ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ବରୁଣେଇ ପୀଠସ୍ଥଳୀ ଖୋର୍ଦ୍ଧାଠାରେ ନିଶିଗନ୍ଧା ପରିବାର ପକ୍ଷରୁ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ଖୋର୍ଦ୍ଧା, ଭୁବନେଶ୍ବରର ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର 

ମା’ ବରୁଣେଇ ପୀଠରେ ତା ୧୯.୦୩.୨୩ ରିଖ ରବିବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଆୟୋଜିତ ହୋଇଛି। ଏହି ସଭାରେ ନିଶିଗନ୍ଧା ସାହିତ୍ୟ ସଂସଦର ସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ବଳରାମ ତରାଇ, ଉପସଭାପତି ଡ଼ଃ ରଶ୍ମି କର , ସଙ୍ଗଠନ ସଂପାଦକ ଜ୍ୟୋତି ରଞ୍ଜନ ଦାସ, ଉପଦେଷ୍ଟା ରଶ୍ମି ରଞ୍ଜନ ପଟ୍ଟନାୟକ, ଡ଼ଃ ନିଲାନ୍ଦ୍ରୀ ନାଥ ଜଗବ୍ଦେବ, ପ୍ରଫେସର ଗୋପାଳ କୃଷ୍ଣ ଦାସ, କାର୍ଯ୍ୟକାରୀ ସଂପାଦକ ବଂଶୀଧର ଦାସ, ପରାମର୍ଶ ଦାତା ବିକ୍ରମ କେଶରୀ ଚମ୍ପତି, ଈଶ୍ଵର ଚନ୍ଦ୍ର ମଙ୍ଗରାଜ, କାର୍ଯ୍ୟକାରି ସଦସ୍ୟ ଦିବ୍ୟ ଲୋଚନ ଭାରିମଲ, ସୁରେଶ ମଲ୍ଲ, ନମିତା ମଲ୍ଲ, ଅଜୟ କୁମାର ପ୍ରଧାନ, ସୁଦର୍ଶନ ପୁଷ୍ଟି, ପ୍ରଜ୍ଞାସ୍ମୀତା ଦାସ ପ୍ରମୁଖ ଯୋଗ ଦାନ କରି ନିଜ ନିଜର କବିତା ପାଠ ସହିତ ନିଜ ନିଜର ମତ ପ୍ରକାଶ କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥି ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନ ଓଡ଼ିଆ ଭାଷାର ଉନ୍ନତି ପାଇଁ ଅହରହ ସଂଗ୍ରାମ କରିଥିବା ହେତୁ ନିଶିଗନ୍ଧା ପରିବାର ପ୍ରତିଷ୍ଠାତା ଓ ପୃଷ୍ଠପୋଷାକ ପରାମର୍ଶଦାତାମାନଙ୍କୁ ନବ ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର, ପ୍ରସାର ଓ ସୁରକ୍ଷା ପାଇଁ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ମା’ ବରୁଣେଇ ପୀଠରେ ସଙ୍କଳ୍ପ କରିଥିଲେ । ଆଗାମୀ ଏପ୍ରିଲ ମାସ ୧୦ ତାରିଖରେ ବସନ୍ତ ମହୋତ୍ସବରେ ଜୟଦେବ ଭବନଠାରେ ମୂଖ୍ୟ ମନ୍ତ୍ରୀଙ୍କ ପୁସ୍ତକ ଓ ମହାମହିମା ରାଷ୍ଟ୍ର ପତିଙ୍କ ଉଦ୍ଧେଶ୍ୟରେ ଦ୍ୱିତୀୟ ପୁସ୍ତକ କଳିଙ୍ଗ କନ୍ୟା ଉନ୍ମୋଚିତ କରାଯିବ । ତତ୍ ସହିତ ଏପ୍ରିଲ ମାସ ୧୦ ତାରିଖରେ ଓ ମଇ ମାସ ୯ ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକଙ୍କୁ ନିଶିଗନ୍ଧା ଶ୍ରେଷ୍ଠ କବିଶ୍ରୀ ସମ୍ମାନ, କରୁଣାକର ଓ ଅନ୍ୟ ଚାରିଜଣ ସାହିତ୍ୟ ସାରସ୍ୱତ ସାଧକ ଓ ସାଧିକାଙ୍କୁ ସମ୍ମାନିତ କରାଯିବ । ନିଶିଗନ୍ଧାର ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧାଠାରେ ଏପ୍ରିଲ ୩ ତାରିଖରେ ଶୁଭ ଉଦଘାଟନ ସହ ଏପ୍ରିଲ ୨୭ ତାରିଖଠାରେ ହଟବରଡିହଠାରେ ଶ୍ରୀ ଶ୍ରୀ ରଘୁନାଥ ଜିଉ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଓ କବିତାପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁପରିଚାଳନା ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ସଦସ୍ୟ ମାନଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି । ଆଗାମୀ ଜୁନ ୧୪,୧୫,୧୬ ତାରିଖ ତିନି ଦିନ ବ୍ୟାପି ରଜ ମହୋତ୍ସବ ନିଶି ଗନ୍ଧାର ସପ୍ତମ ସ୍ଵର୍ଣ୍ଣକ୍ଷେତ୍ର ମହୋତ୍ସବ ନିଶିଗନ୍ଧାର ସ୍ଵର୍ଣ୍ଣକ୍ଷେତ୍ର ବିଶେଷାଙ୍କ ଓ ସାରସ୍ୱତ ପରିଚୟ ପ୍ରକାଶ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଉତ୍ସବରେ ବହୁସଂଖ୍ୟାରେ ଯୋଗଦାନ କରାଯିବା ପାଇଁ ସାହିତ୍ୟ ସାଧକ ଓ ସାଧିକା ମାନଙ୍କୁ ଅନୁରୋଧ କରାଯାଇଛି ।

ମସିହା ନିଉଜ ସର୍ଭିସ୍ 

Related posts

ଦାଦନ ରାଇଜର କରୁଣ କାହାଣୀ   ଭଉଣୀ ହାତରେ ପରିବାର ବୋଝ  ପହଞ୍ଚି ପାରୁନି ସରକାରୀ ସହାୟତା 

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ ସେବା ଦିବସ

Sunil Chandra Nayak

ଧର୍ମଗଡ କୁ ରେଳ ଲାଇନ ସମ୍ପ୍ରସାରଣ ଆଶା ଉଜ୍ଜୀବିତ ହେଲା , ଧର୍ମଗଡ ସହର ଠାରୁ ୭କିମି ମଧ୍ୟ ରେ ହେବ ରେଳ ଷ୍ଟେସନ, କଥା ଦେଲେ ନବରଙ୍ଗପୁର ସାଂସଦ 

masiha

Leave a Comment

error: Content is protected !!