ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୧୪ରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି ….

ଆସନ୍ତା ୧୪ରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫

 

ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି ….

କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ । ଜିଲ୍ଲାର କଳା ,ସଂସ୍କୃତି ,ଐତିହ୍ୟ ଓ ବିକାଶ ଧାରାର ଲୋକ ମହୋତ୍ସବ ‘ଘୁମୁରା ୨୦୨୫’ ଆସନ୍ତା ୧୪ରୁ ଠାରୁ ୧୭ ପର୍ଯ୍ୟନ୍ତ ୪ ଦିନ ଧରି ଜିଲ୍ଲା ସଦମହକୁମା ଭବାନୀପାଟଣା ଠାରେ ଓ ୧୫ ରୁ ୧୭ ତାରିଖ ଯାଏଁ ଧର୍ମଗଡ଼ ଠାରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ନେଇ ରାହାଗିରି ଉତ୍ସବର ଆୟୋଜନ କରିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନ ।

ଭବାନୀପାଟଣା ସହରର ଜେଲ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାହାଗିରି ଉତ୍ସବ ଆୟୋଜନ କରାଯାଇଛି । ଅନୁଷ୍ଠିତ ରାହାଗିରି ଉତ୍ସବରେ ପତଞ୍ଜଳୀ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗାଭ୍ୟାସ ପ୍ରଦର୍ଶିତ କରାଯାଇଥିବା ବେଳେ ଶାସ୍ତ୍ରୀ ଶିକ୍ଷା ନିକେତନ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଡ୍ରମ ଡ୍ୟାନ୍ସ ପ୍ରଦର୍ଶିତ ହୋଇଥିଲା । ସେହିପରି କଳାହାଣ୍ଡି ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଟାଇକୋଣ୍ଡୋ ଓ ମାର୍ଶାଲ ଆର୍ଟର ଅନେକ କୌଶଳ ପ୍ରଦର୍ଶିତ ହୋଇଥିଲା । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନର ମଧ୍ୟ ଆୟୋଜନ କରାଯାଇଥିଲା । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ନିର୍ମାଣର ଶୈଳୀକୁ ପ୍ରଦର୍ଶିତ କରାଯାଇଥିବା ବେଳେ ବାଲୁକା କଳାରେ ମହାକୁମ୍ଭ ମେଳାକୁ ନେଇ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି ।

ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରଙ୍ଗାରଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ରାହାଗିରି ଉତ୍ସବରେ ସହରବାସୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । 

ସେପଟ ଏନେଇ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି, “ଆମର କଳାହାଣ୍ଡି ଉତ୍ସବ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ଓ ଧର୍ମଗଡ଼ ଠାରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ରହାଗିରିରୁ ହିଁ ଆମର ସେଲିବ୍ରେସନ ଆରମ୍ଭ ହୋଇଥାଏ । ଏଥିରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବା ସହିତ କଳାକାର, ବିଭିନ୍ନ ଖେଳ କାର୍ଯ୍ୟକ୍ରମ ମଧ୍ଯ ଆୟୋଜନ ହୋଇଛି । ଚଳିତ ବର୍ଷ ରାହାଗିରି ଦୁଇଦିନ ଧରି ଚାଲିବ ।”

ଏହି ଉତ୍ସବରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । 

ବିଦ୍ୟାଧର ସାହୁଙ୍କ ରିପୋର୍ଟ …

Related posts

ଖଡ଼ିଆଳ ସିନାପାଲି ରାସ୍ତା ଅବରୋଧ

masiha

ସପ୍ତମ ତମ ବାର୍ଷିକ ଉତ୍ସବ ତଥା ସମ୍ବର୍ଦ୍ଧନା ସଭା

Sunil Chandra Nayak

ଦିଗାମ୍ବର ପାତ୍ର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା  ଧୂଆଁଧାର ଖେଳ ପ୍ରଦର୍ଶନ ସହିତ ରୁପ୍ରାକୁ ହରାଇ ସୋହାଗପୁର ବିଜୟୀ 

masiha

Leave a Comment

error: Content is protected !!