ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇତିହାସ ରଚିଲା ସଂଯୋଗୀ ସାହିତ୍ୟ ସଂସଦ, ବାର୍ଷିକ ଉତ୍ସବରେ କବିମାନେ ପଢିଲେ ଏକପଦୀ କବିତା

ଇତିହାସ ରଚିଲା ସଂଯୋଗୀ ସାହିତ୍ୟ ସଂସଦ, ବାର୍ଷିକ ଉତ୍ସବରେ କବିମାନେ ପଢିଲେ ଏକପଦୀ କବିତା

ବାଲେଶ୍ଵର/କେନ୍ଦୁଝର,୨୩/୬/୨୪- କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ପରିସରରେ ସଂଯୋଗୀ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଉପେନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ, ମୁଖ୍ୟବକ୍ତା ଡ. ଚିତ୍ତରଞ୍ଜନ ବେହେରା, ସମ୍ମାନିତ ଅତିଥି ରସିକ ଚନ୍ଦ୍ର ବେହେରା ଓ କୈଳାସ ତନ୍ତୀ ମଞ୍ଚାସୀନ ହୋଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସଂସଦର ସମ୍ପାଦକ ବାବୁଲାଲ ପଲେଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ସାହିତ୍ୟ ସଭାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଉପସ୍ଥିତ ହୋଇ ଏକପଦୀ କବିତା ପାଠ କରିଥିଲେ । ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଏକପଦୀ କବିତା ପାଠ କରିଥିଲେ । ଯାହାର ଶୀର୍ଷକ ଥିଲା ” ପରିଚୟ ” । କବି କବୟିତ୍ରୀ ଓ ବିଭିନ୍ନ ବର୍ଗରୁ ନିତ୍ୟାନନ୍ଦ ବେହେରା, ହରିହର ମହାନ୍ତ, ଚିନ୍ତାମଣି ମହାଳିକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଉପେନ୍ଦ୍ର ଦାଶ, ଧନୁର୍ଯ୍ଯ ମାଝୀ, ରସିକ ଚନ୍ଦ୍ର ବେହେରା, ନାୟକ ଅକ୍ଷୟ ରାଜହସ୍ତି, ସୁପ୍ରଭା ଦାସ, ଅନୁରାଧା ଦାସ, ସନ୍ଧ୍ୟାରାଣୀ ଦାସ, ରତିନାରାୟଣ ରାଉତ, ସୁଜାତା ଗୁପ୍ତା, ଅର୍ଜୁନ ଚରଣ ବେହେରା, ଜ୍ଯୋତ୍ସ୍ନାରାଣୀ ଦାଶ, ଡମ୍ବରୁ ମହାନ୍ତ, କୈଳାସ ଚନ୍ଦ୍ର ତନ୍ତୀ, ଶିବ ଶଙ୍କର ଭୂୟାଁ, ହୃଷିକେଶ ଦାଶ, କଣ୍ଡୁରି ଚରଣ ରାଉତ, ସରୋଜ କୁମାର ସେନାପତି, ଅଭୟ କୁମାର ସେନାପତି, ହେମନ୍ତ କୁମାର ନାୟକ, ନିକୁଞ୍ଜ କୁମାର ଘୋଷ, ହିମାଂଶୁ ଶେଖର ଦାସ, ଶାନ୍ତୁନୁ କୁମାର ମହାପାତ୍ର, ସୌମ୍ୟ ରଞ୍ଜନ ତନ୍ତୀ, ସ୍ମୃତି ରଞ୍ଜନ ତନ୍ତୀ, ମଧୁସୂଦନ ମହାପାତ୍ର, ରାମନାରାୟଣ ଶର୍ମା, ଭାଗ୍ୟଶ୍ରୀ ଦାସ, ଆନନ୍ଦ ଚରଣ ମୁଦୁଲି, ଦୁର୍ଗା ପ୍ରସାଦ ମଲ୍ଲିକ୍, ବିଜୟ କୁମାର ଧଳ, ବିଜୟା କୁମାରୀ ବେହେରା, ବସୁମତୀ ବେହେରା, ରିତେଶ କୁମାର ଦାଶ, ଚନ୍ଦ୍ରଭାନୁ ଦାଶ, ପ୍ରିୟଦର୍ଶିନୀ ସାମନ୍ତରାୟ, ମନରଞ୍ଜନ ସାମନ୍ତରାୟ, ମାନସ କୁମାର ପାତ୍ର, ନାରାୟଣ ସାହୁ, ପ୍ରତାପ କିଶୋର ରାଉତ, ଲୀଳାବତୀ ପରିଡା, ଠାକୁର ପ୍ରସାଦ ଦାସ, ରାଜେଶ ମହାନ୍ତ, ଅରୁଣ କୁମାର ନାୟକ, ବିଶ୍ବନାଥ ରଣା, ସୁଭଦ୍ରା ମହାପାତ୍ର, ସୁଶାନ୍ତ କୁମାର ଦାଶ, ଯଦୁନାଥ ଜେନା, ସଞ୍ଜୟ କୁମାର ସାହୁ, କୀର୍ତ୍ତି ପ୍ରକାଶ ଜେନା, ମୁରଲୀଧର ବେହେରା, ନାରାୟଣ ସାହୁ, ରଞ୍ଜନ କୁମାର ବେହେରା, ରାମଚନ୍ଦ୍ର ସାହୁ, ଗୋଲକ ଚନ୍ଦ୍ର ପଲେଇ, ତପନ୍ବିତା ପତି, ଶରତ ଚନ୍ଦ୍ର ମହାନ୍ତ, ଜନ୍ମେଜୟ ଜେନା, କଲ୍ଯାଣୀ ନନ୍ଦ, ଏସ ଏସ ପାଣିଗ୍ରାହୀ, ତପନ କୁମାର ଦାସ, ଅର୍ଜୁନ କୁମାର ସ୍ବାଇଁ, ରାମକୃଷ୍ଣ ଦାଶ, ଶଶିକାନ୍ତ ଦାଶ ଓ ଯୁଧିଷ୍ଠିର ବେଜଙ୍କ ସମେତ ୭୬ ଜଣରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ ।

    ପରେ ପରେ ଅତିଥି ମାନଙ୍କ ଦ୍ବାରା ଅନୁଷ୍ଠାନର ମୁଖପତ୍ର ସଂଯୋଗୀ ସଜଫୁଲ ପତ୍ରିକା ଉନ୍ମୋଚିତ ହୋଇଥିଲା । ଅତିଥି ମାନେ ୨୦ ଜଣ ସାରସ୍ୱତ ସ୍ରଷ୍ଟା ମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ସଂସଦ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ହୋଇଥିବା ୨୩ ଜଣଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଂସଦର ରାଜ୍ୟ ସଂଚାକ ହୃଷିକେଶ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାନ୍ତୁନୁ କୁମାର ମହାପାତ୍ର ଏବଂ ତାଙ୍କୁ ସହଯୋଗ କରିଥିଲେ ସନ୍ତୋଷ କୁମାର ପତି ଓ ସରୋଜ କୁମାର ସେନାପତି ।।

ବାଲେଶ୍ଵର ଓ କେନ୍ଦୁଝରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ 

masiha

ଆଦର୍ଶ ପାଠାଗାର ର ବିଷୁବ ମିଳନ ୨୦୨୬ ଚଳିତ ବର୍ଷ ବିଷୁବ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସବିତା ପ୍ରଧାନ

Sunil Chandra Nayak

ଚିନ୍ମୟ ଦାସପଟ୍ଟନାୟକ “ନାଟ୍ୟ ଗୌରବ ସମ୍ମାନ” ରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!