ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମରେ ପହଂଚି ପାରିଲାନି ଆମ୍ବୁଲାନ୍ସ |ଜମିହୁଡ଼ାରେ ୨କିଲୋମିଟର ଚାଲି ଆମ୍ବୁଲାନ୍ସ ନିକଟରେ ପହଂଚିଲେ ଗର୍ଭବତୀ 

ଗ୍ରାମରେ ପହଂଚି ପାରିଲାନି ଆମ୍ବୁଲାନ୍ସ |ଜମିହୁଡ଼ାରେ ୨କିଲୋମିଟର ଚାଲି ଆମ୍ବୁଲାନ୍ସ ନିକଟରେ ପହଂଚିଲେ ଗର୍ଭବତୀ 

ନବରଙ୍ଗପୁର (ରବି ନାରାୟଣମହାନ୍ତି)(ତା ୨୩/୦୬)-ରାସ୍ତା ନଥିବାରୁ ଦୀର୍ଘ ଦୁଇ କିଲୋମିଟର ଜମି ହୁଡ଼ା ଦେଇ ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଁଚିଲେ ଜଣେ ଗର୍ଭବତୀ ଏବଂ ଜଣେ ପ୍ରସୂତି ମହିଳା ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଲିଛି ଝରୀଗାଁ ବ୍ଲକ କୂଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ରଣ୍ଢାସାହି ଗ୍ରାମରେ, ଖବର ଅନୁସାରେ ରଣ୍ଢାସାହି ଗ୍ରାମର ଦେବ ସାନ୍ତା ଙ୍କ ସ୍ତ୍ରୀ ନନ୍ଦାଇ ସାନ୍ତା ଏବଂ ବଳିସାନ୍ତା ଙ୍କ ସ୍ତ୍ରୀ ଗୁରୁବାରୀ ସାନ୍ତା ଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ, ହେଲେ ଗାଁ କୁ ରାସ୍ତା ନଥିବା ହେତୁ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ରହିଲା ଆମ୍ବୁଲାନ୍ସ, ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଦୁଇ ଗର୍ଭବତୀ ମଧ୍ୟରୁ ନନ୍ଦାଇ ସାନ୍ତା ନିଜ ଗୃହରେ ହିଁ ପ୍ରସବ ହୋଇଯାଇଥିଲେ, ଆମ୍ବୁଲାନ୍ସ ଯେହେତୁ ଗାଁ ରେ ପହଂଚି ପାରିନଥିଲା ତେଣୁ ଜମି ହୁଡ଼ା ଦେଇ ଚାଲି ଚାଲି ଜଣେ ପ୍ରସୂତି ଏବଂ ଜଣେ ଗର୍ଭବତୀ ଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା, ସେଠାରୁ ଝରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଗଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଓଏମସି କୁର୍ମିଟାର ଲୁହାପଥର ଖଣିରେ ଦୁର୍ଘଟଣା : ଜଣେ ଶ୍ରମିକଙ୍କ ମୃତ୍ୟୁ

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

Sunil Chandra Nayak

Leave a Comment

error: Content is protected !!