ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

Honorary Doctorate ସମ୍ମାନ ପାଇଲେ ଅଧ୍ଯାପିକା ସ୍ବାଗତିକା ସାହୁ

Honorary Doctorate ସମ୍ମାନ ପାଇଲେ ଅଧ୍ଯାପିକା ସ୍ବାଗତିକା ସାହୁ

ବାଲେଶ୍ଵର,୦୧/୭/୨୪- -କନ୍ଧମାଳ ଜିଲ୍ଳା ତୁମୁଡିବନ୍ଧ ବ୍ଳକରେ ଥିବା ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗୀୟ ବରିଷ୍ଠ ଅଧ୍ୟାପିକା ସ୍ବାଗତିକା ସାହୁଙ୍କୁ ତା ୩୦/୬/୨୪ ରିଖରେ Honorary Doctorate ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକା ମେରିଟ କାଉନସିଲ ମାଧ୍ୟମରେ ” WORLD CHARITY WELFARE FOUNDATION ” ନୂଆ ଦିଲ୍ଲୀ ତରଫରୁ ଶତାବ୍ଦୀ ଭବନ, କଟକଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସ୍ତରର HONORARY ଡ଼କ୍ଟର ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତାମିଲ ନାଡୁ ସଂସ୍କୃତ ବିଶ୍ୱବିଦ୍ୟାଳୟର ଚାନସେଲର ପ୍ରଫେସର ହରିହର କାନୁନ ଗୋଙ୍କ ସମେତ ଶିଶୁ ସାହିତ୍ୟିକ ଡ଼କ୍ଟର ମହେଶ୍ୱର ମହାନ୍ତି, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠିଙ୍କ ସହ ବହୁ ଶିକ୍ଷାବିତ ଏବଂ ମାନ୍ୟଗଣ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଡକ୍ଟର ସ୍ଵାଗତିକା ସାହୁ ଶିକ୍ଷାବିଭାଗର ସ୍ନାତକ, ସ୍ନାତକୋତ୍ତର ଏବଂ ଏମ. ଫିଲ କ୍ଷେତ୍ରରେ ବିଶ୍ଵବିଦ୍ୟାଳୟର ପ୍ରଥମ କୃତିଛାତ୍ରୀ ଥିଲେ, ତତସହିତ ଅଧ୍ୟାପନାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୦ରୁ ଅଧିକ ବିଷୟଭୁକ୍ତ ସମ୍ଭାବ୍ୟ ପୁସ୍ତକ ଲେଖିଛନ୍ତି । ଏହି ସମ୍ବର୍ଦ୍ଧନାର ଶ୍ରେୟ ତାଙ୍କ ମାଆ ଏବଂ ଶୁଭଚିନ୍ତକ ମାନଙ୍କୁ ସେ ଦେଇଛନ୍ତି ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି । ଶ୍ରୀମତୀ ସାହୁଙ୍କ ଗ୍ରାମ- ବଡ଼ଖୁଆ(ପାତ୍ରପଡା), ପୋଷ୍ଟ- ସୁନହଟ,ଥାନା- ଟାଉନ ଥାନା, ବ୍ଲକ- ବାଲେଶ୍ଵର ସଦର, ଜିଲ୍ଲା-ବାଲେଶ୍ଵରରୁ ଯାଇ ସୁଦୂର କନ୍ଧମାଳ ଜିଲ୍ଲାରେ ଦୀର୍ଘଦିନ ହେବ ଅଧ୍ଯାପିକା ଭାବରେ କାର୍ଯ୍ୟରତ ଅଛନ୍ତି । ଏ ସଫଳତା ପାଇଁ ତାଙ୍କ ସ୍ବାମୀ ଦାରିଦ୍ର ଭଞ୍ଜନ ସାହୁ, ମାଆ ମମତା ସାହୁ, ପିତା ଭଗବାନ ସାହୁ ଓ ପରିବାର ତଥା ସମଗ୍ର ବାଲେଶ୍ଵରରେ ଖୁସିର ଲହରୀ ଖେଳିଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଆହୁରି ଆଗକୁ ନିଅନ୍ତୁ ବୋଲି ମହାବିଦ୍ୟାଳୟ, ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ, ସାଙ୍ଗସାଥି ମାନେ କହିଛନ୍ତି । ସେ ଜଣେ ସୁସାହିତ୍ଯିକା ହୋଇଥିବାରୁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଚଲାପଥ କୁସୁମିତ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଥମ ବାର୍ଷିକୀ ଭାଗବତ ଜ୍ଞାନ ଯଜ୍ଞ ସପ୍ତ ଦିନରେ ଉଦଯାପିତ 

masiha

ଜୀବନ ସଂଗ୍ରାମରେ ହାରିଗଲେ ରମାକାନ୍ତ 

masiha

“କବିତା ଆପଣଙ୍କର – ସୁର ଓ ସ୍ଵର ମୋର” ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!