ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନୈକ ଅଧିକାରୀ ଅକ୍ତିଆର ରେ ଇନ୍ଦ୍ରାବତୀ ଡ୍ୟାମ ସର୍କଲ :ସବୁଠି ସେ , ସବୁ ଦାୟିତ୍ୱ ତାଙ୍କର , ସବୁ ଚାଲିବ ତାଙ୍କ ନିର୍ଦ୍ଦେଶ ରେ

ଜନୈକ ଅଧିକାରୀ ଅକ୍ତିଆର ରେ ଇନ୍ଦ୍ରାବତୀ ଡ୍ୟାମ ସର୍କଲ :ସବୁଠି ସେ ,ସବୁ ଦାୟିତ୍ୱ ତାଙ୍କର, ସବୁ ଚାଲିବ ତାଙ୍କ ନିର୍ଦ୍ଦେଶ ରେ 

ତେନ୍ତୁଳିଖୁଣ୍ଟି ୧୩/୦୮/୨୩ // ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଏବେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଇସାରା ରେ ଚାଲୁଥିବା ନେଇ ଅଭିଯୋଗ ହେଉଛି। ଇନ୍ଦ୍ରାବତୀ ପ୍ରକଳ୍ପ ରେ ଥିବା କ୍ୱାଟର ଆବଣ୍ଟନ ଠୁଁ ଆରମ୍ଭ କରି ଏଷ୍ଟିମେଟ ସେକ୍ସନ ଏପରିକି ଠିକା କିଏ କରିବ ସବୁଠି ତାଙ୍କର ରାଜ । କୌଣସି ପଦବୀ ରେ ଅଧିକାରୀ ସର୍ବାଧିକ ତିନି ବର୍ଷ ରହିବା ନେଇ ବିଧିବଦ୍ଧ ବ୍ୟବସ୍ଥା ରହିଛି। ଇନ୍ଦ୍ରାବତୀ ଡ୍ୟାମ ସର୍କଲ ରେ ସରକାରୀ ନିୟମ କୁ ଆଖି ବୁଜି ଦେଇ ସରକାର ଙ୍କ ଆଖି ଆଢୁଆଳ ରେ ଜଣେ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଥିବା ସମୟରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ହେଲେଣି କିନ୍ତୁ ଏଷ୍ଟିମେଟ ସେକ୍ସନ ତାଙ୍କ ଅଧୀନରେ , ସମୟ ସମୟରେ ,ଅନ୍ୟ ଅତିରିକ୍ତ ଦାୟିତ୍ୱ ନେଇଥିଲେ ମଧ୍ୟ ଏଷ୍ଟିମେଟ ସେକ୍ସନ ଦାୟିତ୍ୱ ତାଙ୍କର। ଅତୀତରେ ଆୱାର୍ଡ ନାମ ରେ କାମ ଭାଗଭାଗ କରି ବ୍ୟବସାୟ କରାଯାଉଥିବା ଅଭିଯୋଗ ହୋଇଥିଲା । ଆୱାର୍ଡ କାମ ବନ୍ଦ କରି ଦିଆ ଗଲା ସିନା ତାଙ୍କ ପଦବୀ ସ୍ଥିର ରହିଆସିଛି। ପୂର୍ବରୁ 2022-23 ଆର୍ଥିକ ବର୍ଷରେ ଆୱାର୍ଡ ନାମରେ 49 ଟି କାର୍ଯ୍ୟ ହୋଇଥିବା ଜଣା ପଡ଼ିଛି। ସବୁ କାମ ଏଭଳି ରାତି ଅଧିଆ ହେଲାଯେ ବିଲ ହେଲାବେଳେ ଲୋକେ ଜାଣିଲେ ଇତିମଧ୍ୟରେ ଦୁଇ କୋଟି ପଚାଶ ଲକ୍ଷ ଟଂକାର ବିଲ ହୋଇଗଲା। ପ୍ରକଳ୍ପ ରେ ଯେଉଁଠି ନିଜ ଅଧୀନରେ ଥିବା ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ଦୈନିକ ପରିଚାଳନା ପାଇଁ ଟଙ୍କା ଟିଏ ଦେବାକୁ ଅଧିକାରୀ ଅକ୍ଷମତା ପ୍ରକାଶ କରୁଛନ୍ତି ସେଠାରେ ଆୱାର୍ଡ ନାମରେ ଗାର୍ଡ ୱାଲ ଡ୍ରେନ ହେଲା କିନ୍ତୁ ଡ୍ୟାମ ଯିବାକୁ ରାସ୍ତା ହୋଇପାରିଲାନି । ଏଷ୍ଟିମେଟ କରିବା ବେଳେ ଡ୍ୟାମ ରାସ୍ତା କୁ କିଭଳି ଭୁଲିଗଲେ ଏଷ୍ଟିମେଟର ମହୋଦୟ ବୋଲି ପ୍ରଶ୍ନ ଉଠୁଛି। ମେଡ଼ିକାଲ ,ବିଦ୍ୟାଳୟ ପାଇଁ ଟଙ୍କାଟିଏ କିଭଳି ଏଷ୍ଟିମେଟ କରିନଥିଲେ ? କଣ ତତ୍କାଳୀନ ମୁଖ୍ୟନିର୍ମାଣ ଯନ୍ତ୍ରୀ କେବଳ ଡ୍ରେନ ଓ ଗାର୍ଡ ୱାଲ ଏଷ୍ଟିମେଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ? ବର୍ତ୍ତମାନ ପୁଣି ପଚାସ ରୁ ଅଧିକ କାର୍ଯ୍ୟ ଏଷ୍ଟିମେଟ କରା ଯାଉଥିବା ବେଳେମେଡ଼ିକାଲ ପାଇଁ କିଛି ଏଷ୍ଟିମେଟ କରା ଯାଇଛି କି ନା? ମେଡ଼ିକାଲ ପରିଚାଳନା ପ୍ରକଳ୍ପ ଅଧୀନରେ ରହିଛି ନିଜ ବିଭାଗ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ଡେଉଁ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଡେପୁଟେସନ ରେ ଦେଇଥିବା ଡାକ୍ତର ଓ କର୍ମଚାରୀ ଙ୍କୁ ବାସ ଉପଯୋଗୀ କ୍ୱାଟର ଦେବା ପାଇଁ ବ୍ୟବସ୍ଥା ମଧ୍ୟ ଉକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଏକ ବର୍ଷ ବିତିଯାଇଥିଲେ ବି ବ୍ୟବସ୍ଥା କରି ନଥିବା ଅଭିଯୋଗ ହେଉଛି। 

       ପ୍ରତି କାର୍ଯ୍ୟ ପିଛା ଇନିସିଆଲ ପ୍ରୋସେସିଂ ଅବା ଅଫିସ ଖର୍ଚ୍ଚ ନାମରେ ଟଙ୍କା ଆଗୁଆ ମଗାଯାଉଥିବା ନେଇ ତାଙ୍କ ନାମରେ ଅଭିଯୋଗ ହେଉଛି। ଏଥିରେ ସତ୍ୟତା ଥିଲେ କାର୍ଯ୍ୟ ର ମାନ ହ୍ରାସ ହେବା ସହ କାର୍ଯ୍ୟ ରେ ସ୍ୱଛତା ନରହିବା ନେଇ ବୁଦ୍ଧିଜୀବୀ ମହଲ ମତ ପ୍ରକାଶ ପାଉଛି ।  

 ସେ ଉପକୂଳ ଅଞ୍ଚଳର ହୋଇଥିବାରୁ ଦୀର୍ଘ ଦିନ ଧରି ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳରେ ପାରିପାର୍ଶ୍ବିକ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏଷ୍ଟିମେଟ କରୁନଥିବା ନେଇ ଗୁରୁତର ଅଭିଯୋଗ ହେଉଛି। 

 ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ରୁ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ନାମ ପରିବର୍ତ୍ତନ ମଧ୍ୟରେ ଦୁଇ ଜଣ ଅଧିକାରୀ ଆସିଲେଣି କିଛି ଦିନ ବ୍ୟବଧାନ ରେ ଆଉ ଜଣେ ଆସିବେ ଛ ମାସ ପରେ ଅଵସର ନେବେ। ଏଭଳି ସ୍ଥିତିରେଜନୈକ ଅଧିକାରୀ ହିଁ ସର୍ବେସର୍ବା ହେବାର ସୁଯୋଗ ସୃଷ୍ଟି ହୋଇଛି। ଦୀର୍ଘମିଆଦି ପ୍ରକଳ୍ପ ହେଉ ଅବା ଆଞ୍ଚଳିକ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇ ହେବ କି ନା କୌଣସି ସମସ୍ୟା ବୁଝିଲାବେଳକୁ କାର୍ଯ୍ୟକାଳ ଶେଷ କିମ୍ବା ସ୍ଥାନାନ୍ତର ହେଲେ ସମସ୍ୟା ସମାଧାନ ତ ହେଉନି କିନ୍ତୁ ଉକ୍ତ ଅଧିକାରୀଙ୍କ ଏଭଳି ଭିତିରି ଦିଆ ନିଆ ବେଶ ଭଲ ଚାଲୁଛି।। ସ୍ଥାୟୀ ଅଧିକାରୀ ଆବଶ୍ୟକ ଆର୍ଥିକ ଅନୁଦାନ ସାଙ୍ଗକୁ ପ୍ରକଳ୍ପ ର ସମସ୍ୟା ସମାଧାନ ପାଇଁ ଜଳ ସେଚନ ବିଭାଗ ରସର୍ବୋଚ୍ଚ ଯନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

୭୭ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

masiha

ଦୁର୍ଘଟଣାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ:୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା 

masiha

ପଦ୍ମାବତୀ ପଟେଲ ପ୍ରକୃତି ବନ୍ଧୁ ପୁରସ୍କାର ମନୋନୀତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort