ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ବୃକ୍ଷ ରୋପଣ ଅନୁଷ୍ଠିତ 

ରୁପ୍ରା, ୩/୭ (ମନିସ) : କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ମୁରସିଙ୍ଗ୍ ସ୍ଥିତ ସନ୍ୟାସୀ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ନିବାସ ପରିସରରେ ‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରା ଶାଖା ଓ କେସିଙ୍ଗା ବନାଞ୍ଚଳର ମିଳିତ ସହଯୋଗରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତି ଓ ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ ସାହୁଙ୍କ ପରିଚାଳନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ଡେପୁଟି ରେଞ୍ଜର ଯୁଧିଷ୍ଠିର ଜାଲ୍, ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁର, ଫରେଷ୍ଟ ଗାର୍ଡ୍ ଫକିର ବିଶ୍ୱାଳ, ନିଗମ ସାହୁ ଓ ପାରିଜାତ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ତାରେଣିଆ ଓ ପରିଚାଳନା କମିଟିର ସଭାପତି ଅର୍ଜୁନ ପଧାନ ପ୍ରଥମେ ପୂଜାପାଠ କରି ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ । 

‘ସମ୍ୱାଦ’ ସାହିତ୍ୟ ଘର ରୁପ୍ରାର ଉପସଭାପତି ତଥା ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ବେହେରାଙ୍କ ସମେତ ଛାତ୍ର ଛାତ୍ରୀ ଶଙ୍କିତା ପଧାନ, ଚୁମିନା ବିଶ୍ୱାଳ, ଅଙ୍କିତ ଗୌଡ, ରିଙ୍କୁ ସା, ଦୀପା ବାରିକ ଓ ସଙ୍ଗୀତା ନନ୍ଦ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ପ୍ରହଲ୍ଲାଦ ବିଶ୍ୱାଲ, ବାଳୁଙ୍କି ସାହୁ (Balunki), ମନୋରଞ୍ଜନ ଦାସ, ନରେନ୍ଦ୍ର ଖିଲାର୍, ନରସିଂହ ସାହୁ, ସତ୍ୟପ୍ରିୟ ଜେନା, ବିଦ୍ୟାଳୟର କର୍ମଚାରୀ ଲିଙ୍ଗରାଜ ପଧାନ, ଶରତ ଭୋଇ, ଗୋପାଳ ବାରିକ ଓ ମୋହନ କରୁଆଁ ଓ ସମସ୍ତ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଅଟୋ ଛଡେଇ ନେଲା ଶଙ୍ଖା ସିନ୍ଦୁର

Sunil Chandra Nayak

ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଜଙ୍ଗଲ ଜମି ଜଵରଦଖଲ ନେଇ ଗ୍ରାମବାସୀଙ୍କ ବିରୋଧ; ଉପଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ, ତହସିଲଦାର ଏବଂ ଟାଉନଥାନା ଦ୍ବାରସ୍ଥ ; କାର୍ଯ୍ୟାନୁଷ୍ଠାନ ପାଇଁ ଦାବି 

masiha

ଶାରଳା ପରିବାର ପକ୍ଷରୁ ଦହି ସର୍ବତ ଓ ପାନୀୟ ଜଳ ବଣ୍ଟନ 

Leave a Comment

error: Content is protected !!