ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ସାପ ଧରାଳି ଗୁରୁତର

ପାପଡାହାଣ୍ଡି,13/7, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଠାରେ ଗୁରୁବାର ଜଣେ ସାପ ଧରାଳି ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି | ତାଙ୍କ ନାମ ଭଗବାନ ଦିଶାରୀ | ତାଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ମୁତାବକ ଦଳେଇଗୁଡ଼ାର ଗୋବିନ୍ଦ ଜୈନଙ୍କ ଘରେ ଅପରାହ୍ନରେ ସାପ ବାହାରିବା ଖବର ପାଇ ଭଗବାନ ଯାଇଥିଲେ | ସାପ ଟିକୁ ଧରି ଏକ ପ୍ଲାଷ୍ଟିକ ବୋତଲରେ ଭର୍ତି କରିବା ସମୟରେ ସାପ ତାଙ୍କୁ କାମୁଡି ଦେଇଥିଲା | ସାପକୁ ଧରି ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଥିଲେ | ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି | ସାପଟି ନାଗ ପ୍ରଜାତିର ବୋଲି ଜଣାପଡିଛି | ତେବେ ଭଗବାନ ପୂର୍ବରୁ ବହୁ ଥର ଅଞ୍ଚଳର ସାପ ମାନେ ଧରିଛନ୍ତି,ଆଜି ଟିକେ ଅସାବଧାନତା ଯୋଗୁଁ ସାପ କାମୁଡାର ଶିକାର ହୋଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ବଢୁଛି ବାଘ ଭୟ ନାମରେ କୁକୁଆ ଭୟ ଆତଙ୍କିତ ଲୋକ

Sunil Chandra Nayak

ଯୁବକଙ୍କ ମୃତ ଦେହ ଉଦ୍ଧାର 

masiha

Leave a Comment

error: Content is protected !!