ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ ଶହୀଦ ବୀର ବାଜିରାଉତଙ୍କ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୬ ଅନୁଷ୍ଠିତ
“ଭାରତ ମାଟିର ସର୍ବ କନିଷ୍ଠ ବୀର ବାଜିରାଉତଙ୍କ ତ୍ୟାଗ,ସାହସ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ଅନୁପ୍ରେରଣାର ସ୍ରୋତ” – ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର
ଢେଙ୍କାନାଳ:ତା.୦୫.୧୦.୨୦୨୬ ରିଖ : ସ୍ଥାନୀୟ ଭାରତୀୟ ସଙ୍ଗୀତ ନିଳୟ,ଢେଙ୍କାନାଳ ସଭାଗୃହରେ ଦିବା ୧୧ଘଟିକା ସମୟରେ ଭାରତ ବିକାଶ ପରିଷଦ,ଓଡ଼ିଶା,ଶହୀଦ ବାଜିରାଉତ୍ ଶାଖା,ଢେଙ୍କାନାଳ ପକ୍ଷରୁ ପ୍ରାକ୍ତନ ପ୍ରତିଷ୍ଠାତା ସଭାପତି ଇଂ.ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ବରେ ବିଶ୍ବର ସର୍ବକନିଷ୍ଠ ଶହୀଦ,ଢେଙ୍କାନାଳ ମାଟିର ଗର୍ବ ଗୌରବ, ଶହୀଦ ବୀର ବାଜିରାଉତଙ୍କ ବର୍ଣ୍ଣାଢ଼୍ୟ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂସ୍ଥାର ପୃଷ୍ଟପୋଷକ ତଥା ପ୍ରାକ୍ତନ ଅଧକ୍ଷ,ଶିକ୍ଷାବିତ୍ ଡ.ସମୀର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ଵୀୟ ବକ୍ତବ୍ୟରେ ଭାରତ ବର୍ଷ ପାଇଁ ଜୀବନକୁ ତ୍ୟାଗ କରି ଇଂରେଜମାନଙ୍କ ଗୋରା ସିପାହୀଙ୍କୁ ଭୟ ନକରି ତାଙ୍କ ଆଗରେ ଦମ୍ଭ ଦେଖାଇଥିବା ଜଣେ ସାହସୀ ବାର ବର୍ଷର ବାଳକ ହେଉଛନ୍ତି ବୀର ବାଜି ରାଉତ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସଭ୍ୟ ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ଭାରତ ମାଟିର ସର୍ବ କନିଷ୍ଠ ବୀର ବାଜିରାଉତଙ୍କ ତ୍ୟାଗ,ସାହସ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ଅନୁପ୍ରେରଣାର ସ୍ରୋତ।ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ନିଦର୍ଶନ ହେବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସଚ୍ଚି ରାଉତରାୟଙ୍କ ବାଜିରାଉତଙ୍କ ସମ୍ପର୍କରେ ଗୋଟିଏ କବିତା,ଦୁଇଟି ଓଡ଼ିଆ ଓ ଇଂରାଜୀ ଚତୁର୍ଦ୍ଦଶପଦୀ ସନେଟ୍ ଆବୃତ୍ତି କରିଥିଲେ।ପ୍ରାକ୍ତନ ପ୍ରତିଷ୍ଠାତା ସଭାପତି ଇଂ.ବାବୁଚାନ୍ଦ ମହାଳିକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ବିଶ୍ବର ସର୍ବକନିଷ୍ଠ ଶହୀଦ,ଢେଙ୍କାନାଳ ମାଟିର ଗର୍ବ ଗୌରବ,ଶହୀଦ ବୀର ବାଜିରାଉତଙ୍କ ସୃତିଚାରଣ କରି ତାଙ୍କର ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାପାଇଁ ଦୃଢ଼ ଆହ୍ବାନ ଜଣାଇଥିଲେ।ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳର ଛଅ ବର୍ଷର ସଫଳ କାର୍ଯ୍ୟାବଳୀସବୁ ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର।ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ପରେ ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରୀ,ଛାତ୍ରମାନଙ୍କୁ ନେଇ ଅନୁଷ୍ଠିତ”ଭାରତ କୋ ଜାନୋ” କୁଇଜ୍ ପ୍ରତିଯୋଗିତାର ଅଂଶବିଶେଷ ଭାବରେ ବାଜିରାଉତଙ୍କ ସଂପର୍କରେ କୁଇଜ୍ ପ୍ରଶ୍ନୋତ୍ତର କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର ଭାବେ ଡା.ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ।ସଠିକ୍ ଉତ୍ତର ଦାତାମାନଙ୍କ ସହିତ ସମସ୍ତଙ୍କୁ ଚକ୍ ଲେଟ୍ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିକୃତିରେ,ଭାରତ ମାତା,ସ୍ଵାମୀ ବିବେକାନନ୍ଦ ଓ ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ଓ ଗୁରୁ ଯାମିନୀ ରଞ୍ଜନ ଦାଶ ଓ ସବିତା ଧୀରଙ୍କ ଯୁଗ୍ମ ନେତୃତ୍ୱରେ ଓ ଭାରତୀୟ ସଙ୍ଗୀତ ନିଲୟର ଛାତ୍ରୀ,ଛାତ୍ର ଓ ଉପସ୍ଥିତ ସଭ୍ୟ,ସଭ୍ୟମାନଙ୍କ ଦ୍ୱାରା ସମ୍ମିଳିତ ମଙ୍ଗଳାଚରଣ ଗାନ,ବନ୍ଦେ ମାତରମ୍ ଗାନ ଓ ପରିଶେଷରେ ଶାନ୍ତିପାଠ କରାଯାଇଥିଲା।ଶାଖା ପକ୍ଷରୁ ଉଦ୍ ଘାଟକ ତଥା ମୁଖ୍ୟଅତିଥିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରଯାଇଥିଲା।ଶାଖାର ସମ୍ପାଦକ ଉଷାରାଣୀ ଦାସ ସଭାର ଉଦ୍ଦେଶ୍ୟ ଜ୍ଞାପନ,ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଶ୍ବର ସର୍ବକନିଷ୍ଠ ସହୀଦ ବାଜିରାଉତଙ୍କ ଜନ୍ମଜୟନ୍ତୀ ଅବସରରେ ବାଜିଚୌକ ସ୍ଥିତ ସହିଦ ମିନାରଠାରେ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆମ ଶାଖାର ସଦସ୍ୟା,ସଦସ୍ୟ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ପରିଶେଷରେ ଶାଖାର ବରିଷ୍ଠ ସଦସ୍ୟ ପ୍ରାକ୍ତନ ଶାରୀରିକ ଶିକ୍ଷକ ପ୍ରଶାନ୍ତ ଧଳ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାମୁହିକ ଜାତୀୟ ସଂଗୀତଗାନ ପରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା।ଶାଖାର ସଭାପତି ଇଂ.ବାବୁଚାନ୍ଦ ମହାଳିକ,ଶାଖାର ସମ୍ପାଦକ ଉଷାରାଣୀ ଦାସ,ପୃଷ୍ଠପୋଷକ ଡ.ସମୀର ସାହୁ,ସବିତା ଧୀର,ଭାରତୀୟ ସଙ୍ଗୀତ ନୀଳୟ ପକ୍ଷରୁ ଗୁରୁ ଯାମିନୀ ରଞ୍ଜନ ଦାଶ,ଶାଖା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର,ସଂସ୍କାର ସଚିବ ଅନିଲ ରାଉତ,ପ୍ରଶାନ୍ତ ଧଳ,ଅଳ୍ପନା ଦାସ,ନବଦୀପ ନାୟକ,ଦୁର୍ଗା ପ୍ରସାଦ ଦେହୁରୀ,ରୀନା ସେଠୀ ପ୍ରମୁଖ ସମସ୍ତ ସଦସ୍ୟା,ସଦସ୍ୟ ଓ ଭାରତୀୟ ସଙ୍ଗୀତ ନୀଳୟର ଉପସ୍ଥିତ ଶତାଧିକ ଛାତ୍ରୀ,ଛାତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା ବୋଲି ଭାରତ ବିକାଶ ପରିଷଦ,ବାଜିରାଉତ ଶାଖା,ଢେଙ୍କାନାଳର ସଦସ୍ୟ ତଥା ମିଡ଼ିଆ ପ୍ରଭାରୀ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

