ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆରିଆ ଗ୍ରାମରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ବୈଠକ 

ଢେଙ୍କାଳାନ, ତା ୧୯.୦୩.୨୦୩ରିଖ : ଅଦ୍ୟ ରବିବାର ଦିବା ୧ ଘଟିକା ସମୟରେ ସିଆରିଆସ୍ଥିତ ଉ.ପ୍ରା. ବିଦ୍ୟାଳୟ ଠାରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ସଭାପତି ଉଦ୍ଧବ ରାଉତ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମ୍ୟ ଜଙ୍ଗଲ ଜମି ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଜଙ୍ଗଲ ଜମି ସହ ଜଙ୍ଗଲକୁ ସୁରକ୍ଷା ଦେଇ ପରିବେଶକୁ ସୁନ୍ଦର କରିବା ନିମନ୍ତେ ଗ୍ରାମବାସୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଏହି ସୁରକ୍ଷା ସହିତ ଗ୍ରାମର ଆର୍ଥିକ କ୍ଷେତ୍ରରେ କିପରି ଉନ୍ନତି ହେବ ତାହା ବିଷୟରେ ଆଲୋଚନା କରିଥିଲେ । ସମ୍ପାଦିକା ସୁଲଚନା ସାହୁଙ୍କ ବ୍ୟତୀତ ଇଂ. ପ୍ରଦୀପ ସ୍ବାଇଁ, ବସନ୍ତ ସାହୁ, ପ୍ରେମାନନ୍ଦ ରାଉତ, ବିଦୁଲ କୁମାର ସାମଲ, ସୁପ୍ରିୟା ପରିଡା, ଗଣେଶ୍ୱର ଦାସ, ସୂର୍ଯ୍ୟକାନ୍ତ ସାହୁ, ବିଜୟ ଖଟୁଆ, ଚିନ୍ତାମଣି ମହାନ୍ତି, ଗହନ ଦେହୁରୀ, ଗୁରୁବାରୀ ସାହୁ, ଗଲି ସ୍ବାଇଁ, ସତ୍ୟମା ଦାସ, ସୁମିତ୍ରା ବିଶୋଇ, ଅଞ୍ଜଳି ବେହେରା, ଅମରୀ ସାହୁ, ଆରତୀ ଦେହୁରୀ, ସଞ୍ଜୁ ଦେହୁରୀ, ଦୁର୍ଗା ଚରଣ ସ୍ବାଇଁ ପ୍ରମୁଖ ଗ୍ରାମବାସୀ ଯୋଗଦେଇ ଜଙ୍ଗଲ ଜମି ଓ ଜଙ୍ଗଲ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଜୟ ଖଟୁଆ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ 

masiha

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

masiha

The 15th Bharat Muni Samman Samaroh will have a triveni of entertainment, artists from outside the state will participate

masiha

Leave a Comment

error: Content is protected !!