ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଳ୍ପପତି ଇଂ. ରାଜେଶ ମହାକୁଡ଼ଙ୍କ ବନ୍ଧୁ ମିଳନ ପର୍ବ

ଶିଳ୍ପପତି ଇଂ. ରାଜେଶ ମହାକୁଡ଼ଙ୍କ ବନ୍ଧୁ ମିଳନ ପର୍ବ

ବାଲେଶ୍ବର,୧୭/୧/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ ସ୍ଥିତ ମହାକୁଡ଼ କମ୍ପ୍ଲେକ୍ସ ପରିସରରେ ଶିଳ୍ପପତି ଇଂ. ରାଜେଶ ମହାକୁଡ଼ଙ୍କ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ପର୍ବରେ ଖଇରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ପ୍ରତ୍ୟେକ ବର୍ଷ ପରି ମଧ୍ୟ ଏ ବର୍ଷ ନୂତନ ବର୍ଷ ଉପଲକ୍ଷେ ଇଂ. ଶ୍ରୀ ମହାକୁଡ଼ଙ୍କ ଥିଲା ବନ୍ଧୁ ମିଳନ ପର୍ବ । ବର୍ତ୍ତମାନ ଇଂ. ଶ୍ରୀ ମହାକୁଡ଼ ରାଜ୍ୟ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଅଛନ୍ତି । ସମ୍ପୃକ୍ତ ବ୍ଲକ ଓ ଜିଲ୍ଲାରେ ଶିଳ୍ପପତି ଭାବରେ ସେ ମଧ୍ୟ ବେଶ୍ ପରିଚିତ । ସେ ଜଣେ ଅତି ଅମାୟିକ, ନିରୀହ, ଶାନ୍ତସରଳ, ଉତ୍ତମ ବ୍ଯବହାର ସମ୍ପନ୍ନ, ସ୍ନେହୀ, ପରୋପକାରୀ, ସମାଜସେବୀ, ଦରଦୀ, ଧର୍ମପରାୟଣ ବ୍ଯକ୍ତି ଅଟନ୍ତି । ଅଞ୍ଚଳରେ କାହା ଦୁଃଖ ଦେଖିଲେ କେବେ ରହି ପାରନ୍ତି ନାହିଁ । ଯଦି କୌଣସି ବ୍ଯକ୍ତିର କୌଣସି ପ୍ରକାର ସମସ୍ୟା ତାଙ୍କ ନଜରକୁ ଆସେ ତତକ୍ଷଣାତ ଶ୍ରୀ ମହାକୁଡ଼ ସାଥୀ ମାନଙ୍କୁ ନେଇ ତାଙ୍କ ନିକଟରେ ପହଞ୍ଚି ତୁରନ୍ତ ସହାୟତା ପ୍ରଦାନ କରିଥାନ୍ତି ଏବଂ ସମାଧାନର ପଥ ଦେଖାଇ ଥାଆନ୍ତି । ସମାଜସେବା କ୍ଷେତ୍ରରେ ଲୋକଙ୍କ ପାଇଁ ହୃଦୟ ସର୍ବଦା ଖୋଲା ରଖିଛନ୍ତି ଇଂ ଶ୍ରୀ ମହାକୁଡ଼ । ଶିଳ୍ପ, ସମାଜସେବା ଓ ରାଜନୀତିକୁ ନେଇ ଆଗକୁ ଆଗେଇ ଚାଲିଛନ୍ତି ଇଂ. ଶ୍ରୀ ମହାକୁଡ଼ । ଉତ୍ତମ ବ୍ଯବହାର ଓ ସମାଜସେବା ପାଇଁ ସମ୍ପୃକ୍ତ ଅଞ୍ଚଳର ସମସ୍ତଙ୍କର ପ୍ରିୟ ପାତ୍ର ଅଟନ୍ତି । ପ୍ରଥମେ ଶିଳ୍ପପତି ଇଂ. ଶ୍ରୀ ମହାକୁଡ଼ ବକ୍ତବ୍ୟ ରଖିବା ପରେ ସାମ୍ବାଦିକ ମାନେ ବକ୍ତବ୍ୟ ରଖିଥିଲେ । ପରେ ପରେ ସାମ୍ବାଦିକ ମାନଙ୍କ ସହିତ ବିଭିନ୍ନ ଆଳାପ ଆଲୋଚନା ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସାମ୍ବାଦିକ ମାନେ ମଧ୍ୟ ଇଂ. ଶ୍ରୀ ମହାକୁଡ଼ଙ୍କ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶେଷରେ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ବନ୍ଧୁ ମିଳନ ପର୍ବର ପରିସମାପ୍ତି ଘଟିଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଚାରାଧୀନ କୟଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ମୃତ

Sunil Chandra Nayak

ବିପଦସଙ୍କୁଳ ଗୃହରେ ଚାଲିଛି ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟ

Sunil Chandra Nayak

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!