ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ଦୋଳ ମେଲଣ ସମିତିର ଆବାହକ ହେଲେ ମୁକ୍ତିକାନ୍ତ 

କେନ୍ଦ୍ରୀୟ ଦୋଳ ମେଲଣ ସମିତିର ଆବାହକ ହେଲେ ମୁକ୍ତିକାନ୍ତ 

ରାଉରକେଲା: କେନ୍ଦ୍ରୀୟ ଦୋଳ ମେଲଣ ସମିତିର ବାର୍ଷିକ ସାଧାରଣ ବୈଠକ ସେକ୍ଟର ୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ଦ୍ବାଦଶତମ ଦୋଳ ମେଲଣ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ କୈ।ଣସି ପରିଚାଳନା କମିଟି ଗଠନ ହୋଇପାରିଲା ନାହିଁ। ଏଥିପାଇଁ ପରିଚାଳନା କମିଟି ଅନୁଷ୍ଠାନର ପୁରୁଖା ତଥା ଶୃଙ୍ଖଳିତ ଆଜୀବନ ସଦସ୍ୟ ମୁକ୍ତିକାନ୍ତ ବେହେରାଙ୍କୁ ଆବାହକ ଭାବେ ଚୟନ କରାଯାଇଥିଲା। ଶ୍ରୀ ବେହେରାଙ୍କ ତତ୍ତ୍ଵାବଧାନରେ ଆସନ୍ତା ଦୋଳ ମେଲଣ ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ବିଷ୍ଣୁଚରଣ ବିଶ୍ବାଳ, ସୁଶାନ୍ତ ପ୍ରଧାନ, ଇଶ୍ଵର ଭଞ୍ଜ, ପର୍ଶୁରାମ ପୋଥାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ହେବାକୁ ଥିବା ବୈଠକରେ ଦୋଳ ମେଲଣ ସମିତିର ସମସ୍ତ ସଦସ୍ୟମାନେ ଯୋଗଦେବାକୁ ଅନୁରୋଧ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେଡି ଶଙ୍ଖ ଭବନରୁ ରଘୁନାଥ ମହାନ୍ତି ବସ୍ତାରେ ପହଞ୍ଚିବାପରେ ଶୁଭେଛାର ବାର୍ତ୍ତା କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି 

Sunil Chandra Nayak

ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ଦ ମିରର ସୋସିଆଲ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!