ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରଙ୍ଗନା କଳାନିକେତନ ଅନୁଷ୍ଠାନର ନବରାତ୍ରି ଉପଲକ୍ଷେ ଢେଙ୍କାନାଳରେ ଏକଦିବସୀୟ ବର୍ଣ୍ଣାଢ଼୍ୟ ପାର୍ବଣ ଉତ୍ସବ-୨୦୨୬ ମହାସମାରୋହରେ ଉଦ୍ ଯାପିତ 

ସୁରଙ୍ଗନା କଳାନିକେତନ ଅନୁଷ୍ଠାନର ନବରାତ୍ରି ଉପଲକ୍ଷେ ଢେଙ୍କାନାଳରେ ଏକଦିବସୀୟ ବର୍ଣ୍ଣାଢ଼୍ୟ ପାର୍ବଣ ଉତ୍ସବ-୨୦୨୬ ମହାସମାରୋହରେ ଉଦ୍ ଯାପିତ 

ଶିଶୁ କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରଦର୍ଶନ ଦ୍ଵାରା ହିଁ ବିଶ୍ୱରେ ଆମ କଳା,ସଂସ୍କୃତି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ – ରାଜଯୋଗିନୀ ବି.କେ ଉଷା 
ଆଜିର ଶିଶୁ କାଲିର ଭବିଷ୍ୟତ ଓ ତାଙ୍କ ଭିତରେ ଥିବା ବିଶେଷତା,ସୃଜନଶୀଳତା ଓ କଳାତ୍ମକ ପ୍ରତିଭାର ବିକାଶ ଓ ପରିପ୍ରକାଶ ହିଁ ଆମ କଳା,ସଂସ୍କୃତିର ବାର୍ତ୍ତାବହ – ଡା. ଦେବୀ ପ୍ରସାଦ ମିଶ୍ର 

ଢେଙ୍କାନାଳ : ତା.୧୯.୧୦.୨୦୨୬ରିଖ : (ମ ନି ସ   ) ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁରଙ୍ଗନା କଳା ନିକେତନ ଆନୁକୁଲ୍ୟରେ ନବରାତ୍ରି ଉପଲକ୍ଷେ ଏକଦିବସୀୟ ବର୍ଣ୍ଣାଢ଼୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ “ପାର୍ବଣ” ଉତ୍ସବ -୨୦୨୬ ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ଭବନ ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇଯାଇଛି।ସକାଳ ୮ ଘଟିକା ସମୟରେ ଅନୁଷ୍ଠାନର ସଭାପତି ନିରଞ୍ଜନ ସତପଥି, ଶିଳ୍ପୀ ପରେଶ ପଟ୍ଟନାୟକ,ପ୍ରଜ୍ଞାପ୍ରିୟା ନନ୍ଦ,ଜିତେନ୍ଦ୍ର ବେହେରା,ପ୍ରକାଶ କୁମାର ପରିଡ଼ା,ଅଜୟ କୁମାର ନନ୍ଦ,ବେଣୁଧର ବେହେରା,ପ୍ରମୀତା ହୋତା,ଜ୍ୟୋତି ପ୍ରକାଶ ମହାପାତ୍ର,ଚିତ୍ରକାର ଅଭିନବ ବରାଳ, ରାଜେନ୍ଦ୍ର ପ୍ରସାଦ ଭଞ୍ଜ ଉପସ୍ଥିତ ରହି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ ଘାଟିତ କରି ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ। ଚିତ୍ରାଙ୍କନ,ରଙ୍ଗଭର,ହସ୍ତାକ୍ଷର,ସେଡିଙ୍ଗ,ବେଶପାଟି ଭଳି ବିଭିନ୍ନ ପ୍ରତିଯୋଗିତା ଓ ସଂଗୀତ,ନୃତ୍ୟ ମହୋତ୍ସବରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଓ ପରିବେଷଣକାରି ସେମାନଙ୍କର ଗୁରୁମା,ଗୁରୁଜୀଙ୍କ ମାର୍ଗଦର୍ଶନରେ ସ୍ୱ ସ୍ୱ ମାତା,ପିତା,ଅଭିଭାବିକା, ଅଭିଭାବକମାନଙ୍କ ସହ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବି.କେ ଉଷା ଦିଦି ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ସମ୍ମାନିତ ଅତିଥି ବ୍ରହ୍ମା କୁମାରୀ ଲିନା, ବ୍ରହ୍ମା କୁମାରୀ ଝରଣା,ବ୍ରହ୍ମା କୁମାରୀ ଅନୁରାଧା, ନୃସିଂହ ଚରଣ ସାହୁ,ରମାକାନ୍ତ ରଥ,ପ୍ରଫୁଲ୍ଲ କୁମାର ସାହୁ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟ ଅତିଥି ସ୍ଵୀୟ ବକ୍ତବ୍ୟରେ ଶିଶୁ କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପ୍ରଦର୍ଶନ ଦ୍ଵାରା ହିଁ ବିଶ୍ୱରେ ଆମ କଳା,ସଂସ୍କୃତି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ ଏବଂ ନାରୀ ଶକ୍ତି ଓ ନବରାତ୍ରୀର ବିଶେଷତା ବିଷୟରେ ଅବଗତ କରାଇବା ସହ କୁନି କୁନି ଝିଅମାନଙ୍କୁ ପୂଜା କରାଯାଇ କିପରି ଦଶହରା ପାଳନ କରାଯାଏ ବୁଝାଇଥିଲେ।ମୁଖ୍ୟବକ୍ତା ଶିକ୍ଷାବିତ୍ ଡ଼l.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ଆଜିର ଶିଶୁ କାଲିର ଭବିଷ୍ୟତ ଓ ତାଙ୍କ ଭିତରେ ଥିବା ବିଶେଷତା, ସୃଜନଶୀଳତା ଓ କଳାତ୍ମକ ପ୍ରତିଭାର ବିକାଶ ଓ ପରିପ୍ରକାଶ ହିଁ ଆମ କଳା,ସଂସ୍କୃତିର ବାର୍ତ୍ତାବହ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରି ଥିଲେ। କରିଥିଲେ।ପୁରୀ,ଅନୁଗୋଳରୁ ନୃତ୍ୟ ସହିତ ସ୍ଥାନୀୟ କଳାକାରଙ୍କର ନୃତ୍ୟ ଓ କୁନି କୁନି ନାରୀଶକ୍ତିମାନଙ୍କୁ ପୂଜା କରିବା କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ଥିଲା। ସବୁ ପିଲାଙ୍କୁ ଉତ୍ସାହିତ କରି ପୁରସ୍କାର ଓ ମା’ ଙ୍କ ପାଖରୁ ଆସିଥିବା ସ୍ଵତନ୍ତ୍ର ଅଙ୍ଗ ଲାଗି ଉତ୍ତରୀୟ ବିତରଣ କରାଯାଇଥିଲା ଓ ସମସ୍ତ ଅତିଥିବୃନ୍ଦଙ୍କୁ ମଧ୍ଯ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଅନୁଷ୍ଠାନର ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ନାରୀଶକ୍ତିର ସ୍ମୃତି ସ୍ୱରୂପ ଗୁରୁ ପ୍ରଜ୍ଞା ପ୍ରିୟା ନନ୍ଦ, ସୁଶ୍ରୀ ସୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରଜ୍ଞା ରାଣୀ ଦାସ ଓ ପ୍ରମିତା ହୋତା ଙ୍କୁ ବି.କେ ଉଷା ଦେବୀ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରିଥିଲେ।ପରେ ପରେ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର,ପ୍ରମୀତା ହୋତା,ସୁଶ୍ରୀ ଶୁଭଶ୍ରୀ,ରାଜେନ୍ଦ୍ର ଭଞ୍ଜ,କାହ୍ନୁ ଚରଣ (ପୁରୀ)ପ୍ରମୁଖଙ୍କ ଦ୍ଵାରା ପାରମ୍ପରିକ ଓ ଭଜନ ସଙ୍ଗୀତ ପରିବେଷଣ,ସାନ୍ଧ୍ୟ ମହୋତ୍ସବରେ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ,ଦେବୀ ନୃତ୍ୟ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇଥିଲା।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁରଙ୍ଗନା କଳା ନିକେତନର ସମ୍ପୂର୍ଣ୍ଣ ପରିବାରର କର୍ମକର୍ତ୍ତା ଓ ସଦସ୍ୟା,ସଦସ୍ୟ ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ ସଫଳ ଭାବରେ ସମ୍ପାଦିତ ହୋଇଥିଲା।ପରିଶେଷରେ କାର୍ଯ୍ୟକ୍ରମ ସଞ୍ଚାଳିକା ସୁଶ୍ରୀ ପ୍ରଜ୍ଞା ପ୍ରିୟା ନନ୍ଦ ଓ ସଂଚାଳକ ଜିତେନ୍ଦ୍ର କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଉପଦେଷ୍ଟା,ମିଡ଼ିଆ ପ୍ରଭାରୀ ସୁରଙ୍ଗନା କଳା ନିକେତନ,ଢେଙ୍କାନାଳ ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ,ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ଅବୈତନିକ ସ୍ୱାଧୀନ ସମ୍ବାଦଦାତା ତଥା ଡ଼ା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠି ରୁ ଖବର ପ୍ରସାରଣ ପରେ ବୁଦୁନୀ ପଧାନ କୁ ମିଳିଲା ସହାୟତା ଏବଂ ବିଧବା ଝିଅ ସୁକାନ୍ତି କୁ ମିଳିବ ଭତ୍ତା

masiha

ଶସକ୍ତ ଓଡିଶା ସାଥି ଶିବିର କାର୍ଯ୍ୟକ୍ରମ 

masiha

ପଞ୍ଚାୟତିରାଜ ପ୍ରତିନିଧିଙ୍କ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!