ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜନୀକାନ୍ତ ମାଧ୍ଯାମିକ ଵିଦ୍ଯାଳୟ,ଲୁହାଶିଳାର‌ରସାୟନ ବିଜ୍ଞାନର ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ

ରଜନୀକାନ୍ତ ମାଧ୍ଯାମିକ ଵିଦ୍ଯାଳୟ,ଲୁହାଶିଳାର‌ରସାୟନ ବିଜ୍ଞାନର ଡେମୋନଷ୍ଟ୍ରେଟରଙ୍କ ଦେହାନ୍ତ

ମୟୂରଭଂଜ – ୨୮/୦୯ ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ଲୁହା ଶିଳା ପଞ୍ଚାୟତର ରଜନୀକାନ୍ତ ମାଧ୍ଯାମିକ ବିଦ୍ୟାଳୟର ରସାୟନ ବିଜ୍ଞାନ ଡେମୋନଷ୍ଫ୍ରେଟରବ ରବୀନ୍ଦ୍ରନାଥ ଵେହେରି(୪୭) ଙ୍କ ର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ତାଙ୍କ ନବ ନିର୍ମିତ ବାସ ଭବନରେ ଆଜି ରବିବାର ଦିନ ପୂର୍ଵାହ୍ନ ୧୧ ଘଟିକା ରେ ଦେହାନ୍ତ ହୋଇଯାଇଛି ।ସେ ଲିଭ୍ ଜନିତ ରୋଗରେ ପିଡିତ ଥିଲେ ।ଖବର ପାଇ ରଜନୀକାନ୍ତ ମାଧ୍ଯାମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କବି ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ,କର୍ମଚାରୀ ବୃନ୍ଦ ତାଙ୍କ ବାସ ଭବନରେ ପହଞ୍ଚି ପୁଷ୍ପମାଲ୍ଯ‌ଦେଇ ଶେଷ ଦର୍ଶନ କରିବା ସହ ତାଙ୍କର‌ଅମର ଆତ୍ମାର ସ୍ଥିତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ ।ତଦସହ ଖବର ପାଇ ତାଙ୍କର ଆତ୍ମୀୟ ସ୍ଵଜନ,ଶୁଭେଛୁ ପହଞ୍ଚି ଶେଷ ଦର୍ଶନ ସହ ଶୋକ ସନ୍ତପ୍ତ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ସେ ଜଣେ ପରୋପକାରୀ,ମିଷ୍ଟଭାଷୀ,କର୍ମଠ ଯୁବକ ଥିଲେ ।ପରେ ତାଙ୍କ ମର ଶରୀରକୁ ତାଙ୍କ ପୈତୃକ ଗ୍ରାମ ଵିଜତଳା ବ୍ଳକର ଆମଡିହା ଗ୍ରାମକୁ ନିଆଯାଇ ସେଠାରେ ସଂନ୍ଧ୍ଯାରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଦମଡିହି ଗ୍ରାମରେ ୨୩ ତମ ଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ

masiha

ଔପଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ବିଦାୟ କାଳୀନ ସମ୍ବଦ୍ଧନା ସଭା 

Dalmia Cement’s Rajgangpur Plant Empowers Over 5400 Households with Sustainable Livelihoods Under Gram Parivartan

Sunil Chandra Nayak

Leave a Comment

error: Content is protected !!