ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ଅଧିକାର ଆଇନର ବ୍ଯବହାର ବ୍ୟାପକ ହେଉ — ଗୌତମ ରାୟ

ସୂଚନା ଅଧିକାର ଆଇନର ବ୍ଯବହାର ବ୍ୟାପକ ହେଉ — ଗୌତମ ରାୟ

ଯାଜପୁର ୧୩/୧୦ /୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ସୂଚନା ଅଧିକାର ଆଇନ ନାଗରିକଙ୍କ ଅମୋଘ ଅସ୍ତ୍ର। ଏହାର ବ୍ଯବହାର ବ୍ୟାପକ ହେବା ଦରକାର। ପ୍ରତ୍ୟେକ ନାଗରିକ ଜଣେ ଜଣେ ସୂଚନା ଅଧିକାର କର୍ମୀ ହେଲେ ସରକାର, ସମାଜ ସୁଧୁରିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଛି। ସେହିପରି କେତେକ କ୍ଷେତ୍ରରେ ଏହାର ଦୁରୁପଯୋଗ ହେଉଥିବାର ଖବର ନଜରକୁ ଆସୁଛି। ଅନ୍ୟ କେତେକ କ୍ଷେତ୍ରରେ ସାମାନ୍ୟ ତ୍ରୁଟି ଆଳ ଦେଖାଇ ଆବେଦନକାରୀଙ୍କୁ ସୂଚନା ଦିଆଯାଉନାହିଁ। ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ହେଉଛି । ଚାପ, ଧମକ, ଲୋଭ ଦେଖାଇ ଆବେଦନ ପ୍ରତ୍ୟାହାର କରିବାକୁ କୁହାଯାଉଛି ।

 ଏପରିକି ଜୀବନରୁ ମାରିଦେବା ପାଇଁ ମଧ୍ଯ ଧମକ ମିଳୁଛି। ୨୩ ବର୍ଷ ହେଲା ଆମ ରାଜ୍ୟରେ ସୂଚନା ଅଧିକାର ନିୟମ ପ୍ରଣୟନ ହେଲାଣି। ମାତ୍ର ଏହାର ବ୍ଯବହାର ସନ୍ତୋଷଜନକ ନୁହେଁ ବୋଲି ମତ ପ୍ରକାଶ ପାଇଛି। ବିଜେପି ନେତା ତଥା ପ୍ରାକ୍ତନ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷ ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସୁବାସ ଚନ୍ଦ୍ର ମହାନ୍ତି, ପ୍ରିୟବ୍ରତ ମହାନ୍ତି, ପତିତପାବନ ମହାନ୍ତି, ଇନ୍ଦ୍ରଜିତ ଦାସ, ସତ୍ୟଜିତ ସାମଲ, ଲିଟନ୍ ପାତ୍ର, ପ୍ରମୋଦ ପୁହାଣ, ନିର୍ମଳ ଵେହୁରିଆ, ଆଞ୍ଜନେୟ ରାୟ, ଆଶୁତୋଷ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ସୂଚନା ଅଧିକାର ଆଇନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜାଣିଲେ ଜିଣିବା ବୋଲି ଶ୍ରୀ ରାୟ କହିବା ସହ ଏନେଇ ପ୍ରତ୍ୟେକ ପ୍ରଶିକ୍ଷିତ ହେବା ଦରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନୀ ଖର୍ଚ୍ଚ ଜାଣିବା ପାଇଁ ଜଣେ ନାଗରିକ ସୂଚନା ମାଗିଥିଲେ। ସେ ସମୟରେ ତାଙ୍କୁ ସୂଚନା ଦିଆଯାଇନଥିଲା । ମୋରାରଜୀ ଦେଶାଇଙ୍କ ସରକାର ଖୋଲା ସରକାର ଏବଂ ଜାଣିବାର ଅଧିକାର ଅବଧାରଣା କୁ ବଢ଼ାଇଥିଲା। ସେହଦିନଠାରୁ ସୂଚନା ପାଇବାର ବିଚାରଧାରା ସମସ୍ତଙ୍କ ଭିତରେ ଉଦ୍ରେକ ହେଲା।

୧୯୯୦ ଦଶକରେ ରାଜସ୍ଥାନର ମଜଦୁର କିଷାନ ସଂଗଠନ ପ୍ରଥମେ ସୂଚନା ଅଧିକାର ପାଇଁ ଆନ୍ଦୋଳନ କରିଥିଲା। ତାମିଲନାଡୁ ସରକାର ପ୍ରଥମେ ଆର ଟି ଆଇ ନିୟମ ଲାଗୁ କରିଥିଲାବେଳେ ପରବର୍ତ୍ତୀ ସମୟରେ ଗୋଆ,ରାଜସ୍ଥାନ, ଦିଲ୍ଲୀ, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ରରେଏହା କାର୍ଯ୍ୟକାରୀ ହେଲା। ସରକାରୀ ଯୋଜନାରେ ସ୍ବଚ୍ଛତା ଆଣିବା ଓ ନାଗରିକ ମାନଙ୍କୁ ସୂଚନା ପ୍ରଦାନ ପାଇଁ ୨୦୦୨ ମସିହାରେ ଓଡ଼ିଶା ସରକାର ସୂଚନା ଅଧିକାର ପ୍ରଣୟନ କଲେ। ସେ ଜିଲା ପରିଷଦ ସଭାପତି ହେଲା ବେଳକୁ ବିଭିନ୍ନ ସରକାରୀ ଦପ୍ତରରେ ପି ଆଇ ଓ ରହିବା ସହିତ ଓଡିଶା ସୂଚନା ଆୟୋଗ ଗଠିତ ହୋଇଥିଲା ବୋଲି ଶ୍ରୀ ରାୟ କହିଥିଲେ। ଏହାଦ୍ବାରା ବର୍ଷ ବର୍ଷ ଧରି ଲୁଚି ରହିଥିବା ତଥ୍ୟ ଲୋକଲୋଚନକୁ ଆସିପାରିଛି ବୋଲି ସୁବାସ ମହାନ୍ତି କହିବା ସହ ସରକାରୀ ବାବୁମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନିଜେ ଯାଇ ଆବେଦନ କରିପାରିବ କିମ୍ୱା ଅନଲାଇନ ମାଧ୍ୟମରେ ଆବେଦନ କରିହେବ । ୪୫ ଦିନ ମଧ୍ୟରେ ଆବେଦନକାରୀଙ୍କୁ ସୂଚନା ମିଳିଥାଏ ଓ ଏଥିପାଇଁ ସ୍ୱଳ୍ପ ଖର୍ଚ୍ଚ ପଡେ। ତେବେ ଆବେଦନରେ ସ୍ପଷ୍ଟ, ନିର୍ଭୁଲ ଓ ବିନ୍ଦୁ ଅନୁସାରେ ତଥ୍ୟ ମାଗିବା ଦରକାର ବୋଲି ପୁର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ କହିଥିଲେ। ଖୁବ୍ ଶିଘ୍ର ଦଳ ପକ୍ଷରୁ ସୂଚନା ଅଧିକାର ନେଇ ଏକ କର୍ମଶାଳା ଅନୁଷ୍ଠିତ ହେବ ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ।

Related posts

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ ର ଉଦଯାପନୀ ସମାରୋହ 

Sunil Chandra Nayak

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

masiha

ଗଙ୍ଗାଧର ବେହେରାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା -୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!