ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ 

ରାଉରକେଲା: ସତଭାବନା ଲକ୍ଷେଘର ସମାଜ ରାଉରକେଲାର ରୈ।ପ୍ୟ ଜୟନ୍ତୀ ଉପଲକ୍ଷେ ନୂଆଁଖାଇ ଭେଟଘାଟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ପ୍ରଦୀପ ସୁରଝଲିଆଙ୍କ ସଭାପତିତ୍ବ ସମ୍ପାଦକ ଅଶ୍ବିନୀ କୁମାର ଶାସିନୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆରଏସପିର ସିଜିଏମ କୈ।ଶିକ  ସୁନ୍ୟାନୀ,ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ କୁମାର ଜି କାନେକର ଓ ମୁଖ୍ୟବକ୍ତା ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇଥିଲେ। ଅତିଥି ଦ୍ବୟ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ନୂଆଁ ଖାଇ ଭେଟଘାଟ ଏକ ଅନନ୍ୟ କାର୍ଯ୍ୟକ୍ରମ ତଥା ଭାଇଚାରା ବଜାୟ ରଖିବ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ତ୍ୟାଗ ଓ ସମର୍ପଣ ହେଉଛି ଆମ ପରମ୍ପରା। ଏହି ସଂସ୍କୃତି ଆମକୁ ଏକାଠି କରିଛି। ଆମ ଭାଷା ଓ ବେଶଭୂଷାକୁ ନେଇ ଆମେ ଗର୍ବିତ। ଏହାସହ ପ୍ଲାଷ୍ଟିକ ବ୍ୟବହାରରକୁ ହ୍ରାସ, ପରିବେଶ ରକ୍ଷା ପାଇଁ ବୃକ୍ଷରୋପଣ, ପହଁରା ଜାଣିନଥିବା ବ୍ୟକ୍ତି ନଦୀରେ ନଗାଧେଇବା,ସମାଜ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ପ୍ରାରମ୍ଭରେ ସୁଶୀଲ କଣ୍ଟା , ରାଜଶ୍ରୀ ଗନ୍ଧା ଓ ଗୃପ ସ୍ବାଗତ ସଂଗୀତ ଓ ଶୃତିମୟୀ ବାଙ୍କ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କିଛି ଦିବଙ୍ଗତ ସଦସ୍ୟଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ସମାଜର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ପ୍ରାକ୍ତନ କର୍ମକର୍ତ୍ତା,ଶିକ୍ଷା ରେ ଉତ୍କର୍ଷତା, ବିଭିନ୍ନ ଅଧିକାରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ, ପ୍ରାକ୍ତନ ଏନ୍ଆଇଟି ପ୍ରଫେସର ଡ଼ଃ ହୃଷୀକେଶ ନାଏକ, ମଥୁରା ତନ୍ତୀ ତଥା ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଶେଷରେ ଉପସଭାପତି ଅଶୋକ କୁମାର ବୁଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାମ୍ପ ମୋ, ସମ୍ବଲପୁରୀ ନୃତ୍ୟ, ଲୋକସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ 

Sunil Chandra Nayak

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!