁସାରେ ଅଂଶ ଗ୍ରହଣ କରିଥିଲୁ । ପ୍ରତିଯୋଗିତା ବାତିଲ କରିବା ନେଇ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ମହାନ୍ତିଙ୍କୁ ଜଣାଇଲେ ମଧ୍ୟ ସେ କିଛି ସକାରାତ୍ମକ ବାଣୀ ଶୁଣାଇ ନ ଥିଲେ ।ତଦସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଅଭିଯୋଗ ଅବଗତ କରିଥିଲେ ।ଉପ ଜିଲ୍ଲାପାଳ ସେମାନଙ୍କୁ ପୁନଃ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ କହି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇ ଦେଇଥିଲେ ।ଛାତ୍ରୀମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଦିର୍ଘ ସମୟ ଆଲୋଚନା କରିବା ସହ ସେମାନଙ୍କୁ ନ୍ୟାୟ ଦିଆଯାଉ ଏଵଂ ସମ୍ମାନିତ କରାଯାଉ । ଗୋଷ୍ଠୀ ଶିକ୍ଷା ଅଧିକାରୀ ସେମାନଙ୍କୁ ଦୁଇ ଦିନ ମଧ୍ୟରେ କମିଟିର ଆଲୋଚନା ପରେ ସିଦ୍ଧାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି ପ୍ରତିଶ୍ରୁତି ଦେବାପରେ ଛାତ୍ରୀମାନେ କଲେଜକୁ ଫେରିଥିଲେ ।

ବିଶ୍ବସ୍ତ ସୂତ୍ରରୁ ଖବର ଯେ କମିଟି ତରଫରୁ କିଛି କଲେଜକୁ ଚିଠି ଦିଆ ଯାଇଥିବାବେଳେ ଅଧିକାଂଶ କଲେଜକୁ ଚିଠି କରା ଯାଇନ ଥିଲା ।କମିଟିର ଦୂରଦୃଷ୍ଟି ଅଭାବରୁ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।ଛାତ୍ରୀମାନେ କହୁଛନ୍ତି କମିଟି ସିନା ଅବହେଳା କରିଛି ଆମ୍ଭେ ତ କରିନାହୁଁ ।କମିଟିର ଖେଳ ଆମ ପାଇଁ କାଳ।

ମୟୂରଭଞ୍ଜ ରୂ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଇ – ୱେଷ୍ଟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ରାଉରକେଲା ରେ ଶୁଭାରମ୍ଭ ହେଲା ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ସଂଗ୍ରହ ବ୍ୟବସ୍ଥା 

masiha

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

Sunil Chandra Nayak

କନ୍ଧମାଳ ଜିଲ୍ଲାରେ ଗଡ଼ିଲା ଲଷ୍ମୀ ବସ୍‌ : ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

masiha

Leave a Comment

error: Content is protected !!