ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳେଇପୋଷ ଧର୍ମ କଣ୍ଟା ଦୁଇ ଶହ ମିଟର ରାସ୍ତା ପାଲଟିଛି ମରଣାନ୍ତକ 

କଳେଇପୋଷ ଧର୍ମ କଣ୍ଟା ଦୁଇ ଶହ ମିଟର ରାସ୍ତା ପାଲଟିଛି ମରଣାନ୍ତକ 

ବଣାଇଁ  –  ବଣାଇଁ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ କଳେଇପୋଷ ନିକଟରେ ଏକ ଧର୍ମକଣ୍ଟା ରାସ୍ତା ଅବସ୍ଥା ଶୋଚନୀୟ ଓଜନ ହେବା ପାଇଁ କଣ୍ଟାକୁ ଗଲାବେଳକୁ ୨ଶହ ମିଟର ରାସ୍ତା ପାଲଟିଛି ମରଣାନ୍ତକ ନେଇ ଆଇରନ୍ ବୋଝେଇ ଟ୍ରକ ମାଲିକ ଏବଂ ଡ୍ରାଇଭର ମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଉକ୍ତ ଧର୍ମ କଣ୍ଟା ସରକାରୀ ନିୟମ ଅନୁସାରେ ତେଣ୍ଡର ପକାଇ ଏହାକୁ ନେଇଥାନ୍ତି ବୋଲି ଜଣାପଡିଛି ।ତେବେ ସୂଚନା ଅନୁଯାୟୀ ଟେନସା ଅଞ୍ଚଳରେ ଥିବା ଖଣି, କୋଇଡ଼ା ଅଞ୍ଚଳରେ ଥିବା ଖଣି ବା ଉପର ଖଣ୍ଡାଧାର ଖଣିରୁ ଯେତେ ସବୁ ଆଇରନ ମାଲ ବୋଝେଇ ଟ୍ରକ ଗୁଡିକର ସେଠାରେ ଥିବା କଣ୍ଟାରେ ଓଜନ ହେବା ପରେ କଳେଇପୋଷ ନିକଟରେ ଥିବା ଧର୍ମ କଣ୍ଟାରେ ଆଉ ଥରେ ସେଠି ଓଜନ ହୁଏ। ତେବେ ସେଠାକୁ ଯିବାକୁ ହେଲେ ଉଭୟ ପାର୍ଶ୍ବ ଦୁଇ ଶହ ମିଟର ରାସ୍ତାର ଅବସ୍ଥା ଏଭଳି ହୋଇଛି ଓଜନ କରିବା ପାଇଁ ଯାଉଥିବା ଗାଡିର ଟାୟାର ଫାଟିଛି, କେତେକଙ୍କ ଗାଡିର ପତି ଭାଗୁଂଛି ଆଉ କେତେକ ଗାଡିର ଯାନ୍ତ୍ରିକ ସାରଯାମ ଖରାପ ହୋଇ ଯାଉଛି ବୋଲି ଗାଡି ମାଲିକ ଓ ଡ୍ରାଇଭର ମାନେ ଅଭିଯୋଗ କରିଛନ୍ତି । ଅନେକ ସମୟରେ ଏହି ଧର୍ମ କଣ୍ଟା ଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖା ଦେଇଛି। ଏହି ଧର୍ମକଣ୍ଟାରେ ପ୍ରତ୍ୟେକ ଦିନ ହଜାରରୁ ଊର୍ଦ୍ଧ୍ବ ଲୁହାପଥର ବୋଝେଇ ଗାଡ଼ି ଗୀତାରାଣୀ , କବିତା , ଜିନ୍ଦଲ, ପି ଟି ଏ ଟେନସା ଓ ଖଣ୍ଡାଧାରର ସମସ୍ତ ଗାଡ଼ି ଏଠାରେ ପରିମାଣ ସଠିକ୍ ଅଛି କି ନାହିଁ ବୋଲି ଆଉ ଥରେ କଲେଇପୋଷ ନିକଟର ଧର୍ମ କଣ୍ଟା (ଓଜନ) କରାଯାଏ। ଏହି ରାସ୍ତାରେ ଏତେ ମାତ୍ରାରେ ଖାଲଖମାରେ ଭର୍ତ୍ତି ରହି ଥିବାରୁ ଯାତାୟାତରେ ବଡ ହଇଣା ହରକତ ହେଉଛନ୍ତି। ରାସ୍ତାଟି ସମ୍ପୁର୍ଣ୍ଣ ଧୂଳି ଉଡୁ ଥିବାରୁ ପଛପଟର ଗାଡି ଚାଳକକୁ ଠିକ ଭାବେ ରାସ୍ତା ଦେଖାଯାଉ ନାହିଁ ବୋଲି ପ୍ରକାଶ କରିଛନ୍ତି। ତେଣୁ ଏହି ଧର୍ମ କଣ୍ଟାର ଦାଇତ୍ବରେ ଥିବା ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବା କଥା କେମିତି ସବୁ ଦେଖି ଚୁପ୍ ରହିଛନ୍ତି ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି । 

 ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ 

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ  ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ସପ୍ତମ ଦିନ ସମ୍ପର୍କ ର ନାଟକ ଜନ୍ମମାଟି ମଞ୍ଚସ୍ଥ

masiha

Leave a Comment

error: Content is protected !!