ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସର ସମ୍ବଲପୁର ଦିନ

ରାଉରକେଲା/ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ରାଉରକେଲା କ୍ଲବ ଠାରେ ସମ୍ବଲପୁର ଦିନ ପାଳନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୃଷ୍ଣଚନ୍ଦ୍ର ତ୍ରିପାଠୀ, ହରେକୃଷ୍ଣ ପଣ୍ଡା,ବୁଦ୍ଧେଶ୍ବର ସାହୁ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ସତ୍ୟନାରାୟଣ ବହିଦାରଙ୍କ ସମ୍ବଲପୁରୀ ଭାଷା ସାହିତ୍ୟ ପ୍ରତି ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବୁଦ୍ଧିମତା, ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା । ରଶ୍ମିତା ପଣ୍ଡା ସମସ୍ତଙ୍କୁ ସ୍ବାଗତ କରିବା ସହ ସମ୍ବଲପୁର ଦିନ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମିତା ପ୍ରଧାନ,କଲ୍ୟାଣୀ ଦାସ, ରଶ୍ମିତା ମଲ୍ଲିକ, ସୁମତି ନାୟକ, କାମିନୀ ମହନ୍ତ, ଅନିତା ବେହେରା, ଇପ୍ସିତା ବିଶ୍ବାଳ, ସୁମତି ସେନାପତି, ନିତାଞ୍ଜଳୀ ପରିଡା,ଆକାଶ ନାୟକ, ଦିବାକର ଦାସ, ମୂରଲୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଷ୍ଟ୍ରିୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଓ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

masiha

ଘର ପୋଡି ଠୁ ବଳି ବଡ଼ ଦୁଃଖ ଆଉ କଣ ! ପତଞ୍ଜଳି ପରିବାର ପହଞ୍ଚି ବଢ଼ାଇଲା ସହାୟତାର ହାତ 

masiha

ଜିଲ୍ଲା ସ୍ତରୀୟ ସାମୁହିକ ଫାଇଲେରିଆ ଔଷଧ ସେବନ ଏବଂ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!