ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତି ଙ୍କ ଯୋଗଦାନ

ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତି ଙ୍କ ଯୋଗଦାନ

କାମାକ୍ଷାନଗର (ମନିସ)18/11/25 — ଭୁବନ ତହସିଲ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି ନୂତନ ତହସିଲଦାର ଭାବେ ଯୋଗଦେଇଛନ୍ତି । ବିଦାୟୀ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀଯୁକ୍ତ ମହାନ୍ତି ପୁରୀ ଜିଲ୍ଲା ଗୋପ ତହସିଲ ରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଜଣେ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି । ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସାମ୍ବାଦିକଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ନୂତନ ତହସିଲଦାର ଶ୍ରୀଯୁକ୍ତ ମହାନ୍ତି ଙ୍କୁ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ବିଦାୟୀ ତହସିଲଦାର ଶ୍ରୀଯୁକ୍ତ ଦାଶ ଗୋପ ତହସିଲ କୁ ବଦଳି ହୋଇ ଯାଇଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚତୁର୍ଥ ଦିନରେ ବସୁମତୀ ସ୍ନାନ ସହିତ ଶେଷ ହେଲା ରଜ ପର୍ବ : ମା ଇନ୍ଦିରା ମହିଳା ସମିତି ପକ୍ଷରୁ ବସୁମତୀ ସ୍ନାନ

Sunil Chandra Nayak

ଟିନି ଦଫା ଦାବିରେ ଜାତୀୟ ରାଜପଥ ଅବରୋଧ 

Sunil Chandra Nayak

କୋକସରା ବ୍ଲକ୍ ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!