ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରିଆ ଗ୍ରାମରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ବୈଠକ 

ଢେଙ୍କାଳାନ, ତା ୧୯.୦୩.୨୦୩ରିଖ : ଅଦ୍ୟ ରବିବାର ଦିବା ୧ ଘଟିକା ସମୟରେ ସିଆରିଆସ୍ଥିତ ଉ.ପ୍ରା. ବିଦ୍ୟାଳୟ ଠାରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ସଭାପତି ଉଦ୍ଧବ ରାଉତ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମ୍ୟ ଜଙ୍ଗଲ ଜମି ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଜଙ୍ଗଲ ଜମି ସହ ଜଙ୍ଗଲକୁ ସୁରକ୍ଷା ଦେଇ ପରିବେଶକୁ ସୁନ୍ଦର କରିବା ନିମନ୍ତେ ଗ୍ରାମବାସୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଏହି ସୁରକ୍ଷା ସହିତ ଗ୍ରାମର ଆର୍ଥିକ କ୍ଷେତ୍ରରେ କିପରି ଉନ୍ନତି ହେବ ତାହା ବିଷୟରେ ଆଲୋଚନା କରିଥିଲେ । ସମ୍ପାଦିକା ସୁଲଚନା ସାହୁଙ୍କ ବ୍ୟତୀତ ଇଂ. ପ୍ରଦୀପ ସ୍ବାଇଁ, ବସନ୍ତ ସାହୁ, ପ୍ରେମାନନ୍ଦ ରାଉତ, ବିଦୁଲ କୁମାର ସାମଲ, ସୁପ୍ରିୟା ପରିଡା, ଗଣେଶ୍ୱର ଦାସ, ସୂର୍ଯ୍ୟକାନ୍ତ ସାହୁ, ବିଜୟ ଖଟୁଆ, ଚିନ୍ତାମଣି ମହାନ୍ତି, ଗହନ ଦେହୁରୀ, ଗୁରୁବାରୀ ସାହୁ, ଗଲି ସ୍ବାଇଁ, ସତ୍ୟମା ଦାସ, ସୁମିତ୍ରା ବିଶୋଇ, ଅଞ୍ଜଳି ବେହେରା, ଅମରୀ ସାହୁ, ଆରତୀ ଦେହୁରୀ, ସଞ୍ଜୁ ଦେହୁରୀ, ଦୁର୍ଗା ଚରଣ ସ୍ବାଇଁ ପ୍ରମୁଖ ଗ୍ରାମବାସୀ ଯୋଗଦେଇ ଜଙ୍ଗଲ ଜମି ଓ ଜଙ୍ଗଲ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଜୟ ଖଟୁଆ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

masiha

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

masiha

ଖାଦ୍ୟ ଓ ପାନୀୟ ଜଳ ପାଇଁ ବନ୍ୟ ଜନ୍ତୁ ଗାଁ ମୁହାଁ, ସମାଜ ସେବୀ ଙ୍କ ପ୍ରଚେଷ୍ଟା

masiha

Leave a Comment

error: Content is protected !!