ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡିରେ ମୟୂରଭଞ୍ଜ ଦଳରେ କିସ୍ ବାରିପଦାର ସାତ ଜଣ ଛାତ୍ରୀ ସାମିଲ୍

ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡିରେ ମୟୂରଭଞ୍ଜ ଦଳରେ କିସ୍ ବାରିପଦାର ସାତ ଜଣ ଛାତ୍ରୀ ସାମିଲ୍

ରାଇରଙ୍ଗପୁର -୩/୦୬ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଅଧୀନରେ ଆୟୋଜିତ ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡ଼ି ପ୍ରତିଯୋଗିତା ମୟୂରଭଞ୍ଜ କବାଡ଼ି ଦଳରେ କିସ୍ ଆବାସିକ ବିଦ୍ୟାଳୟ, ବାରିପଦାର ସାତ ଜଣ ଛାତ୍ରୀ ସ୍ୱପ୍ନା ତିରିଆ, ସଂଧ୍ୟାରାଣୀ କାଳୁଣ୍ଡିଆ, ଶିବାନୀ ମଣି ସିଂ, ପାନଶ୍ୱରି ମାର୍ଣ୍ଡି, ରେବତୀ ସୋରେନ୍, ସୁହାଗି ମାର୍ଣ୍ଡି ସ୍ଥାନ ପାଇଛନ୍ତି । ଆସନ୍ତା ୪ ଜୁନ୍ ଦିନ ଜୋନ୍ ସ୍ତରୀୟ ପ୍ରତଯୋଗିତାରେ ମୟୂରଭଞ୍ଜ ଦଳ ବୌଦ୍ଧ କବାଡ଼ି ଦଳକୁ ଅନୁଗୁଳ ହାଇସ୍କୁଲ୍ ଖେଳ ପଡ଼ିଆରେ ଭେଟିବ l ଏଥି ପାଇଁ ମୟରଭଞ୍ଜ ଦଳ ଅନୁଗୁଳ ଜିଲ୍ଲା ଅଭିମୁଖେ ଯାତ୍ରା କରିଛି। ଉକ୍ତ ସମ୍ମାନଜନକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କିସ୍ ବାରିପଦାର ସାତ ଜଣ ଆଦିବାସୀ ଛାତ୍ରୀ ସ୍ଥାନ ପାଇଥିବାରୁ ଅନୁଷ୍ଠାନର ପ୍ରିନ୍ସିପାଲ ଗଣେଶ ମିଶ୍ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ସମସ୍ତ ପ୍ରକାରର ସୁବିଧା ଓ ସୁବ୍ୟବସ୍ଥା ପାଇଁ କୃତଜ୍ଞତା ଜଣାଇବା ସହ କିସ୍ ଭୁବନେଶ୍ୱରର କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ରାକ୍ଷ ଜେନା ଓ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ନାଏକଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ୍ ଜଣଇଛନ୍ତି। ମୟୂଭଞ୍ଜ କବାଡ଼ି ଦଳର ବିଜୟ ପାଇଁ ଜିଲ୍ଳାର କୋଣ ଅନୁକୋଣରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଖେଳାଳି ମାନେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ଅନୁଷ୍ଠାନର ସମସ୍ତେ ବେଶ୍ ଆଶାବାଦୀ ବୋଲି ପ୍ରିନ୍ସିପାଲ ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ବିଜ୍ଞାନମେଳା :୧୧୨ ଟି ପ୍ରକଳ୍ପ ପ୍ରଦର୍ଶିତ ,ଜିଲ୍ଲାସ୍ତର ପାଇଁ 11 ପ୍ରକଳ୍ପ ଯୋଗ୍ୟବିବେଚିତ

masiha

ରାୟଗଡାରେ ପଥ ଉତ୍ସବ ଅନୁଷ୍ଠିତ

masiha

ଝରଡି ଉପସ୍ୱାସ୍ଥ୍ୟ କେନ୍ଦ୍ରର କରୁଣ ଚିତ୍ର , କେନ୍ଦ୍ରକୁ ଯିବାକୁ ବାଟ ନାହିଁ, ସ୍ୱସ୍ଥ୍ୟ ସେବା ଲୋକଙ୍କୁ ମିଳୁଥିବ କିଭଳି ? ତାହାକୁ ନେଇ ଉଠୁଛି ପ୍ରଶ୍ନ

masiha

Leave a Comment

error: Content is protected !!