ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାସନୀପଡ଼ାରେ ୧୭ ତମ ବାର୍ଷିକ ଚିତ୍ରୋତ୍ପଳା ବୋଇତ ବନ୍ଦାଣ ଉତ୍ସବ 

ଶାସନୀପଡ଼ାରେ ୧୭ ତମ ବାର୍ଷିକ ଚିତ୍ରୋତ୍ପଳା ବୋଇତ ବନ୍ଦାଣ ଉତ୍ସବ 

ମାର୍ଶାଘାଇ, ୨୪/୧୧ (ମ.ନି.ସ.) କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଶାସନୀପଡ଼ା ସେତୁ ନିକଟରେ ୧୭ ତମ ବାର୍ଷିକ ଚିତ୍ରୋତ୍ପଳା ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ବୋଇତ ବନ୍ଦାଣ ଉତ୍ସବ କମିଟି ସଭାପତି ସୁରେନ୍ଦ୍ରନାଥ ବେହେରା ସଭାପତିତ୍ୱ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯାଜପୁର ସାଂସଦ ଡ଼ଃ ରବିନାରାୟଣ ବେହେରା, ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ତୋଷ କୁମାର ବେହେରା ମୁଖ୍ୟବକ୍ତା, ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର ଶାରୀରିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଦେବେନ୍ଦ୍ର ନାଥ ବେହେରା, ଡ଼ଃ ଶର୍ମିଷ୍ଠା ବେହେରା,ଆଇନଜୀବି ରବିନାରାୟଣ ଚୌଧୁରୀ, ଅବସର ପ୍ରାପ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା, ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଅବସରପ୍ରାପ୍ତ ଆଇଏଫଏସ ପାଣ୍ଡବ ବେହେରା ,ସମାଜସେବୀ କୁଳମଣି ବେହେରା ପ୍ରମୁଖ ଯୋଗ ଦେଇ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ନୌଚାଳନା ପ୍ରତିଯୋଗିତା କରାଯାଇଥିଲା l ଏହି ପ୍ରତିଯୋଗିତାରେ ଉମାକାନ୍ତ ବେହେରା କାର୍ତ୍ତିକ ବେହେରା ପ୍ରଥମ ହୋଇଥିବା ବେଳେ ସତ୍ୟବ୍ରତ ପାତ୍ର, ସୁରେନ୍ଦ୍ର ରାଉତ ଦ୍ଵିତୀୟ ଏବଂ ରୋହିତ ବେହେରା ସୁମନ ବେହେରା ତୃତୀୟ ସ୍ଥାନ ହାସଲ କାଟିଥିଲେ l ବୋଇତ ବନ୍ଦାଣ କମିଟି ତରଫରୁ ମାଟ୍ରିକ ପରୀକ୍ଷା ର କୃତୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ କୈବର୍ତ୍ତ ସମାଜର ସଂଗଠକ ମ ଶ୍ୟାମ ସୁନ୍ଦର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ ମହାପାତ୍ର, ସଞ୍ଜୟ ପାତ୍ର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ l

ମାର୍ଶାଘାଇ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ

masiha

ନର୍ଲାବ୍ଲକ୍ ର ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

ମା ଭଗବତୀ ପୂଜକ ଦେହାନ୍ତ 

Sunil Chandra Nayak

Leave a Comment

error: Content is protected !!