ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପରିଦର୍ଶନ କମିଟିର ଧର୍ମଗଡ ସ୍ୱଧାର ଗୃହ ପରିଦର୍ଶନ

ଅନ୍ତେଃବାସୀ ମାନଙ୍କୁ ଧନ୍ଦା ମୂଳକ ତାଲିମ ଓ ଆଇନ୍ ସହାୟତା ଦିଆଯିବା ଉପରେ ଗୁରୁତ୍ବ

ଭାରତୀୟ ଆଦିମ ଜାତି ସେବକ ସଂଘ ପକ୍ଷରୁ ଧର୍ମଗଡ ଠାରେ ଚାଲିଥିବା ସ୍ୱଧାର ଗୃହ ଜିଲ୍ଲା ସ୍ତରୀୟ ପରିଦର୍ଶନ କମିଟି ଆଜି ପରିଦର୍ଶନ କରିଥିଲେ।ପରିଦର୍ଶନ କମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଭାତୀ ରାଣୀ ତ୍ରିପାଠୀ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ନିୟତି ବାଳା ସୋରେନ୍, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧିକାରୀ ଭାରତ ଭୂଷଣ ପଣ୍ଡା, ସିଡ଼ିପିଓ ଶ୍ରୀମତୀ ସୁଚରିତା ମହାପାତ୍ର, ଡ଼ାକ୍ତର ଅଶ୍ୱିନ କୁମାର କର, ପୋଲିସ ସବ ଇନ୍ସପେକ୍ଟର ସନ୍ତୋଷ କୁମାର ସେଠୀ ସ୍ଵଧାର ଗୃହର ପରିଚାଳନା ଓ ଅନ୍ତେଃବାସୀ ମାନଙ୍କ ରହିବା, ଖାଇବା, ସ୍ଵାସ୍ଥ୍ୟ, ତାଲିମ ଏବଂ ସେମାନଙ୍କର ଥଇଥାନ ବିଷୟରେ ଅନୁଧ୍ୟାନ କରିଥିଲେ ଓ ଅନ୍ତେଃବାସୀ ମାନଙ୍କ ସହିତ ପୁଙ୍ଖାନୁପଙ୍ଖ ଭାବେ ଆଲୋଚନା କରିଥଲେ। ସ୍ଵଧାର ଗୃହ ପରିଚାଳନା କମିଟିର ସଦସ୍ୟ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷି, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ,ଆଇନଜୀବୀ ଶ୍ରୀମତୀ ସଂଯୁକ୍ତା ପଣ୍ଡା, ଆଇନଜୀବୀ ପ୍ରେମଲାଲ ସାଗର ଓ ଶ୍ରୀମତୀ ଗୀତା ପଟ୍ଟନାୟକ ଙ୍କ ସହିତ ମଧ୍ୟ ଆଲୋଚନା କରିଥଲେ। ସ୍ଵଧାର ଗୃହ ଅନ୍ତେଃବାସୀ ମାନଙ୍କୁ ଧନ୍ଦା ମୂଳକ ତାଲିମ ଓ ଆଇନ୍ ସହାୟତା କିପରି ଦିଆଯାଇ ପାରିବ ତା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ପରିଦର୍ଶନ କମିଟି କହିଥିଲେ ଏବଂ ସ୍ୱଧାର ଗୃହ ପରିଦର୍ଶନ ଓ ବିଭିନ୍ନ ଫାଇଲ ପତ୍ର ତନଖି ସନ୍ତୋଷ ପ୍ରକାଶ କରିଥିଲେ। ସ୍ୱଧାର ଗୃହର ପରିଚାଳକ ପ୍ରଦୀପ କୁମାର ମହାନ୍ତି, ପରିଚାଳିକା ନିବେଦିତା ପ୍ରଧାନ, କାଉନସେଲର ସରସ୍ଵତୀ ନାଏକ, ସହାୟିକା ରୋଜାଲିନ ନାଏକ, ସଭ୍ୟା ଶୋଭାସିନୀ ରାଉତ ଏହି ଅବସରରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ ପ୍ରଚଳନ ହେଉ

masiha

ରାଇରଙ୍ଗପୁରରେ ଗଜାନନ ବେଶରେ ଦର୍ଶନ ଦେଲେ ସାଆନ୍ତେ 

masiha

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!