ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଆଇଆର-୨୦୨୬ ସଚେତନତା ଅଭିଯାନ: ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

ଏସଆଇଆର-୨୦୨୬ ସଚେତନତା ଅଭିଯାନ: ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

ବାଲିଗୁଡ଼ା,ତା, ୦୪/୦୬ :(ମନିସ),: ସମଗ୍ର ବାଲିଗୁଡ଼ା ଉପଖଣ୍ଡରେ ଚାଲିଥିବା ଏସଆଇଆର- ୨୦୨୬ (Special Intensive Revision-2026) ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ- ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଇଇଆରଓ (AERO) ଓ ବିଏଲଓ (BLO) ମାନଙ୍କ ସହ ଗୁରୁବାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ଉପାନ୍ତ ଅଞ୍ଚଳ ଦୁର୍ଗାପାଙ୍ଗା, ଲାସେରୀ, ରିନ୍ଦାବାଲି ଓ ସିରାଙ୍ଗ ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ଙ୍କ ସହ ଅଧିକାରୀ ମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ ଆଲୋଚନା କରି ଭୋଟର ତାଲିକାର ସଠିକତା ରକ୍ଷାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ନୂତନ ଭୋଟରଙ୍କ ନାମ ସଂଯୋଜନ, ତଥ୍ୟ ସଂଶୋଧନ ଏବଂ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତି ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଲୋଡ଼ିଥିଲେ।ଉପଜିଲ୍ଲାପାଳ ଲୋକମାନଙ୍କୁ ଗଣତନ୍ତ୍ରରେ ମତଦାନର ଭୂମିକା ଓ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବାର ଆବଶ୍ୟକତା ବିଷୟରେ ସଚେତନ କରିଥିଲେ। ଏସଆଇଆର-୨୦୨୬ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ଜନସମ୍ପର୍କ ଓ ସଚେତନତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଉପଜିଲ୍ଲାପାଳ ପ୍ରଣୀତା ଦାସ ସୂଚନା ଦେଇଛନ୍ତି।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କଲେକ୍ଟେଟ୍ ରେ ଆଇନ ସଚେତନତା ଶିବିର

masiha

ନିଜ ବାସଭବନରେ ରେ ବିଶ୍ଵ ଯୋଗ ଦିବସ ପାଳିତ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି     

masiha

କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ଫେଷ୍ଟିଭାଲ ପାଳିତ

Leave a Comment

error: Content is protected !!