ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାବ୍ଲକ୍ ର ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ନର୍ଲାବ୍ଲକ୍ ର ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ରୁପ୍ରା, (ଅଜୟ କୁମାର ସେନାପତି) : ନର୍ଲାବ୍ଲକ୍ ର ବିଶିଷ୍ଟ ରାଜନୀତିଜ୍ଞ ମାନଗୋବିନ୍ଦ ମହାନ୍ତିଙ୍କ ୮୧ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଶୁକ୍ରବାର ସନ୍ଧ୍ୟା ୬ଟା ୧୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି। ଦିବଙ୍ଗତ ମାନଗୋବିନ୍ଦ ମହାନ୍ତି ହେଉଛନ୍ତି ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତିଙ୍କ ଶ୍ବଶୁର ତଥା ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓରଫ୍ ମୁନାଙ୍କ ବାପା। 

 ସେ ରୁପ୍ରାରୋଡର ସରପଞ୍ଚ ତଥା ଜଣେ ରାଜନୀତିଜ୍ଞ ଭାବେ ଅଞ୍ଚଳର ଅନେକ ବିକାଶ କରି ଯାଇଛନ୍ତି। ତାଙ୍କ ଆବର୍ତ୍ତମାନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷ ସମୟରେ ତାଙ୍କ ବଡପୁଅ ଶିକ୍ଷକ ପୁଷ୍ପକ ମହାନ୍ତି (ବାପି) ଓ ସାନପୁଅ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ (ମୁନା), ଝିଅ ଲିଲିମା ଓ ଶୁଭଶ୍ରୀଙ୍କ ସମେତ ଧର୍ମପତ୍ନୀ, ପୁତ୍ରବଧୂ, ନାତିନାତୁଣୀ, ଆତ୍ମିୟ ସ୍ବଜନ ତଥା ବନ୍ଧୁ ପରିଜନ ଓ ମାନ୍ୟଗଣ୍ୟ ବ୍ଯକ୍ତି ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶନିବାର ସକାଳେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହିତ ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନାର ବାର୍ତ୍ତା ପ୍ରଦାନ କରୁଛନ୍ତି। ନର୍ଲା ରିପୋଟର୍ସ୍ କ୍ଲବ୍ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ( ମ ନି ସ ) 

 

Related posts

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

Sunil Chandra Nayak

ଧର୍ମଗଡ଼ରେ ସରକାରୀ ସ୍ଵଂୟଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି 

Sunil Chandra Nayak

ଅସହାୟ ଗରିବଙ୍କ ପାଇଁ ଏକମାତ୍ର ଭରସା ଯୁବ ସମାଜସେବୀ 

Leave a Comment

error: Content is protected !!