ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲା ଜାତୀୟ “ଜଳ ସଞ୍ଚୟ ଜନ ଭାଗିଦାରୀ – ୧.୦ (JSJB 1.0)” ପୁରସ୍କାରରେ ଗୌରବାନ୍ୱିତ

ରାୟଗଡା ଜିଲ୍ଲା ଜାତୀୟ “ଜଳ ସଞ୍ଚୟ ଜନ ଭାଗିଦାରୀ – ୧.୦ (JSJB 1.0)” ପୁରସ୍କାରରେ ଗୌରବାନ୍ୱିତ

  ରାୟଗଡା ଜିଲ୍ଲା “ଜଳ ସଞ୍ଚୟ ଜନ ଭାଗିଦାରୀ – ୧.୦ (JSJB 1.0)” ପୁରସ୍କାର–୨୦୨୪ ରେ ଜାତୀୟ ସ୍ତରରେ ଅସାଧାରଣ ସଫଳତା ପାଇଁ ଭାରତବର୍ଷରେ ପୂର୍ବIଞ୍ଚଳର କ୍ଯାଟେଗୋରୀ-୩ ରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଜାତୀୟ ସ୍ତରରେ ଗୌରବ ଅର୍ଜନ କରିଛି।

 ଜିଲ୍ଲାପକ୍ଷରୁ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ,ରାୟଗଡ ଏବଂ ଜିଲ୍ଲା ନୋଡାଲ୍ ଅଫିସର (JSJB) ଜାତୀୟ ପୁରସ୍କାର—(ସାଇଟେସନ୍, ଟ୍ରୋଫି ଏବଂ ନଗଦ୨୫ ଲକ୍ଷ ଟଙ୍କା ରାଶି ) ମାନ୍ୟବର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର୍ ପାଟିଲ,ଭାରତ ସରକାର ଙ୍କ ଠାରୁ ଗ୍ରହଣ କରିଛନ୍ତି।

 ଏହି ଗୌରବମୟ ଅବସରକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ଶୋଭା ବଢ଼ାଇଥିଲେ ଏବଂ ଦେଶର ବିଭିନ୍ନ ବିଜେତାଙ୍କୁ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୪ ପ୍ରଦାନ କରିଥିଲେ। ବିଜ୍ଞାନ ଭବନ,ନୂଆ ଦିଲ୍ଲୀ ରେ ଶ୍ରୀ ଖେମୁଣ୍ଡୁ ପୁରସ୍କାର ଗ୍ରହଣ ପରେ କହିଥିଲେ ଯେ ଏହି ସଫଳତା ରାୟଗଡା ଜିଲ୍ଲାର ସମଗ୍ର ଟିମ୍‌ର ସମନ୍ୱିତ ପ୍ରୟାସର ଫଳ। ବିଶେଷତଃ ପଞ୍ଚାୟତୀରାଜ ବିଭାଗର ଯନ୍ତ୍ରୀମାନେ ଅସାଧାରଣ କାମ କରିଛନ୍ତି। କ୍ଷୁଦ୍ର ଜଳ ସେଚନ , ବନ ବିଭାଗ ଓ ଜଳଛାୟା ବିଭାଗର ଅଧିକାରୀମାନଙ୍କ ଅବଦାନ ମଧ୍ୟ ଅତୁଳନୀୟ।

 ମିଶନ୍ “ଜଳ ସଞ୍ଚୟ ଜନ ଭାଗିଦାରୀ – ୧.୦” (JSJB 1.0) ର ମୁଖ୍ୟ ଲକ୍ଷ୍ୟ ହେଉଛି ବିଭିନ୍ନ ପଦ୍ଧତି ରେ ଜଳ ସଞ୍ଚୟ ଏବଂ ଏହାର ସଂରକ୍ଷଣ, ଯାହା ପାଇଁ ଜଳଶକ୍ତି ମନ୍ତ୍ରାଳୟ ବିଭିନ୍ନ ନୂତନ ପ୍ରୟାସ ଓ ସୃଜନଶୀଳ ଉପାୟ ଅବଲମ୍ବନ କରୁଛି। ଜିଲ୍ଲାପାଳ ତଥା ଜିଲ୍ଲା ମ୍ୟାଜିସ୍ଟ୍ରେଟ,ରାୟଗଡ଼,ଶ୍ରୀ ଅଶୁତୋଷ କୁଳକର୍ଣ୍ଣି ଏହି ଅସାଧାରଣ ସଫଳତା ପାଇଁ ସମଗ୍ର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରି ପ୍ରେକ୍ଷିରେ ସେ ମତ ବ୍ୟକ୍ତ କରିଛନ୍ତି ଯେ “ଏହି ସଫଳତା ରାୟଗଡା ଜିଲ୍ଲାକୁ ଜାତୀୟ ସ୍ତରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି । ଜଳ ସଞ୍ଚୟ ଜନ ଭାଗିଦାରୀ – ୨.୦ (JSJB 2.0) ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ଗତିକୁ ବଜାୟ ରଖି ଆଗାମୀଦିନରେ ଅଧିକ ସଫଳତା ଓ ସମ୍ମାନ ଆଣିବାକୁ ଆପଣମାନେ ଏହି ପ୍ରକାରର କାମ ଜାରି ରଖନ୍ତୁ।”

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳି ଖୁଟି ରାସ୍ତା,,ଭାରି ହିନସ୍ଥା,,,ଲୋକେ ଗୁହାରି କରିବେ କାହାକୁ !

masiha

ମୁଷାନାଳଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ସମାରୋହ , ଲାଞ୍ଜିଗଡ଼ ବ୍ଲକର ପ୍ରଥମ ଓଏଏସ୍ ସନାତନ ମାଝୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ନର୍ଲା ବ୍ଲକ୍ ପରିସରରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ

masiha

Leave a Comment

error: Content is protected !!