ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

ନବରଙ୍ଗପୁର (ତା ୨୩/୬/୨୪) (ରବି ନାରାୟଣମହାନ୍ତି)) – ଗତକାଲି ମଧ୍ୟରାତ୍ରିରେ ଶୋଇଥିବା ସମୟରେ କୌଣସି କାରଣ ବଶତଃ ବିଧବା ମହିଳାଙ୍କ କାଠ ମାଟି ଖପରା ଚାଳ କୁଡ଼ିଆରେ ନିଆଁ ଲାଗିଯାଇଥିଲା। ହେଲେ ପୋଡ଼ଶିଙ୍କ ସହାୟତାରେ ନିଆଁ କାବୁ କରାଯାଇଥିଲା। ହେଲେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମହିଳା ଜଣକ। ଘଟଣାଟି ଘଟିଛି ଝରିଗାଁ ପଞ୍ଚାୟତର ହାତୀବାଡ଼ି ଗ୍ରାମରେ। ବିଧବା ମହିଳା ଜଣକ ହେଲେ ଉର ବିନ୍ଧାଣି (୪୫)। ଠିକ୍ ସମୟରେ ସାହି ଲୋକ ଜମା ହୋଇ ନିଆଁ କୁ ଆୟତ କରି ଲିଭାଇ ଥିଲେ। ଯାହା ଫଳରେ ମହିଳାଙ୍କ ଜୀବନ ଏବଂ ଘର ସାମଗ୍ରୀ ସୁରକ୍ଷିତ ହୋଇପାରିଥିଲା। ଗତକାଲି ସନ୍ଧ୍ୟା ସାତ ଘଣ୍ଟା ସମୟରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ଅଦା କାନ୍ଥ, ଖପର ଚାଳ ରେ ଲାଗିଥିବା ଶୁଖିଲା କାଠ ଖଣ୍ଡ ଗୁଡିକରେ ନିଆଁ ଏତେ ପରିମାଣରେ ଲାଗି ପାରିନଥିଲା। ନିଆଁ ଲାଗିବା ଜାଣି ପାରି ପୋଡ଼ସି ଧାଇଁ ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। ବିଳମ୍ବ ହୋଇଥିଲେ ଧନ ଜୀବନ କ୍ଷତି ହୋଇଥାନ୍ତା। ଆଜିକୁ ୧୬ ବର୍ଷ ହେବ ଋକ ସ୍ଵାମୀକୁ ହରାଇବା ପରେ ୧୮ ବର୍ଷର ପୁଅ ଭୂବନେ ବିନ୍ଧାଣି ହିଁ ମହିଳାଙ୍କ ଆଶାବାଡି। ଗରିବ ଖଟିଖିଆ ପରିବାର ନିଜସ୍ଵ ଅର୍ଥରେ ଶ୍ରମଦାନ କରି ଆଜିକୁ ଦୁଇ ଦଶନ୍ଧି ରୁ ଅଧିକ ବର୍ଷ ହେବ ମାଟି କୁଡିଆ ଖଣ୍ଡେ ନିର୍ମାଣ କରି ରହି ଆସୁଛନ୍ତି ମା ପୁଅ। ସ୍ଵାମୀ ସ୍ଵର୍ଗତ ଅକାଲୁ ବିନ୍ଧାଣି ଓ ଉର ମିଶି ତିଆରି କରିଥିଲେ କୁଡିଆ ଖଣ୍ଡେ। ସ୍ଵାମୀ ଆର ପାରୀକୁ ଚାଲିଗଲା ପରେ ଛୋଟ ପୁଅକୁ ମାତ୍ର ତିନି ବର୍ଷ ହୋଇଥିଲା। ପୁଅ ଏବେ ଦାଦନ ଖଟି କିଛି ରୋଜଗାର କରି ମାକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଥିବା ବେଳେ ପକ୍କା ଘର ଖଣ୍ଡେ ତୋଳିବାକୁ ଆଶା ରଖିଥିବା ମା ମଧ୍ୟ କୁଲି ମଜୁରୀ ରୁ କିଛି ସଞ୍ଚୟ କରି ଘର କାମ ଆରମ୍ଭ କରିଛନ୍ତି। ପେଟକୁ ଦାନା ପାଣି ଯୋଗାଡ କରୁ କରୁ ଆର୍ଥିକ ସମ୍ବଳ ଯଥେଷ୍ଟ ହେଉନାହିଁ। ସରକାରୀ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ଯୋଗାଇଦେବାକୁ ସରପଞ୍ଚ ନିକଟରେ ଗୁହାରି କରିଛନ୍ତି। ମହିଳାଙ୍କ ଘରେ ନିଆଁ ଲାଗିବା ଖବର ପାଇ ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ ଆଜି ଘଟଣା ସ୍ଥଳରେ ପହଞ୍ଚି ବିଧବାଙ୍କ ସହ ସାକ୍ଷାତ କରି ଭଲ ମନ୍ଦ ଆଲୋଚନା କରିଥିଲେ। ଆବାସ ଘର ନିଶ୍ଚିତ ପ୍ରଦାନ କରିବାକୁ ସରପଞ୍ଚ ପ୍ରତିଶ୍ରୁତି ଦେଇଥିବା ଉର କହିଛନ୍ତି। ସରକାରୀ ସହାୟତା କହିଲେ ରାସନ୍ କାର୍ଡ ରେ ୧୦ କିଲୋ ଚାଉଳ ଓ ବିଧବା ଭତ୍ତା ମିଳୁଥିବା କହିଛନ୍ତି ମହିଳା। ମୂଲ ଲାଗି ଜିଉଁ ଥିବା ମାଁ ପୁଅକୁ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରଜ କୁଇନ୍ ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ଚକୋଲେଟ ଟି ଷ୍ଟଲ ପ୍ରୋପାଇଟର

Sunil Chandra Nayak

ଦ୍ବିଦିବସୀୟ ଆବାସିକ ମନଶକ୍ତି କର୍ମଶାଳା ଆୟୋଜିତ

Sunil Chandra Nayak

ଉତ୍କଳ ଆଲୁମିନାରେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ୨୦୨୩

masiha

Leave a Comment

error: Content is protected !!