ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ର ମଣି ନାଟ୍ୟ ସଂଘ ନଭେମ୍ବର ରେ ପାଳନ କରିବ ଶତ ବାର୍ଷିକୀ ଉତ୍ସବ

ମ,ରାମପୁର,୨୯/୬( ମସୀହା):- ଓଡ଼ିଶା ର ଅନ୍ୟତମ ଅଗ୍ରଣୀ ସଂଗଠନ ଚନ୍ଦ୍ରମଣି ନାଟ୍ୟ ସଂଘ, ମ.ରାମପୁର ର ଶତ ବାର୍ଷିକୀ ଉତ୍ସବ ଆସନ୍ତା ନଭେମ୍ବର ମାସରେ ମହା ସମାରୋହ ରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଉତ୍ସବ ର ପ୍ରସ୍ତୁତି ବୈଠକ ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଯୋଗ ଦେଇ ଏହାକୁ ରାଜ୍ୟ ସ୍ତରୀୟ ମହୋତ୍ସବ ଭାବରେ ପାଳନ କରିବାକୁ ମତ ଦେଇଥିଲେ । ଏଥି ସହିତ ଉକ୍ତ ଉତ୍ସବ ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ସହିତ ପାଳନ କରାଯିବା ନେଇ ଆଲୋଚନା ହୋଇଛି। ଏହି ଅବସର ରେ ଏକ ସ୍ମରଣିକା ପ୍ରସ୍ତୁତି ହେବ ବୋଲି ଜଣାଯାଇଛି। ମ,ରାମପୁର ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକ କୁ ସଭାପତି ପଦ୍ମ ଲୋଚନ ମିଶ୍ର ସଭାପତିତ୍ବ କରିଥିଲେ। ସଂଘ ତରଫରୁ ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ସଙ୍ଗୀତ ନାଟକ ଏକାଡେମୀ ସଚିବ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ ସ୍ବାଗତ ଅଭିଭାଷଣ ଓ ଧନ୍ୟବାଦ୍ ଅର୍ପଣ ସମ୍ପାଦକ ହେମନ୍ତ ସାହୁ ଦେଇଥିଲେ । ପରିଚାଳନା କମିଟି ଓ ଶତ ବାର୍ଷିକୀ ପାଳନ କମିଟି ସଦସ୍ୟ ଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସଂଘ ର ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରାସାଦ ଆଚାର୍ଯ୍ୟ , ଜୀବେଶ କୁମାର ପଣ୍ଡା, ବିକାଶ ରଞ୍ଜନ ସିଂହ ଦେଓ, ରଜନୀ କାନ୍ତ ବଗର୍ତ୍ତି, ଶ୍ରୀକାନ୍ତ ହୋତା, ଦେବେଶ ମାଧବ ସିଂହ ଦେଓ, ସପନ ପଟ୍ଟନାୟକ, ବୀରେନ୍ଦ୍ର ରଥ, ରମାକାନ୍ତ ପ୍ରହରାଜ, ରାକେଶ ଶତପଥି, ରଶ୍ମି ରଂଜନ ପ୍ରହରାଜ, ଉପେନ୍ଦ୍ର ମହାଖୁଡ଼, ପ୍ରଦୀପ ସିଂ , ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଉତ୍କଳ ଗୀତିକବି ସମାଜ ର ଶ୍ରୀ ଜୟଦେବ ଜୟନ୍ତୀ ଓ ୨୬ତମ ବାର୍ଷିକ ଉତ୍ସବ

masiha

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

masiha

Leave a Comment

error: Content is protected !!