ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଖାଦ୍ୟ ପ୍ରକ୍ରିୟାକରଣ କର୍ମଶାଳୀ

ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଖାଦ୍ୟ ପ୍ରକ୍ରିୟାକରଣ କର୍ମଶାଳୀ

ରାୟଗଡ ତା- ୦୧.୦୩.୨୦୨୪ ଜିଲ୍ଲା ଶିଳ୍ପ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା ଓ ଭାରତ ସରକାରଙ୍କ ଏମ୍‍.ଏସ୍‍.ଏମ୍‍. ଇ ଡି.ଏଫ୍‍.ଓ , ରାୟଗଡର ମିଳିତ ଆନୁକୁଲ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଏକ କର୍ମଶାଳା ଶିଳ୍ପ କେନ୍ଦ୍ରର ବରିଷ୍ଠ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ଷୁଦ୍ର ଶିଳ୍ଫ ସଂଘର ସଭାପତି ଏ.ଗୋବିନ୍ଦ ରାଓ, ମୁଖ୍ୟ ବକ୍ତା ରାୟଗଡ଼ ଶ୍ରୀ ଏନ୍‍. କୋଟିରହମ୍‍ ଓ ସମ୍ମାନୀତ ଅତିଥି ବାଭେ ଏ.ଡି.ମ୍‍ ନାବାର୍ଡ ଶ୍ରୀ ସନ୍ତୋଷ କୁମାର ସାମଲ ଯୋଗଦେଇଥିଲେ । ରାୟଗଡ଼ ଜିଲ୍ଲା ଏକ ଶିଳ୍ପ ସମୃଦ୍ଧି ଜିଲ୍ଲା ଭାବେ ପରିଣତ ହୋଇଥିଳା ବିଭିନ୍ନ ଯୋଜନା ଉପରେ ବରିଷ୍ଠ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଏନ୍‍. କୋଟିରତ୍ନମ୍‍ ଭରତ ସରକାରଙ୍କ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଯୋଜନା ଉପରେ ସଚେତନତା କରାଇଥିଲେ । ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ, ଶ୍ରୀ ଅଂଶୁମାନ ବେହେରା, ଶ୍ରୀ ସୁନିଲ ପଟ୍ଟନାୟକ, ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଡି.ଆର୍‍.ପି ଶ୍ରୀ କାହ୍ନୁ ଚରଣ ସେଠୀ, ଜିଲ୍ଲା ନିବେଶ ପ୍ରୋତ୍ସାହନକାରୀ ସଂସ୍ଥାର ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା, ଶ୍ରୀ ସୁନିଲ କୁମାର ପ୍ରଧାନ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ନିମନ୍ତେ ଗଭୀର ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲାର ଶତାଧିକ ଶିଳ୍ପଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ସ୍ଵୀ କୁ ହତ୍ୟା କରିଥିବା ଅଭିଯୋଗ କଲେ ଭଉଣୀ ଜ୍ୱାଇଁ: ଥାନାରେ ଦେଲେ ଏତଲା 

masiha

Leave a Comment

error: Content is protected !!