ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବାହାରପୁର ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ  , ୨- କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ବାହାରପୁର ପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ  

ଆସିକା, ୧୨/୧୦/୨୬ ( ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜନଶୁଣାଣୀରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇଙ୍କ ସମେତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ପାତ୍ର,ସିଡିପିଓ ସୁନୀଲ ପ୍ରଭା ରଥ, କୃଷି ଅଧିକାରୀ ବିଶ୍ୱନାଥ ବେହେରା, ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ ,ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀକାନ୍ତ ସେଠୀ, ଉଦ୍ୟାନ କୃଷି ଅଧିଦର୍ଶକ ପ୍ରଦୀପ କୁମାର ସେଠୀ, ବିଏସଏସଓ ସଚିନ ପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ରାଜସ୍ୱ ନିରୀକ୍ଷକ ମନୋଜ କୁମାର ମାଝୀ, ସରପଞ୍ଚ ଗୀତାଞ୍ଜଳୀ ନାଇକ, ସମିତି ସଭ୍ୟା ସୁଜାତା ଜେନା, ନାଏବ ସରପଞ୍ଚ ସଚ୍ଚିଦାନନ୍ଦ ତ୍ରିପାଠୀ, ବରିଷ୍ଠ ୱାର୍ଡ ସଭ୍ୟ ଗୋପାଳ କୃଷ୍ଣ ପାଢ଼ୀ, ଦଣ୍ଡପାଣି ଜେନା , ନମିତା ତ୍ରିପାଠୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୂଲ୍ୟ ରାଉଳ ,ଏ ଡି ଇ ଓ ଲଳିତା ପାତ୍ର, ଯୋଗାଣ ସହାୟକ ସମିତା ସାହୁ । ଏହି ଜନଶୁଣାଣୀରେ ମୋଟ 7 ଜଣ ଅଭିଯୋଗକାରୀ ନିଜ ନିଜ ସମସ୍ୟା ସମ୍ପର୍କିତ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

ଆସିକା, ୧୨/୧୦/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ଜଗନ୍ନାଥ ପଢିହାରୀ ଙ୍କ ସଂଯୋଜନା ଓ ଶିକ୍ଷକ ସୁରେଶ କୁମାର ପାତ୍ର ଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଡାଏଟ ଖଲିକୋଟ ର ବରିଷ୍ଠ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା,ସମ୍ମାନୀତ ଅତିଥିଭାବେ ବି ଆର ସି ସି ସୌରୀ ଶଙ୍କର ବେହେରା, ଏ ବି ଇ ଓ ବିଭୁତି ଭୂଷଣ ପାତ୍ର, ପ୍ରଧାନଶିକ୍ଷୟିତ୍ରୀ ମିନତି କୁମାରୀ ପାତ୍ର , ସାମ୍ୱାଦିକ ହୃଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମହୋତ୍ସବ ରେ ଜାନବିଲି, ଧରାକୋଟ ମଝିସାହି, କୋଠାରିସାହି, ବଡଦାଣ୍ଡ ସାହି, ଚାଞ୍ଚରା ପଲି, ଓ ଏ ଭି କୁଷଗୁମା ଓ ଏ ଏନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାୟ 200 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ ସି ଆର ସି ସି କିରଣବାଳା ନାୟକ, ବବ୍ରୁ ବାହନ ନାହାକ, ଆର କୁଲଦୀପ,ପ୍ରମୋଦ ସେଠୀ, ପ୍ରଭାତ କିରଣ ସାହୁ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ 60 ଜଣ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Related posts

ବିଦ୍ୟାଳୟ ସ୍ତରୀୟ ବାଲ ବିଜ୍ଞାନ ପ୍ରଦର୍ଶନୀ 

masiha

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

masiha

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!