ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଧାମରା ସଂଘ ପକ୍ଷରୁ ପାଳିତ

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଧାମରା ସଂଘ ପକ୍ଷରୁ ପାଳିତ

ରାଉରକେଲା ୨୩/୧୧, ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୭ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି। ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଏହି କାର୍ଯ୍ୟକ୍ରମରେ ରାଉରକେଲାର ବର୍ଷିୟାନ ସମାଜସେବୀ ପତିତପାବନ ରାୟ ଯୋଗଦେଇ, ଓଡିଶା ରାଜନୀତିରେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଦ୍ରୋଣାଚାର୍ଯ୍ୟ ଏବଂ ଚାଣକ୍ୟ ରୂପେ ଅବିହିତ କରିଥିଲେ। ଗଡଜାତ ମିଶ୍ରଣ, ହିରାକୁଦ ବନ୍ଦ ନିର୍ମାଣ, ନୂଆ ରାଜଧାନୀ ନିର୍ମାଣ, ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା, କଟକ ବେତାର କେନ୍ଦ୍ର, ମାଛକୁଣ୍ଡ – ଡୁଡୁମା ପ୍ରକଳ୍ପ, କଟକ ଧାନ ଗବେଷଣା କେନ୍ଦ୍ର ଆଦି ପ୍ରତିଷ୍ଠା ସହ ଓଡିଶାର ସାହିତ୍ୟ, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ତାଙ୍କର ଜୀବନବ୍ୟାପୀ ସାଧନା ଓ ତ୍ଯାଗ ତାଙ୍କୁ ଅମର କରି ରଖିବ। ଶ୍ରୀ ରାୟ ପ୍ରସଙ୍ଗ ଛଳରେ ଉତ୍କଳର ଦୁଇ ନିର୍ମାତା ଡକ୍ଟର ହରେକୃଷ୍ଣ ମହତାବ ଏବଂ ବିଜୁ ପଟ୍ଟନାୟକଙ୍କୁ ରାମକୃଷ୍ଣ ଓ ବିବେକାନନ୍ଦଙ୍କ ସହ ତୁଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଶ୍ରୀ ରାୟ, ଡକ୍ଟର ହରେକୃଷ୍ଣ ମହତାବଙ୍କ ସହିତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିବା ସହ ତାଙ୍କ ତରଫରୁ ୧ ଲକ୍ଷ ଟଙ୍କା ଦାନ କରିବାକୁ ସୂଚନା ଦେଇଥିଲେ । 

    ଧାମରା ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଉତ, ଡକ୍ଟର ମହତାବଙ୍କୁ ଜଣେ ସଚ୍ଚା ସ୍ଵାଧୀନତା ସଂଗ୍ରାମୀ, ଶ୍ରେଷ୍ଠ ରାଜନୀତିଜ୍ଞ, ବିଚକ୍ଷଣ କୁଟନୀତିଜ୍ଞ, ପ୍ରବୀଣ ସାମ୍ବାଦିକ, ବିଶିଷ୍ଟ ଚିନ୍ତାନାୟକ, ଲବ୍ଧପ୍ରତିଷ୍ଠିତ ଐତିହାସିକ, ଖ୍ୟାତନାମା ସାହିତ୍ୟିକ, ସମାଜ ସଂସ୍କାରକ, ଔପନ୍ୟାସିକ, ନାଟ୍ୟକାର, କବି ଆଦି ବହୁବିଧ କୃତି ପାଇଁ ଓଡିଶା ସମୃଦ୍ଧ ହୋଇଛି ବୋଲି କହିଥିଲେ।

    କାର୍ଯ୍ୟକ୍ରମରେ ସହ-ସାଧାରଣ ସମ୍ପାଦକ ଅକ୍ଷୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ଉପସଭାପତି ନିତ୍ୟାନନ୍ଦ ବିଶ୍ବାଳ, ଶ୍ରୀବତ୍ସ କୁଅଁର, ଅମୂଲ୍ୟ ସେଠୀ, ବାଳକୃଷ୍ଣ ସ୍ବାଇଁ, କୁଳମଣୀ ଓଝା, ବଳରାମ ମଲ୍ଲିକ, ନଳିନୀକାନ୍ତ ରାଉତ, ଶ୍ରୀପତି ଶୁକ୍ଳା, କରୁଣାକର ମହାରଣା ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ଭଦ୍ରବ୍ୟକ୍ତିମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

Related posts

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

ସହିଦ ଭଗତ ସିଂହଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

ଜଙ୍ଗଲ ଜମି ପଟ୍ଟା ଦାବିରେ ଧର୍ମଗଡ଼ ଉପଖଣ୍ଡ ସ୍ତରିୟ ହିତାଧିକାରୀ କେଗାଁ ରେଞ୍ଜର ଅଫିସରେ ଆମରଣ ଅନଶନ

Sunil Chandra Nayak

Leave a Comment

error: Content is protected !!