ଥୁଆମୁଳ ରାମପୁର ବ୍ଳକ ପାଇଁ ଗୌରବ ଆଣିଛନ୍ତି ଝାନ୍ସୀରାଣୀ ନାୟକ ,ଓଜେଇଇ-୨୦୨୬ର ସଫଳତା ଶିର୍ଶରେ
ବି.ଫାର୍ମାସିରେ ଉଲ୍ଲେଖନୀୟ ଅବଦାନ ଅଞ୍ଚଳ ପାଇଁ ଉଦାହରଣ ପାଲଟିଲେ
ଥୁଆମୂଳ ରାମପୁର:୨୦/୦୭ (ମନିସ):- କଠିନ ପରିଶ୍ରମ ଓ ଏକାଗ୍ରତା ବଳରେ ବେଳେ ବେଳେ ମନୁଷ୍ୟର ତଥା ଛାତ୍ରଛାତ୍ରୀ ମାନଙ୍କୁ ଏମିତି ଏକ ଶିର୍ଶରେ ପହଞ୍ଚିବା ପାଇଁ ସାହାଯ୍ୟ କରେ ତାହା ଅନୁଭବୀ ମନୁଷ୍ୟ ତଥା ଛାତ୍ରଛାତ୍ରୀ ମାନେ ହିଁ ତାହାର ମୂଲ୍ୟ କେତେ ସେହିଁ ବୁଝିପାରିଛି ଏଭଳି କଠିନ ପରିଶ୍ରମ କରିଥିବା ଜଣେ ଛାତ୍ରୀଙ୍କ ବିଷୟରେ ଏଠାରେ ରଖିଛୁ ହଁ ପାଠକ ବନ୍ଧୁ ଓଡ଼ିଶା ଯୁକ୍ତ ପ୍ରବେଶିକା ପରୀକ୍ଷା (ଓଜେଇଇ) – ୨୦୨୬ର ଫଳାଫଳ ପ୍ରକାଶ ପାଇବାଥିବା ବେଳେ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ପାଇଁ ଏକ ଉଦାହରଣ ଓ ଉଦାହରଣ ପାଲଟିଛନ୍ତି ଜଣେ ଛାତ୍ରୀ। ସେ ହେଉଛନ୍ତି ଉକ୍ତ ବ୍ଲକ ଅଧିନରେ ଥିବା ବଡଛତ୍ରଙ୍ଗ ସ୍ଥିତି ଝିଅ ଝାନ୍ସିରାଣୀ ନାଏକ ବି.ଫାର୍ମାସି ପାଠ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ସଫଳ ଶିର୍ଶରେ ଅଞ୍ଚଳ ପାଇଁ ଗର୍ଭ ଓ ଗୌରବ ଆଣିଛନ୍ତି। ପ୍ରକାଶିତ ଓଜେଇଇ ରାଙ୍କ କାର୍ଡରେ ଝାନ୍ସିରାଣୀ ସାଧାରଣ ମେରିଟ୍ ତାଲିକାରେ ୭୭୬୩ ତମ ରାଙ୍କ ଏବଂ ଅନୁସୂଚିତ ଜାତି (ଏସ୍ସି) ବର୍ଗରେ ୬୯୮ ତମ ସ୍ଥାନରେ ରାଙ୍କରେ ରହିଛନ୍ତିଷ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଶିକ୍ଷା ବ୍ଯବସ୍ଥା ଯାହା ଅଛି ତନ୍ମଧ୍ୟରୁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ହିଁ ତାଙ୍କୁ ଦେଇ ଏହି ସଫଳତା ତେବେ ଝାନ୍ସିରାଣୀ ନାଏକ ହେଉଛନ୍ତି ରାମଧାନୀ ନାୟକଙ୍କ ଝିଅ। ଆର୍ଥିକ ଅନାଟନ ମଧ୍ୟରେ ଥିବା ଏହି ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ତାଙ୍କର ପରିଶ୍ରମ ଆଗରେ ଆର୍ଥିକ ପରିସ୍ଥିତି ହାରମାନିଛି ସେ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ପରିଶ୍ରମ ବଳରେ ଆଜି ଶିର୍ଶରେ ପହଞ୍ଚି ପାରିଛନ୍ତି। ତାଙ୍କର ଏହିଭଳି କୃତିତ୍ୱ ନେଇ ପ୍ରମାଣିତ କରୁଛି ଯେ, ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିକୂଳ ପରିସ୍ଥିତି ଯାହାବି ଥାଉନା କାହିଁକି ଯେକୌଣସି ସଫଳ ହାସଲ କରିବା ପଥକୁ ଅଟକାଇ ପାରିବନାହିଁ। ଦୀର୍ଘଦିନ ଧରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ଅନେକ ମୌଳିକ ସୁବିଧା ପହଞ୍ଚିବାରେ ପଛୁଆ ଅଞ୍ଚଳ ଥୁଆମୁଳ ରାମପୁର ବ୍ଳକ। ଏହିଭଳି ପଛୁଆ ଅଞ୍ଚଳର ଜଣେ ଛାତ୍ରୀ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ରାଙ୍କ ହାସଲ କରିବା ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ପ୍ରେରଣା ଯୋଗାଇବାରେ ସହାୟକ ହେବା ସହିତ ମନରେ ନୂଆ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହୋଇଛି। ଝାନ୍ସିରାଣୀଙ୍କ ଏହିପରି ସଫଳତା ହାସଲ କରିଥିବା ଖବର ପାଇବା ପରେ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇଛନ୍ତି। ଝାନ୍ସୀରାଣୀଙ୍କୁ ଶିକ୍ଷାଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ପ୍ରଶଂସା କରିଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି, ସାମାଜିକ କର୍ମୀ ଏବଂ ଅଞ୍ଚଳବାସୀ ମଧ୍ୟ ଝାନ୍ସିରାଣୀଙ୍କୁ ଏହିଭଳି ସଫଳତାକୁ ନେଇ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ଜଣାପଡ଼ିଛି।
ଝାନ୍ସିରାଣୀ ଆଗାମୀ ଦିନରେ ବି.ଫାର୍ମାସି ଶିକ୍ଷା ସମ୍ପୂର୍ଣ୍ଣ କରି ଜଣେ ଦକ୍ଷ ଫାର୍ମାସି ପେଶାଦାର ହେବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସହାୟକ ହେବା ପାଇଁ ସ୍ୱପ୍ନ ରଖିଥିବା ଜଣାଇଛନ୍ତି। ତାଙ୍କର ଏହି ସଫଳତା କେବଳ ତାଙ୍କ ପରିବାରର ନୁହେଁ, ସମଗ୍ର ଥୁଆମୂଳ ରାମପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିବା ସହିତ ସମଗ୍ର ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଯୋଗାଇବାରେ ସହାୟତାକ ବୋଲି ଆଶା କରାଯାଉଛି।
ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

