ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ଯ ସଂସ୍କୃତି କଳା ସଂସଦର ରାଜ୍ଯସ୍ତରୀୟ ସାରସ୍ବତ ମହୋତ୍ସବ ଅନୁଷ୍ଠିତ 

ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ଯ ସଂସ୍କୃତି କଳା ସଂସଦର ରାଜ୍ଯସ୍ତରୀୟ ସାରସ୍ବତ ମହୋତ୍ସବ ଅନୁଷ୍ଠିତ 

 ଢେଙ୍କାନାଳ (ସ୍ୱ.ପ୍ର.)ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ୨ୟ ରାଜ୍ୟ ସ୍ତରୀୟ ସାରସତ୍ବ ମହୋତ୍ସବ ଜିଲ୍ଲା ଲେଖକ ସଂସଦ ସଭାକକ୍ଷରେ ଏକ ବର୍ଣ୍ଣାଢ୍ଯ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ପର୍ଯ୍ୟାୟରେ ଶ୍ରୀମତୀ ନିର୍ମଳା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୯ଘଟିକା ୩୦ମି ସମୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା , ପୁଷ୍ପାଞ୍ଜଳି ରାଉତ ଜ୍ୟୋତିର୍ମୟ ନାଥ, ସରୋଜିନୀ ବେହେରା, ଲଳିତ ମୋହନ ବେହେରା,ବିକାଶ ରଥ ,ଗୋକୁଳ ଚନ୍ଦ୍ର ପଣ୍ଡା, ବଂଶୀଧର ସାହୁ, କିଶୋର ଚନ୍ଦ୍ର ସାହୁ ,ସୁରେଶ କୁମାର ପଣ୍ଡା,ରାମଚନ୍ଦ୍ର ଦାଶ ମୁଖ୍ଯ ଭୂମିକା ତୁଲାଇଥିଲେ। ପ୍ରଥମ ପର୍ଯ୍ୟାୟ କାର୍ଯ୍ଯକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ସଂସଦର ଉପସଭାପତି ବସନ୍ତ କୁମାର ପାଣି । ସଭାସାଙ୍ଗ କରିଥିଲେ କୋଷାଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା। 

ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ଉଦଘାଟକ ଶ୍ରୀଯୁକ୍ତ ବିଭୁତିଭୂଷଣ ପ୍ରଧାନ ,ବିଶିଷ୍ଟ ଅତିଥି ପ୍ରସନ୍ନ କୁମାର ପାଟ୍ଟଶାଣୀ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ବିପ୍ରବର ପଣ୍ଡା ବେଦପାଠ, ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସଂସଦର ଅନନ୍ୟ ପ୍ରତିଭା କଣ୍ଠଶିଳ୍ପୀ ଏଲିଜାଜେନା। 

 ମୁଖ୍ଯ ଅତିଥି ଭାବେ ଶ୍ରୀମତୀ ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ମୁଖ୍ଯବକ୍ତା ବୁଦ୍ଧଦେବ ପ୍ରଧାନ, ସମ୍ମାନିତ ଅତିଥି ଡ. ନାରାୟଣ ଚନ୍ଦ୍ର ସେନାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ , ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକ। ତେଲଗୁ ଲେଖିକା ସୁଶ୍ରୀ ଗୀତାଞଳି ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

ସଂସଦର ମୁଖପତ୍ର’ ବଣମଲ୍ଲୀର ହସ’ ଉନ୍ମୋଚନ ହେବା ସହ କବି କବୟିତ୍ରୀ ମାନଙ୍କର ଛଅ ଖଣ୍ଡ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୩୧ ଜଣଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏତଦ୍ ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ଶତାଧିକ ସାରସ୍ବତ କବି କବୟିତ୍ରୀ ସମୂହଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି। ଅଧ୍ୟକ୍ଷ ସନ୍ତୋଷ କୁମାର ପାଣୀ, ସଭାପତି କୈଳାସ ଚନ୍ଦ୍ର ପଣ୍ଡା ସୁ ପରିଚାଳନା କରିଥିଲେ ପ୍ରତିଷ୍ଠାତା \ସମ୍ପାଦକ ବଟକୃଷ୍ଣ ପଣ୍ଡା ମଂଚ ପରିଚାଳନା କରିଥିଲେ ଉପସଭାପତି ବସନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ , ଏବଂ ଯୁଗ୍ମ ସଂପାଦକ ସୁବ୍ରତ ପାଣୀ ସଭାସଙ୍ଗ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ଜରିଆରେ କେନ୍ଦୁପତ୍ର ବିକ୍ରି ଆରମ୍ଭ

Sunil Chandra Nayak

ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ 

masiha

ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ

Leave a Comment

error: Content is protected !!