ଶିଳ୍ପପତି ଇଂ. ରାଜେଶ ମହାକୁଡ଼ଙ୍କ ବନ୍ଧୁ ମିଳନ ପର୍ବ
ବାଲେଶ୍ବର,୧୭/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ ସ୍ଥିତ ମହାକୁଡ଼ କମ୍ପ୍ଲେକ୍ସ ପରିସରରେ ଶିଳ୍ପପତି ଇଂ. ରାଜେଶ ମହାକୁଡ଼ଙ୍କ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ପର୍ବରେ ଖଇରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ପ୍ରତ୍ୟେକ ବର୍ଷ ପରି ମଧ୍ୟ ଏ ବର୍ଷ ନୂତନ ବର୍ଷ ଉପଲକ୍ଷେ ଇଂ. ଶ୍ରୀ ମହାକୁଡ଼ଙ୍କ ଥିଲା ବନ୍ଧୁ ମିଳନ ପର୍ବ । ବର୍ତ୍ତମାନ ଇଂ. ଶ୍ରୀ ମହାକୁଡ଼ ରାଜ୍ୟ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଅଛନ୍ତି । ସମ୍ପୃକ୍ତ ବ୍ଲକ ଓ ଜିଲ୍ଲାରେ ଶିଳ୍ପପତି ଭାବରେ ସେ ମଧ୍ୟ ବେଶ୍ ପରିଚିତ । ସେ ଜଣେ ଅତି ଅମାୟିକ, ନିରୀହ, ଶାନ୍ତସରଳ, ଉତ୍ତମ ବ୍ଯବହାର ସମ୍ପନ୍ନ, ସ୍ନେହୀ, ପରୋପକାରୀ, ସମାଜସେବୀ, ଦରଦୀ, ଧର୍ମପରାୟଣ ବ୍ଯକ୍ତି ଅଟନ୍ତି । ଅଞ୍ଚଳରେ କାହା ଦୁଃଖ ଦେଖିଲେ କେବେ ରହି ପାରନ୍ତି ନାହିଁ । ଯଦି କୌଣସି ବ୍ଯକ୍ତିର କୌଣସି ପ୍ରକାର ସମସ୍ୟା ତାଙ୍କ ନଜରକୁ ଆସେ ତତକ୍ଷଣାତ ଶ୍ରୀ ମହାକୁଡ଼ ସାଥୀ ମାନଙ୍କୁ ନେଇ ତାଙ୍କ ନିକଟରେ ପହଞ୍ଚି ତୁରନ୍ତ ସହାୟତା ପ୍ରଦାନ କରିଥାନ୍ତି ଏବଂ ସମାଧାନର ପଥ ଦେଖାଇ ଥାଆନ୍ତି । ସମାଜସେବା କ୍ଷେତ୍ରରେ ଲୋକଙ୍କ ପାଇଁ ହୃଦୟ ସର୍ବଦା ଖୋଲା ରଖିଛନ୍ତି ଇଂ ଶ୍ରୀ ମହାକୁଡ଼ । ଶିଳ୍ପ, ସମାଜସେବା ଓ ରାଜନୀତିକୁ ନେଇ ଆଗକୁ ଆଗେଇ ଚାଲିଛନ୍ତି ଇଂ. ଶ୍ରୀ ମହାକୁଡ଼ । ଉତ୍ତମ ବ୍ଯବହାର ଓ ସମାଜସେବା ପାଇଁ ସମ୍ପୃକ୍ତ ଅଞ୍ଚଳର ସମସ୍ତଙ୍କର ପ୍ରିୟ ପାତ୍ର ଅଟନ୍ତି । ପ୍ରଥମେ ଶିଳ୍ପପତି ଇଂ. ଶ୍ରୀ ମହାକୁଡ଼ ବକ୍ତବ୍ୟ ରଖିବା ପରେ ସାମ୍ବାଦିକ ମାନେ ବକ୍ତବ୍ୟ ରଖିଥିଲେ । ପରେ ପରେ ସାମ୍ବାଦିକ ମାନଙ୍କ ସହିତ ବିଭିନ୍ନ ଆଳାପ ଆଲୋଚନା ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସାମ୍ବାଦିକ ମାନେ ମଧ୍ୟ ଇଂ. ଶ୍ରୀ ମହାକୁଡ଼ଙ୍କ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶେଷରେ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ବନ୍ଧୁ ମିଳନ ପର୍ବର ପରିସମାପ୍ତି ଘଟିଥିଲା ।।