ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଡାକ ବିଭାଗ ଦ୍ଵାରା ମହିଳା ସଶକ୍ତିକରଣ ନିମନ୍ତେ ସରକାର ଙ୍କର ନୂଆ ଯୋଜନାର ଆଲୋକୀକରଣ

କାମାକ୍ଷାନଗର-(ମ ନି ସ)27/4/23//ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଙ୍କୁଆଳ ଗ୍ରାମ ଠାରେ ଭାରତୀୟ ଡାକ ବିଭାଗ ଦ୍ୱାରା ମହିଳା ସଶକ୍ତି କରଣ ନିମନ୍ତେ ଭାରତ ସରକାର ଙ୍କର ଏକ ନୂଆ ଯୋଜନା ମହିଳା ସଂମାନ ସେଭିଂସ ସାଠିପିକେଟ ର ଆଲୋକୀକରଣ ହୋଇଛି l ଏହି ଯୋଜନା ର ବିଶେଷତ୍ୱ ହେଲା ଯେ କୌଣସି ମହିଳା ବା କନ୍ୟା ୩୧ .୩.୨0୨୫ ପୂର୍ବ ରୁ ନିଜକୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରାଇପାରିବେ l ସର୍ବନିମ୍ନ ଏକ ହଜାର ଟଙ୍କା ଓ ସର୍ବାଧିକ ଦୁଇଲକ୍ଷ ଟଙ୍କା ଜମା କରି ଏମ ଏସ ଏସ ସି ରେ ଖାତା ଖୋଲି ପାରିବେ l ଆକାଉଣ୍ଟ ଖୋଲିବା ଠାରୁ ଦୁଇ ବର୍ଷ ପରେ ସମ୍ପୂର୍ଣ ଜମା ରାଶି ଉଠାଇ ପାରିବେ l ଅବଧି ଶେଷ ହେବା ପୂର୍ଵ ରୁ ଏବଂ ଆକାଉଣ୍ଟ ଖୋଲିବା ର ଏକ ବର୍ଷ ପରେ ମଧ୍ୟ ଜମା ଟଙ୍କା ଉଠାଣ ର ମଧ୍ୟ ସୁବିଧା ରହିଛି l ମହିଳା ଙ୍କ ଦ୍ଵାରା ଏକାଧିକ ଆକାଉଣ୍ଟ ଓ ସର୍ବାଧିକ ଦୁଇଲକ୍ଷ ଟଙ୍କା ସୀମା ଭିତରେ ଏବଂ ଆକାଉଣ୍ଟ ଖୋଲିବା ର ତିନି ମାସ ପରେ ଆଉ ଗୋଟିଏ ଆକାଉଣ୍ଟ ଖୋଲି ପାରିବେ l ଏହି ଆକାଉଣ୍ଟ ର ସର୍ବାଧିକ ସୁଧ ହାର ୭.୫% ରହିଛି l ଅବଧି ସରିବା ପୂର୍ବରୁ ଉଠାଣ ବ୍ୟବସ୍ଥା କେବଳ ଜମାକାରୀ ଙ୍କ ମୃତ୍ୟୁ, ମାରାତ୍ମକ ରୋଗ ବ୍ୟାଧି ର ଚିକିତ୍ସା କ୍ଷେତ୍ରରେ ହୋଇପାରିବ l ଅବଧି ସରିବା ପୂର୍ବରୁ ତଥା ଆକାଉଣ୍ଟ ଖୋଲିବା ର ଛ ମାସ ପରେ ସୁଧ ହାର ର ଶତକଡା ୨% କମ ସୁଧ ହାର ରେ ସମ୍ପୂର୍ଣ ଜମା ରାଶି ଉଠାଣ ହୋଇ ପାରିବ l ଏହି ବିଶେଷତା ସମ୍ବନ୍ଧ ରେ ଢେଙ୍କାନାଳ ପୋଷ୍ଟ ଅଫିସର ସୁପରିଟେଣ୍ଡେଣ୍ଟ ଜଗଦିଶ ଦାସ ସୂଚନା ଦେଇଥିଲେ l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଏମ୍. ପି. ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ମୁସ୍କୁଟିରେ ବନମହୋତ୍ସବ ପାଳିତ 

ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

କାଙ୍କେରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!