ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବି ମଣ୍ଡିରୁ ଉଠିଲା ନାହିଁ ,ଚାଷୀ ସଙ୍ଗଠନ ଓ ମିଲର ନିଜ ଜିଦ ରେ ଅଟଳ

ଆଜି ବି ମଣ୍ଡିରୁ ଉଠିଲା ନାହିଁ ,ଚାଷୀ ସଙ୍ଗଠନ ଓ ମିଲର ନିଜ ଜିଦ ରେ ଅଟଳ

ତେନ୍ତୁଳିଖୁଣ୍ଟି ୧୮/୧୨/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ଅଂଚଳଗୁମା ଲ୍ୟାମ୍ପ ଅଧିନର ପାତ୍ରପୁଟ ଧାନ ମଣ୍ଡି ରେ ଧାନ ଆଣିଥିବା ଚାଷୀଙ୍କ ଧାନ ଉଠି ପାରି ନାହିଁ।ଗତ ୧୦ ତାରିଖରୁ ମଣ୍ଡି ଉଦଘାଟିତ ହୋଇଥିଲେ ମଧ୍ୟ ମିଲର ଙ୍କୁ ଟ୍ୟାଗ ହୋଇ ନ ଥିଲା।ଆଜି ହିଁ ପ୍ରଥମ ଥର ଧାନ ମଣ୍ଡି କୁ ଧାନ ନେଇଥିଲେ ଚାଷୀ ।ପ୍ରଥମ ଦିନରୁ ହିଁ ସେହି ଚିରାଚରିତ କଟନୀ ଛଟନୀ କୁ ନେଇ ଚାଷୀ ମିଲର ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଥିଲା। ଆଜି ଧାନ ଉଠି ପାରି ନାହିଁ।ଆଜିର ମଣ୍ଡିରେ ତିନଟି ମିଲର ଙ୍କ  ଧାନ ନେବାର ସରକାର ଙ୍କ ନିର୍ଦ୍ଦେଶ ରହିଛି ମାତ୍ର ଚାଷିଂକ ଧାନ ଉଠି ପାରିଲା ନାହିଁ।ଚାଷିଂକ ଧାନ କୁ 5 kg କଟିଙ୍ଗ କରିବୁ ବୋଲି ମିଲର କହିଲେ ସେଥିରେ ଚାଷୀ ରାଜି ହେଲେ ନାହିଁ।ଶେଷରେ ବ୍ଳକର ଚାଷୀ ସଂଘ ଖବର ପାଇ ମଣ୍ଡି କୁ ଯାଇଥିଲେ ଧାନ ଆଣିଥିବା ଚାଷୀ ଓ ଚାଷୀ ସଂଘ ବୈଠକ ହୋଇଥିଲା ନିଷ୍ପତ୍ତି ହୋଇଥିଲା ଯେ ଚାଷୀ 2 kg ଧାନ କଟିଂ ପାଇଁ ରାଜୀ ହୋଇଥିଲେ କିନ୍ତୁ ସରକାରୀ ନିୟମ ପ୍ରକାରେ ମିଲର ବସ୍ତା ବାବଦ କୁ ପଇସା ଦେବେ।ଏହି ନିଷ୍ପତ୍ତି କୁ ମିଲର ରାଜୀ ହେଲେ ନାହିଁ ଚାଷୀଙ୍କ ଧାନ କିଣାଯାଈ ପାରି ନାହିଁ।ଏ ବିଷୟରେ ଅଂଚଳଗୁମା ଲ୍ୟାମ୍ପ ଏମ ଡ଼ି ସୁଶୀଲ ମହାପାତ୍ର ଙ୍କୁ ପଚାରିବାରୁ କହିଲେ ଚାଷି ଧାନ ଆଣିଛନ୍ତି ମିଲର ତିନି ଜଣ ତାରା ତାରିଣୀ ମିଲର, ଏସ ଏଲ ମିଲର, ମହାଲକ୍ଷ୍ମୀ ରାଇଶ ମିଲର ଏହି ମଣ୍ଡି କୁ ଟାଗ ହୋଇଛି ।ଏହି ମଣ୍ଡି ରେ 9000 କ୍ୟୁଣ୍ଟେଲ କିଣିବା କୁ  ଟାର୍ଗେଟ ରହିଛି ।ମିଲର ଓ ଚାଷୀ ଙ୍କ ବୁଝାମଣା ନ ହେବାରୁ  ଧାନ ଉଠି ପାରି ନାହିଁ ବୋଲି କହିଛନ୍ତି।ସେହିପରି ପୂଜାରିଗୁଡା ମଣ୍ଡି ରେ  ଅଗ୍ନି ଗଙ୍ଗାମା SHG କିଣୁ ଥିବା ମଣ୍ଡିରେ ବି 600 ପେକେଟ ଧନ ପଡିଛି ମାତ୍ର ତିନି ମିଲର  ସୁମଙ୍ଗଲ ରାଇଶ ମିଲ, ମହାଲକ୍ଷ୍ମୀ ରାଇଶ ମିଲ, S L ରାଇଶ ମିଲ କିଣିବା ପାଇଁ ଟାଗ ହୋଇଛି ମାତ୍ର ମିଲର ଆସିଲେ ବୁଲି କି ଦେଖି ଚାଲିଯାଇଥିଲେ ବୋଲି ଦିଗି ଓ ପୂଜାରିଗୁଡା ର ଆଣିଥିବା ଚାଷୀମାନେ କହିଛନ୍ତି।ପ୍ରଥମ ଦିନରୁ ହିଁ ଚାଷି ଙ୍କ ଉପରେ ମିଲର ଙ୍କ ରାଜୁତି କୁ ନେଇ ଚାଷୀ ସଂଘ ର ସଭାପତି ବସନ୍ତ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିିଛନ୍ତି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲାସ୍ତରୀୟ କୁଇଜ୍,ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

masiha

ଧରାକୋଟ ରେ ପଞ୍ଚୁଦଣ୍ଡ ମହାମିଳନ 

Sunil Chandra Nayak

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ ଓ ବୈଠକ

masiha

Leave a Comment

error: Content is protected !!