ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଏସଏଚଇଆର ଆଣିଛି ସ୍ବୟଂ ସେବା କେନ୍ଦ୍ର 

ଜିଏସଏଚଇଆର ଆଣିଛି ସ୍ବୟଂ ସେବା କେନ୍ଦ୍ର 

ରାଉରକେଲା: ରୋଗରୁ ଭଲ ହେବା ପାଇଁ ମଣିଷ ବିଭିନ୍ନ ଔଷଧ ଉପରେ ନିର୍ଭର କରୁଛି। ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ। ତେବେ ଜୀବନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରାଉରକେଲା ର ଜଣାଶୁଣା ପ୍ରତିଷ୍ଠିତ ଡାକ୍ତର ବିଶ୍ବଜିତ ମହାପାତ୍ର ଏକ ଟ୍ରଷ୍ଟ ଗଠନ କରିଛନ୍ତି। ଗ୍ଲୋବାଲ ସେଲ୍ଫ ହେଲଥକେୟାର ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଜିଏସଏଚଇଆର) ତଥା ସ୍ବାସ୍ଥ୍ୟ ପାଇଁ ସ୍ବୟଂ ସ୍ବାସ୍ଥ୍ୟ ସେବା ଶିକ୍ଷା କେନ୍ଦ୍ର ନାମକ ଟ୍ରଷ୍ଟ ଛେଣ୍ଡ କଳିଙ୍ଗବିହାର ସ୍ଥିତ କୋଅପରେଟିଭ କଲୋନୀ ଠାରେ କରିଛନ୍ତି। ଟ୍ରଷ୍ଟ ସମ୍ପର୍କରେ ଡ଼ା ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଲେ ଯେ ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ଶରୀର ହିଁ ସ୍ବାସ୍ଥ୍ୟକୁ ସୁରକ୍ଷିତ ରହିଥାଏ। କିନ୍ତୁ ବର୍ତ୍ତମାନ ଜୀବନ ବ୍ୟସ୍ତବହୁଳ ହୋଇଯାଇଛି। ଲୋକେ ନିଜ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ମିଳୁନାହିଁ। ଫଳରେ ନାନାଦି ରୋଗର ଶିକାର ହେଉଛନ୍ତି। ତେଣୁ ନିଜ ସ୍ବାସ୍ଥ୍ୟ ଓ ଶରୀର ଯତ୍ନ ରଖିବା ପାଇଁ ନିଜେ ହିଁ ସମୟ ବାହାର କରିବାକୁ ପଡ଼ିବ। ଏଥିପାଇଁ କୈାଣସି ଔଷଧର ଆବଶ୍ୟକ ନାହିଁ। କେବଳ ନିଜର ମୂଲ୍ୟବାନ ସମୟକୁ ଉପଯୋଗ କରି କିଛି ଯୋଗ,ଥେରାପି, ମେଡିଟେସନ କରିବା ଭଳି ବିଭିନ୍ନ ସେବା ରହିଛି। ଏହି ଟ୍ରଷ୍ଟ ରେ ଜୀବ ବିଜ୍ଞାନ ଉପରେ ଆଧାର କରି ଲୋକ ତଥ ରୋଗୀଙ୍କୁ ସେମାନଙ୍କ ଶରୀର ଓ ମନ ବିଷୟରେ ଶିକ୍ଷିତ କରି ସ୍ବାସ୍ଥ୍ୟ ସେବାର ଧାରଣା କୁ ସ୍ବ ଯତ୍ନରେ ପରିବର୍ତ୍ତନ କରିବା ଏବଂ ସେମାନଙ୍କୁ ବିନା ପ୍ରେସକ୍ରିପସନରେ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବାର ଉପାୟ ବୁଝାଯାଉଛି। ଏହାସହ ଏହି କେନ୍ଦ୍ରରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଷ୍ଟଲ,ଯୋଗ ଓ ମେଡିଟେସନ ପାଇଁ ଏକ କୋଠରୀ, ବିଭିନ୍ନ ପ୍ରକାରର ବହି ପଢ଼ିବା ପାଇଁଁ ଏକ କୋଠରୀ,ସଭା ମଣ୍ଡଳୀ ପାଇଁ କୋଠରୀ ଆଦି ରହିଛି। ଏଠାରେ ନିଜ କିପରି ସ୍ବଯତ୍ନ ନେଇପାରିବେ ତାହା ଏଠାରେ ଶିକ୍ଷା ଦିଆଯିବ। ଏହା ଲୋକେ ଜାଣିପାରିଲେ ନିଜ ପରିବାର ସଦସ୍ୟ ତଥା ଅନ୍ୟ ମାନଙ୍କୁ ବୁଝାଇ ପାରିବେ। ଏଥିପାଇଁ ଏକ ଛୋଟ କୋର୍ସ ରଖାଯାଇଛି। ଏହି କୋର୍ସ ଦ୍ବାରା ସୁସ୍ଥ ଜୀବନର ଶୈଳୀ ବୁଝାଇ ଦିଆଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ସନ୍ତୋଷ କୁମାର ମହାପାତ୍ର, ଡାକ୍ତର ନରେଶ ପଣ୍ଡା, ଡାକ୍ତର ଅରୁଣା ମହାପାତ୍ର, ଡାକ୍ତର ବି କେ କକ୍କଡ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

masiha

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ 

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ହିନ୍ଦୀ ଦିବସ ପାଳନ

masiha

Leave a Comment

error: Content is protected !!