ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ “ଓଡିଶା ବନାଞ୍ଚଳ ଉନ୍ନୟନ ଦ୍ୱିତୀୟ ପର୍ଯ୍ୟାୟ ” ପ୍ରକଳ୍ପ ବାର୍ଷିକ ସମୀକ୍ଷ୍ୟା ବୈଠକ 2022-23 ଅନୁଷ୍ଠିତ  

ମୟୂରଭଞ୍ଜ – ୩/୮ ( ମସିହା) ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ବନାଞ୍ଚଳ ସମ୍ମିଳନୀ ପରିସରରେ” ଓଡ଼ିଶା ଵନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦିତୀୟ ପର୍ଯ୍ୟାୟ”” ପ୍ରକଳ୍ପ ବାର୍ଷିକ ସମୀକ୍ଷା ବୈକ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି. ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ବେହେରା ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ. ବିଷୟ ଭିତ୍ତିକ ବିଶେଷଜ୍ଞା ଶ୍ରୀଯୁକ୍ତ ତ୍ରିଲୋଚନ ରାୟ ଅତିଥିମାନଙ୍କର ପରିଚୟ ପ୍ରଦାନ କରି ବୈଠକ ଆରମ୍ଭ କରିଥିଲେ. ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦେଶକ ଡ଼କ୍ଟର ପ୍ରକାଶ ଚନ୍ଦ୍ର ଗୋଗିନେନି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବନ ସୁରକ୍ଷା ସମିତି ରେ ହିତାଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଜୀବନ ଜୀବିକାର କିପରି ଉନ୍ନତି ଆଣିବା ଉପରେ ଆଲୋକପାତ କରିଥିଲେ. ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମିଶ୍ର, ବିଶେଷଜ୍ଞ ଭୁବନେଶ୍ୱର ରୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ରାଇରଙ୍ଗପୁର ବନଖଣ୍ଡ ର କାର୍ଯ୍ୟ ଗୁଡିକୁ ଉଚ୍ଚ ପ୍ରଶଂସା କରିଛନ୍ତି. ଉକ୍ତ ବୈଠକରେ ବିଭିନ୍ନ ସରକାରୀ ବିଭାଗ ଯଥା ମୃତ୍ତିକା ସଂରକ୍ଷଣ, କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀଧାନ ବିଭାଗ, ଟସର ଚାଷ ବିଭାଗ, କ୍ଷୁଦ୍ର ଜଳସେଚନ ଆଦି ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବିଭିନ୍ନ ଆୟ ବୃଦ୍ଧିକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା. ବୈଠକ ରେ ଦଶ ଗୋଟି ବନସୁରକ୍ଷା ସମିତି ରୁ ସଭାପତି, ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦାନ କରିଛନ୍ତି ତତସହିତ ପାଞ୍ଚ ଗୋଟି ବନାଞ୍ଚଳ ରୁ ଆସିଥିବା SHG ମାନଙ୍କ ଦ୍ୱାରା ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟର ପ୍ରଦର୍ଶନ କରିଥିଲେ. ଉକ୍ତ ବୈଠକ କୁ ବିଷୟ ଭିତ୍ତିକ ବିଶେଷଜ୍ଞ ଶ୍ରୀ ଲୋକନାଥ ସାହୁ ସମାନ୍ୱୟ ରକ୍ଷା କରି ବୈଠକ ଆଗେଇ ନେଇଥିଲେ. ବୈଠକ ରେ ଅତିରିକ୍ତ ବନ ସଂରକ୍ଷକ, ସମସ୍ତ ବନାଞ୍ଚଳ ଅଧିକାରୀ, ପ୍ରକଳ୍ପ ସଂଯୋଜକ, ବନପାଳ ଆଦି କର୍ମଚାରୀ ମାନେ ଯୋଗ ଦେଇଥିଲେ. ଶେଷରେ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ମାଝୀ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଏବଂ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସତ୍ୟବ୍ରତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କର୍ମଚାରୀ ମାନଙ୍କ ସହାୟତା ରେ ବାର୍ଷିକ ସମୀକ୍ଷା ବୈଠକ କୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ 

Related posts

ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

masiha

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

masiha

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!