ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସ ପାଳନ ଅବସରରେ ଭୂତଳ ଜଳର ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉତ୍କଳ ଦିବସ ପାଳନ ଅବସରରେ ଭୂତଳ ଜଳର ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ବେଛାସେବୀ ପିସ୍ ବେଲ୍ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ ଅବସରରେ ଲକ୍ଷ୍ମୀ ନଗର, କଳିଙ୍ଗ ବିହାର, ଭୂବନେଶ୍ବର ଠାରେ ପିଲା ମାନଙ୍କୁ ଏବଂ ତାଙ୍କର ଅଭିଭାବକଙ୍କୁ ନେଇ ଏପ୍ରିଲ୍ ୧ ଉତ୍କଳ ଦିବସ ପାଳନ ଅବସରରେ ମହାପୁରୁଷ ମାନଙ୍କର ବଳିଦାନ ଓ ତାଙ୍କ ଭିତରେ ଥିବା ଗୁଣ ଗାରିମା କୁ ପିଲା ମାନଙ୍କ ମଧ୍ୟରେ ଏକ ସୁଯାଗରଣ ଆଣିପାରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଅନୁଷ୍ଠାନ ର କୋଷାଧ୍ୟକ୍ଷ ଦକ୍ଷିଣେଶ୍ବର ଜେନା ଓଡିଆ ଦିବସ ର ମାହାତ୍ମ୍ଯ କହିବା ସହ ସଭାପତି ହରେକୃଷ୍ଣ ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା ସହ ପିଲା ମାନଙ୍କ ମଧ୍ୟରେ ଭୂତଳ ଜଳର ଉତ୍କଟ ସମସ୍ୟାକୁ ଦୂର କରିବାପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ ଏବଂ ସମ୍ପାଦୀକା ରଶ୍ମିତା ବାରିକ୍ ପିଲାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି ସେମାନଙ୍କ ଉତ୍କଣ୍ଠା କୁ ଦ୍ୱିଗୁଣିତ କରିଥିଲେ ଏହା ସହ ଫକୀରମୋହନ ସେନାପତି ଙ୍କ ଜୀବନ ଏବଂ ସାହିତ୍ୟ ସମାଜ ର ସଂଯୋଗ କଥା ବୁଝାଇଥିଲେ । ଏହାସହ ଶ୍ରୀମତୀ ସଂଯୁକ୍ତା ସାହୁ, ରଚନା ବେହେରା, ରବିନ୍ଦ୍ର ବାରିକ୍, ପ୍ରଭାଶିନି ବିଶ୍ବାଳ, ଭାଗ୍ୟଶ୍ରୀ ମହାରଣା ଓ ଅନ୍ୟ ସାଥି ମାନେ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିବା ସହ କୁମାରୀ ସୂଚୀତ୍ରା ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ ରୁ ୩୦ ଜଣ ଯୋଗ ଦେଇଥିଲେ। ପରିଶେଷରେ ଶିଶୁମାନଙ୍କୁ ଟିଫିନ୍ ବଣ୍ଟନ କରି କାର୍ଯ୍ୟକ୍ରମ ଟିକୁ ସମାପ୍ତ କରାଯାଇଥିଲା ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଆଜିଠୁ ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

ଇସି ରିଷ୍ଟ୍ରକ୍ଚରିଙ୍ଗ୍ ଵନ୍ଦ ଦାଵିରେ ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘ ପକ୍ଷରୁ ୨୪ ଜାନୁଆରୀରେ କୋରାପୁଟ ଜିଲ୍ଲା ସ୍ତରୀୟ ଵିକ୍ଷୋଭ 

masiha

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଅଧିବାସ

masiha

Leave a Comment

error: Content is protected !!