ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାକାରମାନେ କାହାରି ଅବଜ୍ଞାର ପାତ୍ର ନୁହନ୍ତି : କଣ୍ଠଶିଳ୍ପୀ ଶୈଳଭାମା 

କଳାକାରମାନେ କାହାରି ଅବଜ୍ଞାର ପାତ୍ର ନୁହନ୍ତି : କଣ୍ଠଶିଳ୍ପୀ ଶୈଳଭାମା 

ଭୁବନେଶ୍ଵର, ତା. ୧୩/୧୦/୨୫ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ସଂଘ ” ପକ୍ଷରୁ ସ୍ଥାନୀୟ ହସପାଳ ସ୍ଥିତ ଏସ. ଆର୍. ଏମ୍. ଷ୍ଟୁଡିଓ ପରିସରରେ ଏକ କଳାକାର ସମାବେଶ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡଃ. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥିତଯଶା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ କଳାକାରମାନେ କେବେ କାହାରି ଅବଜ୍ଞାର ପାତ୍ର ନୁହନ୍ତି ବୋଲି ମତବ୍ୟକ୍ତ କରିଥିଲେ । ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, କଣ୍ଠଶିଳ୍ପୀ ମାନସୀ ପାତ୍ର, କରୁଣାକର ସେଠୀ, ପ୍ରିୟଦର୍ଶୀ ପାଳ, ସଂଗ୍ରାମ ମହାନ୍ତି, ଯୁସୁଫ ସରିଫ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କ ଜୀବନ ସମାଜର ଉନ୍ନତି ତଥା ପ୍ରଗତି ନିମନ୍ତେ ସମର୍ପିତ ହେତୁ ସରକାରଙ୍କ ଠାରୁ ଯଥାର୍ଥ ସହାୟତା ପାଇବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । କଳାକାର ମାନଙ୍କ ଭତ୍ତା ବୃଦ୍ଧି, ସେମାନଙ୍କ ଫେମିଲି ପେନସନ ବ୍ୟବସ୍ଥା, ବୀମା ଆଦି ବ୍ୟବସ୍ଥା ସହିତ ପ୍ରତ୍ୟେକ ବ୍ଲକରେ କଳାକାର ଗୃହ ଓ ସହରାଞ୍ଚଳରେ ଅଭ୍ୟାସ ପ୍ରକୋଷ୍ଠ ସରକାର ଯୋଗାଇଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମାବେଶରେ ରାଜ୍ୟ ସରକାରଙ୍କୁ ଉଭୟ କଳା ଓ କଳାକାରଙ୍କ ହୀତ ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯିବ ଓ ତାହାର ଅଣଦେଖା ହେଲେ ରାଜରାସ୍ତାକୁ ଓଲ୍ହାଇବା ନିମନ୍ତେ ସ୍ଥିର କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରେଇଥିବା ବେଳେ ଷ୍ଟୁଡିଓ ପରିଚାଳକ ସୌମ୍ୟ ରଞ୍ଜନ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଯୁବ କଳାକାର ଦୀପକ କୁମାର ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡ଼ିଡ଼ିସିଏ ଦୁର୍ନୀତିରେ ରାଜ୍ୟ ଉବୁଟୁବୁ,ବିଦା ହେବ ଅଣଓଡ଼ିଆ ନିର୍ଦ୍ଧେଶକ

masiha

ବନ୍ଧୁଗାଁ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୂର୍ଗା ନଦୀର ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ

masiha

୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ 

Leave a Comment

error: Content is protected !!