ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦଶହରା ପାଇଁଶାନ୍ତି କମିଟି ବୈଠକ ଅନୁଷ୍ଠିତ.

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦଶହରା ପାଇଁଶାନ୍ତି କମିଟି ବୈଠକ ଅନୁଷ୍ଠିତ.

ଟ୍ରାଫିକ ବ୍ୟବସ୍ଥା କଡାକଡି,ଅସାମାଜିକଙ୍କ ଉପରେ କଡା ନଜର , ସିମିତ ଶବ୍ଦରେ ଡ଼ାକବାଜି ଓ ଡିଜେ ର ବ୍ୟବହାରକୁ ଗୁରୁତ୍ବ

ରାଇରଙ୍ଗପୁର : ୫/୧୦ ବାମନଘାଟୀ ଉପଖଣ୍ଡରେ ଚଳିତ ପାର୍ବଣ ଋତୁରେ ମହାମାୟୀ ଜଗଦଜନନୀ ମା ଦୁର୍ଗା, ମା ଗଜଲକ୍ଷ୍ମୀ, ମା କାଳୀଙ୍କ ପୂଜା ତଥା ବିସର୍ଜନ ଉତ୍ସବ ସହିତ ଅନ୍ୟାନ୍ୟ ଧର୍ମୀୟ ପର୍ବକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ ନିମନ୍ତେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅପରାହ୍ନ ୪ ଘଟିକା ସମୟରେ ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ସେନାପତି ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ସମସ୍ତଙ୍କ ଶାରଦୀୟ ଅଭିନନ୍ଦନ ସହ ବୈଠକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ସର୍ବସମ୍ମତି କ୍ରମେ ଶାନ୍ତି ଶୃଙ୍ଖଳା ସହିତ ସୌହାର୍ଦ୍ଯପୂର୍ଣ୍ଣ ଓ ଭାଇଚାରା ବାତାବରଣ ଭିତରେ ପାର୍ବଣ ପାଳନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରଙ୍କୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ପାଇଁ ନିଷ୍ପତ୍ତି ନିଆଯାଇଥିଲା. 

ବୈଠକରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଣୀ, ପୂର୍ତ୍ତ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ, ଟାଟା ପାୱାର କତୃପକ୍ଷ, ୱାଟକୋ କତୃପକ୍ଷ, ସହକାରୀ ଅଗ୍ନିଶମ ସେବା ଅଧିକାରୀ, ଅବକାରୀ କତୃପକ୍ଷ, ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର ବିଭାଗୀୟ ଅଧିକାରୀ, ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟବୃନ୍ଦ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ. ।

ନିଷ୍ପତ୍ତି ଅନୁଯାୟୀ 

ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୂଜା ମଣ୍ଡପ ନିକଟରେ ତଥା ସହରରେ ଆବଶ୍ୟକ ସଂଖ୍ୟକ ପୋଲିସ ମୃତୟନ ପାଇଁ ପୋଲିସ ବିଭାଗ କୁ, ପୂଜା ପୂର୍ବରୁ ରାସ୍ତାଘାଟ ମରାମତି,ପୂଜା ସମୟରେ ପାନୀୟ ଜଳ ଯୋଗାଣ, ସହରରେ ଉପଯୁକ୍ତ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନ,ପଚା ସଢ଼ା ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ରବ୍ୟ ବିକ୍ରୟକୁ ନିଷେଧ କରିବା ସହ ଏହାର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରିବାକୁ ଗୁରୁତ୍ବ ଦିଆଯାଇଥିଲା ପୌରପାଳିକାକୁ ଦାୟିତ୍ୱ ଦିଆଯାଇଛି.ସେହିପରି ପୂଜା ସମୟରେ ନିରବିଛିନ୍ନ ବିଦ୍ୟୁତ ସରlବରାହ ଯୋଗାଇଦେବା ତଥା ପୂଜା କମିଟି ମାନଙ୍କୁ ଆବଶ୍ୟକୀୟ ବୈଦ୍ୟୁତିକ ପ୍ରମାଣ ପତ୍ର ଯୋଗାଇଦେବା ପାଇଁ ଟିପିଏନଓଡିଏଲ କୁ ନିର୍ଦେଶ ଦିଆଯାଇଛି.ସେହିପରି ପୂଜା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ର ରେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି. ପୂଜା ମଣ୍ଡପ ଗୁଡିକ ନିକଟରେ ପାନୀୟ ଜଳ ଟାଙ୍କି ଯୋଗାଇବା ପାଇଁ ୱାଟକୋ କତୃପକ୍ଷଙ୍କୁ ଅନୁରୋଧ କରାଯାଇଛି. ପୂଜା ସମୟରେ ମଦ ଓ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଇବା ପାଇଁ ଅବକାରୀ କତୃପକ୍ଷ ଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଗ୍ନିଶମ ଅଧିକାରୀ ଙ୍କୁ ଆବଶ୍ୟକ ପରିମାଣ ର ଅଗ୍ନିନିର୍ବାପକ ଉପକରଣ ପ୍ରସ୍ତୁତ ରଖିବା ଓ ପୂଜା କମିଟି ମାନଙ୍କୁ ଅଗ୍ନିନିରାପଦ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି.ପୂଜା ମଣ୍ଡପ ସ୍ଥାନରେ ଅଗ୍ନିନିର୍ବାପକ ଉପକରଣ ରଖିବା ସହିତ ପୂଜା ଓ ଭସାଣି ଉତ୍ସବ ସମୟ ରେ ରୋଗୀ ଓ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ ନିର୍ଦ୍ଧାରିତ ସୀମିତ ଶବ୍ଦରେ ଡାକବାଜି ଓ ଅନ୍ୟାନ୍ୟ ଶବ୍ଦ ଉପକରଣ ବ୍ୟବହାର କରିବା ପାଇଁ ପୂଜା କମିଟି ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।ପାର୍ବଣ ଋତୁ ଯେଭଳି ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେବ ସେଥିପ୍ରତି ସାଂସଦ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ

Sunil Chandra Nayak

କାମାକ୍ଷନଗର ଆଳତୁମାର ଐତିହାସିକ ରଜ ମହୋତ୍ସବ ପାଇଁ ଆରମ୍ଭ ହେଲା ତ୍ରୟୋଦଶ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!