ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଓକିଲ ସଂଘ ତରଫରୁ ମଧୁ ଜୟନ୍ତୀ ଓ ଓକିଲ ଦିବସ ମହାସମାରୋହରେ ପାଳିତ

 ମୟୂରଭଞ୍ଜ -୨୮/୪ (ମସିହା) ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ଓ ଓଡ଼ିଆ ସ୍ବାଭିମାନର ପ୍ରତିକ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ, ଉତ୍କଳ ଗୌରବ, ପ୍ରଥମ ବାରିଷ୍ଟର,ସମାଜ ସଂସ୍କାରକ, ବିଶିଷ୍ଟ ରାଜନୀତିଜ୍ଞ,ଆଇନଜ୍ଞ, ବିଶିଷ୍ଟ ସାରସ୍ଵତ ସାଧକ, ସାମ୍ବାଦିକ,ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା, ଚିନ୍ତା ନାୟକ,ରାଷ୍ଟ୍ରନାୟକ,ଦୂରଦ୍ରଷ୍ଟା, ଜାତିପ୍ରାଣ,କୂଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀ ।ସେଥିଲେ ନାରୀ ସଶକ୍ତିକରଣ, ଧର୍ମନିରପେକ୍ଷତା ଓ ସାଂପ୍ରଦାୟିକ ସଦଭାବନାର ଜଣେ ପ୍ରତିକ ପୁରୁଷ । ସେହି ମହାନ୍ ଜାତିପ୍ରଥା ତାଙ୍କ ବଳିଷ୍ଠ ଉଦ୍ୟମରେ ଭାରତରେ ପ୍ରଥମ ଓଡ଼ିଶା ଏକ ଭାଷାଭିତ୍ତିକ ପ୍ରଦେଶ ଭାବେ ଗଠନ ହୋଇଥିଲା । ତାଙ୍କର ସମଗ୍ର ଜୀବନ ଦେଶମାତୃକାର ପାଇଁ ସମର୍ପିତ ହୋଇଥିଲା ।ସେହି ମହାନ ବାରିଷ୍ଟରଙ୍କ ଜନ୍ମ ଦିବସକୁ ଓଡ଼ିଶାର ସମସ୍ତ ଓକିଲ ସମାଜ ଓକିଲ ଦିବସ ଭାବେ ମଧ୍ୟ ପାଳନ କରିଥାନ୍ତି ।ସେହି ମାହତ୍ମାଙ୍କ ଜନ୍ମ ଜୟନ୍ତୀ ରାଇରଙ୍ଗପୁର ଓକିଲ ସଂଘ ଆନୁକୂଲ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପରିସରରେ ଧୂମଧାମରେ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ହାଇକୋର୍ଟର ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ମୁଖ୍ୟ ଅତିଥି ରାଇରଙ୍ଗପୁର କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଓକିଲ ସଂଘର କର୍ମକର୍ତ୍ତାବୃନ୍ଦ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତି ଚାରଣ ସଭାରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ । ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ସଭାପତି ଦାୟିତ୍ୱ ନିଭାଇଥିବା ବେଳେ ଦୁଷ୍ମନ୍ତ ବସା ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର, ସଵଜଜ ସ୍ମୃତି ସ୍ନିଗ୍ଧା ଦାସ , ଏସଡିଜିଏମ ସିଦ୍ଧାନ୍ତ ସେନାପତି, ଜେଏମଏଫସି ଅଭିଷେକ ପୋଥାଳଙ୍କ ସମେତ ବହୁ ଅଧିବକ୍ତା ଯୋଗ ଦେଇଥିଲେ । ନବ ଓଡ଼ିଶାର କର୍ଣ୍ଣଧାର ମଧୁବାବୁଙ୍କ ତ୍ଯାଗମୟ ଜୀବନ ଉପରେ ବର୍ଷିୟାନ ଓକିଲ ରସାନନ୍ଦ ଲେଙ୍କା,ପ୍ରଭାସ କବି ଏବଂ ଗୋପିନାଥ ମାରାଣ୍ଡି ଆଲୋକପାତ କରିଥିଲେ ।ଓକିଲାତି ଏକ ପେଷା ଏହା ବ୍ୟବସାୟ ନୁହେଁ । ଯେଉଁ ମାନେ ନିଷ୍ଠାର ଓ ସଚ୍ଚୋଟତାର କାର୍ଯ୍ୟ କରନ୍ତି ସେମାନେ ବିଳମ୍ବରେ ହେଲେ ମଧ୍ୟ ସଫଳତା ପାଆନ୍ତି ଓ କାର୍ଯ୍ୟରେ ଆତ୍ମ ସନ୍ତୋଷ ପାଆନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ ।ପରେ ୧୦ ଜଣ ବରିଷ୍ଠ ଓକିଲଙ୍କୁ ଅତିଥିଗଣ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂପାଦକ ହରେକୃଷ୍ଣ ମହାକୁଡ଼ ମଧୁ ଜୟନ୍ତୀ ଏବଂ ଓକିଲ ଦିବସ ରେ ଯୋଗଦେଇଥିବା ଅତିଥିବୃନ୍ଦ ଏବଂ ଅଧିବକ୍ତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ଙ୍କ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ 

masiha

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

Sunil Chandra Nayak

ମାଥିଲି ବ୍ଲକ କନଫରେନ୍ସ ହୋଲ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସି ମାନଙ୍କର ସମାଗମ 

masiha

Leave a Comment

error: Content is protected !!