ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଶ୍ରାଦ୍ଧ ବାର୍ଷିକୀ- ୨୦୨୬ ପାଳିତ 

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଶ୍ରାଦ୍ଧ ବାର୍ଷିକୀ- ୨୦୨୬ ପାଳିତ 

ଢେଙ୍କାନାଳ ଜିଲ୍ଲାର ସଦର ମହକୁମାରେ ଏକ ବୃହତ୍ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବୀ

ଢେଙ୍କାନାଳ: ତା.୧୯.୦୫.୨୦୨୬ ରିଖ : ( ମ ନି ସ) କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଶ୍ରାଦ୍ଧ ବାର୍ଷିକୀ- ୨୦୨୬ ଦେଉଳ ସାହି,ଢେଙ୍କାନାଳସ୍ଥ କବି କୁଟୀର ପରିସରରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ପାଠାଗାରରେ ଅପରାହ୍ନ ୦୫ ଘଟିକା ସମୟରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି।ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ, ସୁବକ୍ତା,ସୁସାହିତ୍ୟିକ,ବିଶିଷ୍ଟ ଐତିହାସିକ ଗବେଷକ ତଥା ପ୍ରାବନ୍ଧିକ ତପନ କୁମାର ଶତପଥି ସ୍ଵୀୟ ବକ୍ତବ୍ୟରେ ଦୂର ଅତୀତରେ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ଅବଦାନ କିପରି ପ୍ରଜାମଣ୍ଡଳ ଆନ୍ଦୋଳନ,ସ୍ୱାଧୀନତା ଆନ୍ଦୋଳନକୁ ସୁଦୃଢ଼ କରିପାରିଥିଲା ତାହାର ଏକ ସବିଶେଷ, ସାରଗର୍ଭକ,ତଥ୍ୟାବଳୀ ପରିପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ ଶତପଥୀ ତାଙ୍କର ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କର ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଆଜିର ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିଥିଲେ।କାର୍ଯ୍ୟସୂଚୀ ଅନୁସାରେ ଅପରାହ୍ନ ୦୫ ଘଟିକା ସମୟରେ ସ୍ଥାନୀୟ କବିଭୂଷଣ ମାର୍ଗସ୍ଥିତ କବିକୁଟୀରଠାରେ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଓ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ସଭାରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଏକ ମାତୃ ସଙ୍ଗୀତ ଗାନ କରିଥିଲେ।ଏହି ଅବସରରେ ଶଙ୍କର୍ଷଣ ଶତପଥିଙ୍କ ରଚିତ ଶ୍ରୀ ରାମକଥା ସାର ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ କରଯାଇଥିଲା।କବି ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଫଳ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ “କବି ଓ କବିତା ମଧୁକ୍ଷରା”ରେ ଉପସ୍ଥିତ ଆଲୋକ କୁମାର ଦାସ,ମନୋଜା ମଞ୍ଜରୀ ଦାଶ,ପ୍ରାକ୍ତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡଃ.ପ୍ରମୋଦ କୁମାର ନାୟକ,ସୁମିତା ରାୟ ପଟ୍ଟନାୟକ, କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ଉପ ସଭାପତି ଶିକ୍ଷାବିତ୍ ଡ.ସମିର କୁମାର ସାହୁ,କବିଭୂଷଣ ସ୍ମୃତି ସଂସଦର ସଙ୍ଗଠନ ସମ୍ପାଦକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଗୋଲେଖ ବିହାରୀ ବେହେରା,ଜଲି ସାହୁ,କୃଷିଦା ବେଗମ୍,ଅଥୟ କୁମାର ସାହୁ,ଇଂ ଲଳିତ ମୋହନ ବେହେରା, ସେଖ୍ ଅବଦୁଲ୍ ସଫିକ୍,ବିରଞ୍ଚି ହୋତା,ନାତି ପି.ପରମଜିତ୍ ପ୍ରମୁଖ ଅନେକ କବି ସ୍ବରଚିତ କବିତାମାନ ପାଠ କରିବା ସଙ୍ଗେ ସଙ୍ଗେ ସ୍ୱୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଉପସ୍ଥିତ ଶୋତୃମଣ୍ଡଳି ଦ୍ବାରା ସେଗୁଡ଼ିକର ସମୀକ୍ଷା ଓ ମୂଲ୍ୟାୟନ କରାଯାଇଥିଲା।ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକଙ୍କ ନାମରେ ତାଙ୍କର ଜୀବନୀ ପାଠ କରିବା ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କରେ ଏକ ବିଶଦ ବିବରଣୀ ପ୍ରଦାନ କରିଥିଲେ।ସଭାପତି ଶଙ୍କର୍ଷଣ ଶତପଥୀ ସ୍ୱାଧୀନତା ସଂଗ୍ରାମୀ ବୀର ମୂଷା ମଲ୍ଲିକ ଏକ ସୁନ୍ଦର ତଥ୍ୟାବଳୀ ସମ୍ବଳିତ ସାରଗର୍ଭକ ନିବନ୍ଧ ପାଠ କରିଥିଲେ।ପରିଶେଷରେ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦର ଉପ ସଭାପତି ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।

ଢେଙ୍କାନାଳରୁ ଡା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପ୍ରଦୀପ

Sunil Chandra Nayak

ଗାଁ କଲ୍ଯାଣର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

ଜନମଂଗଳ, ରାସୋଳ ତରଫରୁ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!